ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ , କଟକ ଗୋପୀନାଥପୁରରେ ତିନି ଦିନରେ ମଲେଣି ୧୫ମେଣ୍ଢା

ବଡମ୍ବା (କେନ୍ୟୁଜ୍) : ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପୀନାଥପୁରରେ ମେଣ୍ଢା ମୃତ୍ୟୁ। ତିନି ଦିନ ଭିତରେ ପ୍ରାୟ ୧୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ରତ୍ନାକର ପଲେଇ ଏବଂ ବିରଞ୍ଚି ନାୟକଙ୍କ ଗୁହାଳରେ ଥିବା ୫ଟି ମେଣ୍ଢାକୁ ଗତକାଲି ରାତିରେ ଅଜଣା ଜନ୍ତୁ ଆକ୍ରମଣ କରିଛି। ସବୁ ମେଣ୍ଢାଙ୍କର ବେକ କଣା ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।