Browsing Tag

ayodhya ram mandir

ଅଯୋଧ୍ୟା ଯିବେନି ଲାଲକୃଷ୍ଣ ଆଡଭାନୀ, ଥଣ୍ଡା ପାଗ ଯୋଗୁଁ ଗସ୍ତ ବାତିଲ

ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି । ଥଣ୍ଡା ଓ ପାଗ ଖରାପ ଯୋଗୁଁ ଅଯୋଧ୍ୟା ଗସ୍ତ ବାତିଲ କରିଛନ୍ତି । ୯୬ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ।…

ରାମମୟ ଅଯୋଧ୍ୟା ନଗରୀ: ଦେଶ ବିଦେଶରୁ ଭକ୍ତଙ୍କ ସମାଗମ, ଆସନ୍ତାକାଲିଠୁ ସର୍ବସାଧାରଣ କରିବେ ରାମଲାଲାଙ୍କ ଦର୍ଶନ

କେନ୍ୟୁଜ୍: ରାମମୟ ଅଯୋଧ୍ୟା ନଗରୀ । ଭାବ ଓ ଭକ୍ତିରେ ଭିଜୁଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ଓ ଭବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ସାରା ଦେଶବାସୀ । ବେଦ ପାଠ ଓ ମନ୍ତ୍ରଧ୍ୱନୀରେ ମୁଖରିତ ରାମତୀର୍ଥ ଅଯୋଧ୍ୟା । ରାମଧ୍ୱନୀରେ ଗୁଞ୍ଜରିତ ହେଉଛି…

ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୀରେ ହୋଇଛି ବାଇକ୍ ରାଲି, ସାମିଲ ହେଲେ ଶହ ଶହ ଭକ୍ତ

ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି…

ଆସନ୍ତାକାଲି ବନ୍ଦ ହେବନି ଏମ୍ସ ଓପିଡି ସେବା, ହସପିଟାଲ ଦେଲା ସୂଚନା

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶବାସୀ ଉତ୍ସାହିତ ରହିଛନ୍ତି । ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏଥିପାଇଁ କେନ୍ଦ୍ର ସରକାର ଏହିଦିନ ଅଧାଦିନ ଛୁଟି ଘୋଷଣା କରିଛନ୍ତି । ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ, ଶିକ୍ଷାନୁଷ୍ଠାନ ଅପରାହ୍ନ ୨.୩୦ ଯାଏଁ…

ଅଯୋଧ୍ୟାରେ କଡା ସୁରକ୍ଷା : AI ଟେକନିକରେ ରଖାଯାଉଛି ନଜର, ପ୍ରତିଟି ସ୍ଥାନରେ ବ୍ଲାକ୍‌ କ୍ୟାଟ କମାଣ୍ଡୋ ଓ ପୋଲିସ

ସମଗ୍ର ଦେଶବାସୀ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ଆଜିଠାରୁ ଅଯୋଧ୍ୟା ନଗରୀରେ ଅଭେଦ୍ୟ ସୁରକ୍ଷା । ପ୍ରବେଶ ମାର୍ଗରୁ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ପୋଲିସ ଓ ଏଟିଏସ କମାଣ୍ଡୋ ମୁତୟନ କରାଯାଇଛି । ଅଯୋଧ୍ୟା ଉପରେ କଡ଼ା ନଜର ରଖିବା…

ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ, ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଛୁଟିଲାଣି ଭକ୍ତଙ୍କ ସୁଅ

ନୂଆଦିଲ୍ଲୀ : ରାମମୟ ଅଯୋଧ୍ଯା । ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ । ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି ।…

ସାରା ଦେଶରୁ ଆସୁଛି ରାମଲାଲାଙ୍କ ପାଇଁ ବିଭିନ୍ନ ଉପହାର, ଉତ୍ସବମୁଖର ଅଯୋଧ୍ୟା ନଗରୀ

ଉତ୍ସବମୁଖର ଅଯୋଧ୍ୟା ନଗରୀ । ଦିନକ ପରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ରାମ ମନ୍ଦିର ପାଇଁ ଦେଶର ସବୁ ସ୍ଥାନରୁ ରାମଲାଲାଙ୍କ ପାଇଁ ଅନେକ ଉପହାର ଆସୁଛି । ଉପହାରରେ କିଏ ଲକ୍ଷ ଲକ୍ଷ ଟଙ୍କା ଦେଉଛି ତ କିଏ ସୁନାର ଧନୁ ତୀର…

ମୁଁ ନିଶ୍ଚିତ ଅଯୋଧ୍ୟା ଯିବି, ଯାହାର ଯାହା କରିବାର ଅଛି କରନ୍ତୁ :ହରଭଜନ ସିଂ

ଜାନୁଆରୀ ୨୨ ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ଉତ୍ସାହିତ ରହିଛନ୍ତି । ଏହା ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରାଣ ପ୍ରତିଷ୍ଠା ସମାରୋହରେ ନିଶ୍ଚିତ ଯୋଗେ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି,…

ଆମାଜନକୁ ନୋଟିସ, ଅଯୋଧ୍ୟା ରାମମନ୍ଦିର ନାଁରେ ପ୍ରସାଦ ବିକୁଥିବା ଅଭିଯୋଗ

ଭକ୍ତଙ୍କ ଭାବନା ସହ ଖେଳିଥିବାରୁ ଆମାଜନକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ଅନଲାଇନରେ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାଁରେ ମିଠେଇ ବିକ୍ରି ଅଭିଯୋଗରେ ନୋଟିସ କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ-CCPA । ଏନେଇ ୭ ଦିନ ମଧ୍ୟରେ କୈଫିୟତ ତଲବ କରାଯାଇଛି । ଖବର ମୁତାବକ,…

ଦିଆସିଲିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି, ନିଆରା ଢଙ୍ଗରେ ଅର୍ପଣ କଲେ ଭକ୍ତି ଅର୍ଘ୍ୟ

ଦେଶବାସୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ଦୀର୍ଘ ପାଞ୍ଚ ସହ ବର୍ଷର ସ୍ୱପ୍ନ । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଧାଦିନ ବନ୍ଦ ରହିବ ସରକାରୀ ଅଫିସ, ରାଜ୍ୟ ସରକାର କଲେ ଛୁଟି ଘୋଷଣା

ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁୟାରୀ ୨୨ ତାରିଖରେ ବନ୍ଦ ରହିବ ରାଜ୍ୟ ସରକାରୀ କାର୍ଯ୍ୟାଳୟ । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ଅଧା ଦିନ ଛୁଟି । ଏହି ସମାରୋହରେ ଭାଗ ନେବାକୁ କର୍ମଚାରୀଙ୍କୁ ସୁଯୋଗ ଦେବା ପାଇଁ ଏହି ଛୁଟି…

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଧାଦିନ ବନ୍ଦ ରହିବ ସରକାରୀ ଅଫିସ ଏବଂ…

ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖରେ ଅଧାଦିନ ଛୁଟି ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୨୨ ଜାନୁଆରୀକୁ ଅଧାଦିନ ଅର୍ଥାତ…