ମାଫିଆଙ୍କ ଆକ୍ରମଣ ପରେ ଆକସନ୍‌ ମୋଡ୍‌ରେ ଉପଜିଲ୍ଲାପାଳ, ବେଆଇନ ଇଟା ଭାଟି ଉପରେ ବୁଲାଇଲେ ବୁଲ୍‌ଡୋଜର୍‌

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍‌ ମୁଡ୍‌ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍‌ଡୋଜର ଲଗାଇ ଭଙ୍ଗା ଯାଉଛି ।

ଏଥିସହ ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଗଲାଣି । ଗିରଫଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୩ ମହିଳା ଅଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦହପଡ଼ା ଓ କଣ୍ଟାବଣିଆ ଗାଁରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଉପଜିଲ୍ଲାପାଳ ।

ଏହାରି ମଧ୍ୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟି ମାଟିରେ ମିଶାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.