Browsing Tag

bear

ଖାଦ୍ୟ ଅନ୍ୱେଷଣରେ ଘରେ ଘରେ ପଶୁଛି ଭାଲୁ, ଲୋକେ ଭୟଭୀତ

ନବରଙ୍ଗପୁର : ଖାଦ୍ୟ ଅନ୍ୱେଷଣରେ ଘର ଘର ବୁଲୁଛି ଭାଲୁ l ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l ଗତ ସପ୍ତାହେ ହେଲା ଭାଲୁ ଗାଁ ଭିତରେ ବୁଲିବା ସହ ଘରେ ଘରେ ପଶୁଛି l ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି l ଗତ 4ଦିନ ପୂର୍ବେ ଗ୍ରାମର…

ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ, ଛାତ୍ରଛାତ୍ରୀ ଭୟଭୀତ

ନବରଙ୍ଗପୁର (କେନ୍ୟୁଜ): ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଦୁଇ ବଡ଼ ଓ ଦୁଇଟି ଛୁଆ ଭାଲୁ । ସ୍କୁଲ ପରିସରରେ ଥିବା ଦୁଇ ପାଇଖାନା ମଝିରେ ସେମାନେ ରହିଛନ୍ତି । ଏହି…

ନର୍ସରୀ ଭିତରେ ପଶିଲା ଜଙ୍ଗଲୀ ଭାଲୁ, ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି

କେନ୍ଦୁଝର (କେନ୍ୟୁଜ): ନର୍ସରୀରେ ପଶିଲା ଭାଲୁ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଯୋଗୀମଠ ନର୍ସରୀ ଭିତରକୁ ଏକ ଭାଲୁଟି ପସିଆସିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ହଠାତ କୁଆଡୁ ଚାଲି ଆସି ପଦ୍ମପୁର ନିକଟରେ ପହଞ୍ଚିଥିଲା । ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଗହଳି…

ଜଙ୍ଗଲ ଛାଡି ଏୟାରପୋର୍ଟରେ ବୁଲୁଛି ଭାଲୁ, ହୋଇପାରିନି କାବୁ

ଜୟପୁର (କେନ୍ୟୁଜ): ରେଳ ଷ୍ଟେସନ୍‌ ପରେ ଏବେ ଏୟାରପୋର୍ଟରେ ଭାଲୁ । ରାତିରେ ରେଲୱେ ଟ୍ରାକ ଆଉ ଦିନରେ ଏୟାରପୋର୍ଟର ମଜା ନେଉଛି ଭାଲୁ । ଦୁଇଦିନ ହେଲାଣି ଜୟପୁର ରେଳବାଇ ଟ୍ରାକ, ରେଳବାଇ କଲୋନୀରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ରେଳ…

ରୋଷେଇ ଘରେ ପଶିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉମରକୋଟ(କେନ୍ୟୁଜ୍): ଗାଁରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଦର୍ଗାଗୁଡ଼ା ଗାଁରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ । ଗତକାଲି ରାତିରେ ଗାଁର ବରୁଣ ମଣ୍ଡଳ ତାଙ୍କ ରୋଷେଇ ଘରେ ଭାଲୁକୁ ଦେଖି ଭୟରେ ଚିତ୍କାର କରିଥିଲେ । ଚିତ୍କାର କରିବା ସମୟରେ ଭାଲୁ ତାଙ୍କ…

ଗାଁ ଦାଣ୍ଡରେ ବୁଲୁଛି ଭାଲୁ! ଲୋକଙ୍କ ହାତରୁ ଖାଉଛି ଖାଦ୍ୟ

ନୂଆପଡ଼ା(କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ଆଜି ସକାଳୁ ଭାଲୁଟି ଖାଦ୍ୟ ଅନେ୍ଵଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା। ଭାଲୁଟି ଗାଁ ଲୋକଙ୍କୁ ଦେଖି ଗାଁ ଦାଣ୍ଡକୁ ଚାଲି ଆସିଥିଲା। ବର୍ତ୍ତମାନ ଗାଁ ଦାଣ୍ଡରେ ଘୁରି…

ଗାଁ ମଝିରେ ଗଛ ଉପରେ ଭାଲୁ: ଦେଖିବାକୁ ଲୋକଙ୍କ ଭିଡ଼

ଜୟପୁର (କେନ୍ୟୁଜ): ଗଛ ଉପରେ ଭାଲୁ । ତାକୁ ଦେଖିବାକୁ ତଳେ ଲୋକଙ୍କ ଭିଡ଼ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଟିକରାଗୁଡା ଗାଁର ଏହି ଦୃଶ୍ୟ । ଗତକାଲି ରାତିରୁ ଗାଁ ଭିତରେ ଥିବା ଏକ ଗଛରେ ଚଢି ଯାଇଛି । ଲୋକଙ୍କ ଭିଡ ଦେଖି ଗଛରୁ ତଳକୁ ଓହ୍ଲାଉନି ଭାଲୁ । ପାଖାପାଖି ୨୦ ଫୁଟ ଉପରେ ଭାଲୁଟି…

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ, ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ

ସମ୍ବଲପୁର (କେ.ନ୍ୟୁଜ): ସ୍ଥାନୀୟ ରେଢାଖୋଲ ବନଖଣ୍ଡ ବଡ ବାହାଳ ରେଞ୍ଜ ଅନ୍ତର୍ଗତ ହାତୀବାହାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁର ମୃତ ଦେହ ଦେଖିବାକୁ…

ଖାଦ୍ୟ ଖୋଜି ଢେଙ୍କାନାଳରୁ ଯାଜପୁରରେ ପହଞ୍ଚିଲା ଭାଲୁ; ଲୋକେ ଆତଙ୍କିତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ। ସୂଚନା ମୁତାବକ, ଢେଙ୍କନାଳ ଜିଲ୍ଲା ନିଶ୍ଚନ୍ତା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏକ ଭାଲୁ ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତ ଗୋଡ଼ିମାଗୁରା ଅଞ୍ଚଳକୁ ପଶି ଆସିଛି। ଖବର ପାଇ ଚଣ୍ଡିଖୋଲ…

ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁ ମୃତ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଭାଲୁ ମୃତ। ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର…

ପାଣି ପିଇବାକୁ ଆସି କୂଅ ଭିତରେ ପଡିଗଲା ଜଙ୍ଗଲୀ ଭାଲୁ, ଚାଲିଛି ଉଦ୍ଧାର କାର୍ଯ୍ଯ

କଣ୍ଟାମାଳ(କେନ୍ୟୁଜ୍‌): ପାଣି ପିଇବାକୁ ଆସି କୂଅରେ ପଡ଼ିଲା ଭାଲୁ । କୂଅ ଭିତରେ ଜଙ୍ଗଲୀ ଭାଲୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦପଲା ଚନ୍ଦନିଆ ଗାଁରେ । ଭୋରରୁ ପାଣି ପାଇଁ ଜଙ୍ଗଲ ଛାଡ଼ି ଗାଁମୁହାଁ ହୋଇଥିଲା ଭାଲୁ । ପାଣି ପିଇବାକୁ ଯାଇ କୂଅରେ ପଡ଼ିଯାଇଥିଲା ଭାଲୁ । ଏହି…

ଉମରକୋଟ: ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ, ଭୟଭୀତ ଗ୍ରାମବାସୀ

ଉମରକୋଟ(କେନ୍ୟୁଜ୍): ଗଛ ଉପରେ ଭାଲୁ । ଭୟଭୀତ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ଜୁନାପାଣି ଗାଁରେ ଥିବା ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ । ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସକାଳ ହେବା ପରେ…