ଅବସର ପ୍ରାପ୍ତ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଗ୍ରାମବାସୀ, ସବୁଆଡେ ଉତ୍ସବ ମୁଖର ଗାଁ

ନିଜେ ଦେଶ ପାଇଁ ଜୀବନକୁ ଉତ୍ସାର୍ଗ ନକରିପାରିଥିଲେ ବି ନିଜ ଗାଁ ମାଟିର ପୁଅ ଦୀର୍ଘ ୧୯ ବର୍ଷ ଦେଶସେବା କରି ଫେରୁଛନ୍ତି ସେଥିପାଇଁ ସମସ୍ତ ଗ୍ରାମବାସୀଙ୍କ ଛାତି କୁଣ୍ଢେମୋଟ ହୋଇପଡୁଛି । ଅବସରପ୍ରାପ୍ତ ବୀର ଯବାନଙ୍କୁ କିପରି ଭବ୍ୟ ସ୍ୱାଗତ କରାଯିବ ସେଥିପାଇଁ ଗ୍ରାମର ଆବାଳବୃଦ୍ଧବନିତା ଲାଗି ପଡିଛନ୍ତି ।

ଗାଁରେ ସଜାଯାଇଛି ମଣ୍ଡପ, ଲଗାଯାଇଛି ତୋରଣ, ଗାଡି ସାଜଯାଇଛି, ଭୋଜି ରନ୍ଧା ଚାଲିବା ସହିତ ସବୁଆଡେ ଉତ୍ସବ ମୁଖର ଗାଁ । ଏହି ଦୃଶ୍ୟ ଦେଖି ଆପଣଙ୍କୁ ଲାଗୁଥିବା ଏହା କୌଣସି ବିବାହ ଉତ୍ସବ ଚାଲିଛି । କିନ୍ତୁ ଏହା କୌଣସି ବାହାଘରର ଦୃଶ୍ୟ ନୁହେଁ ଏହା ହେଉଛି ଗାଁର ପୁଅ ଦୀର୍ଘ ୧୯ ବର୍ଷ ଦେଶସେବା କରି ଏବେ ଅବସର ନେଇ ଫେରୁଥିବାର ଦୃଶ୍ୟ । ବୀର ଯବାନଙ୍କୁ ସ୍ୱାଗତ କରିବା ପାଇଁ ଗାଁରେ ସମସ୍ତେ ଖୁବ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଭାଲୁଡୁଙ୍ଗୁରି ଗାଁର ପୁରନ୍ଦର ସାହୁଙ୍କ ସାନ ପୁଅ ସୁରେନ୍ଦ୍ର ସାହୁ ସୈନ୍ୟବାହିନୀରେ ଦୀର୍ଘ ୧୯ବର୍ଷ ଦେଶ ମାତୃକାର ସେବା କରି ଏବେ ଅବସର ନେଇ ଫେରୁଛନ୍ତି । ନିଜେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ ନକରିପାରିଥିଲେ ବି ନିଜ ଗାଁ ମାଟିର ପୁଅ ଦୀର୍ଘ ୧୯ ବର୍ଷ ଦେଶସେବା କରି ଫେରୁଛନ୍ତି ସେଥିପାଇଁ ସମସ୍ତ ଗ୍ରାମବାସୀଙ୍କ ଛାତି କୁଣ୍ଢେମୋଟ ହୋଇପଡୁଛି । ଅବସରପ୍ରାପ୍ତ ବୀର ଯବାନଙ୍କୁ କିପରି ଭବ୍ୟ ସ୍ୱାଗତ କରାଯିବ ସେଥିପାଇଁ ଗ୍ରାମର ଆବାଳବୃଦ୍ଧବନିତା ଲାଗି ପଡିଛନ୍ତି ।

ସବୁ ଘର ସମ୍ମୁଖରେ ପଡିଛି ଝୋଟି, କଳସ ବସାଇ ବୀର ଯବାନଙ୍କୁ ସ୍ୱାଗତ ଖୁବ ଧୂମଧାମର ସହିତ ସ୍ୱାଗତ କରିଛନ୍ତି ଗ୍ରାମବାସୀ । ଗାଁଟି ଯାକ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଯବାନଙ୍କୁ ଗୋଟିଏ ସୁସଜ୍ଜିତ ଗାଡ଼ିରେ ବସାଇ ବାଜା ବଜାଇ ନାଚଗୀତ ମଧ୍ୟରେ ଗ୍ରାମ ପରିକ୍ରମା କରିବା ସହିତ ସମସ୍ତ ଗ୍ରାମବାସୀ ମିଳିତ ଭାବରେ ଭୋଜି କରି ବେଶ ଧୂମଧାମରେ ସ୍ୱାଗତ କରିଛନ୍ତି ଅବସରପ୍ରାପ୍ତ ବୀର ଯବାନ ସୁରେନ୍ଦ୍ର ସାହୁଙ୍କୁ ।

ଏଭଳି ଭବ୍ୟ ସ୍ୱାଗତ ହେତୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହିତ ଗ୍ରାମବାସୀଙ୍କ ଦେଶଭକ୍ତିର ଏକ ବଡ ଉଦାହରଣ ବୋଲି କହିବା ସହିତ ଏହାଦ୍ୱାରା ଯୁବପିଢ଼ି ଦେଶସେବା ପାଇଁ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ଅବସରପ୍ରାପ୍ତ ବୀର ଯବାନ । ନିଜେ ଦେଶ ସେବା କରିବା ପାଇଁ ଯାଇନପାରିଲେ ମଧ୍ୟ ଦେଶ ପାଇଁ ଗ୍ରାମବାସୀଙ୍କ ମନରେ ରହିଥିବା ଗଭୀର ଶ୍ରଦ୍ଧା ଓ ଭକ୍ତି ଜଳଜଳ ବାରି ହୋଇ ପଡୁଥିବା ବେଳେ ଆଗକୁ ଦେଶସେବା ପାଇଁ ଯୁବପିଢ଼ିକୁ ଖୁବ ଅନୁପ୍ରାଣିତ ହେବେ ଏହାର ଦ୍ୱିମତ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.