Browsing Tag

khordha

ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣ ଘଟଣା, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ

ଖୋର୍ଦ୍ଧା : ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣ ଘଟଣାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାର ସମସ୍ତ ସାମ୍ବାଦିକ । ଗତକାଲି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ…

ଆଜିଠୁ ମିଳିଲା ବିଏସକେୱାଇ ନବୀନ କାର୍ଡ, ଉପକୃତ ହେବେ ରାଜ୍ୟର ୯୦ ପ୍ରତିଶତ ଲୋକ

ଆଜିଠୁ ମିଳିଲା ବିଏସକେୱାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ଯାୟରେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ…

ଖୋର୍ଦ୍ଧାରୁ ମାଟି ଏବଂ ଜଳ ନେଇ ଖାଲି ପାଦରେ ଅଯୋଧ୍ୟା ଯାତ୍ରା କଲେ ଯୁବକ

ଖୋର୍ଦ୍ଧା(କେନ୍ୟୁଜ): ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛିଦିନ ଗଲେ ପ୍ରଭୁ ରାମଚନ୍ଦ୍ର ମନ୍ଦିରରେ ବିରାଯିବେ । ଏହି ଉପଲକ୍ଷେ ସାରା ଭାରତ ଉତ୍ସାହିତ ରହିଛି ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲୁରହିଛି । ଦୀର୍ଘ ବର୍ଷର ଅପେକ୍ଷା ପରେ…

ଖୋର୍ଦ୍ଧା: ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼, ଜଣେ ଗୁରୁତର ଆହତ

ଖୋର୍ଦ୍ଧା (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼। ଖୋର୍ଦ୍ଧା ଜଟଣୀ ତରାବଇ ଛକରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁଇ ଗୋଷ୍ଠୀ ପରସ୍ପର ଉପରେ ଏକାଧିକ ବୋମାମାଡ଼ କରିଛନ୍ତି। ଏଥିରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ବୋମାମାଡ଼ରେ ଦୁଇଟି ବାଇକ ନଷ୍ଟ…

ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର, ସ୍କୁଲ ପରିସରରୁ ମିଳିଲା ଝୁଲନ୍ତା ମୃତଦେହ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଚାଲିଗଲା ଛାତ୍ରଙ୍କ ଜୀବନ । ସ୍କୁଲ ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? କାରଣ ଅସ୍ପଷ୍ଟ, ପୋଲିସର ତନାଘନା ଜାରି

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜୁରୀରେ ନାବାଳକ ଛାତ୍ରକୁ କିଏ ମାରିଲା ଛୁରୀ ? ନବମ ଶ୍ରେଣୀ ଛାତ୍ରଙ୍କୁ କାହିଁକି ମାରିଲେ ଦୁର୍ବୃତ୍ତ ? ତନାଘନା ତଦନ୍ତ କରୁଛି ଜଟଣୀ ଥାନା ପୋଲିସ । ମୃତକ ହେଲେ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ୍ ସ୍ୱରୂପ । ସେ ଓଡିଶା ଆଦର୍ଶ…

୩ ମାସର ଝିଅକୁ ସହକର୍ମୀଙ୍କୁ ଦେଇ ଫେରାର ହେଲେ ଅଙ୍ଗନୱାଡି ଦିଦି, ପ୍ରେମିକ ସହ ପଳାଇ ଥିବା ଅଭିଯୋଗ

ଖୋର୍ଦ୍ଧା (କେନ୍ୟୁଜ): ୩ ମାସର ଶିଶୁକନ୍ୟାକୁ ସହକର୍ମୀଙ୍କୁ ଦେଇ ଫେରାର ହୋଇଗଲା ମାଆ । ଶିଶୁକୁ ନେଇ ଥାନାର ଦ୍ବାରସ୍ଥ ହେଲେ ସହକର୍ମୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କଳାଙ୍ଗ ପଞ୍ଚାୟତ ଦିବ୍ୟସିଂହପୁର ଶାସନ ଗାଁର ଅଙ୍ଗନୱାଡି କର୍ମୀ ରୋଜାଲିନ…

ଖୋର୍ଦ୍ଧା: ନିରାକାରପୁରୁ କଲେଜ ଛକ ନିକଟରେ ବଜ୍ରପାତ, ୭ ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ବଜ୍ରାଘାତରେ ଆହତ ୯ ଜଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଆହତ ହୋଇଥିବା ବେଳେ ନୟାଗଡ଼ ରଣପୁରୁ ଓ ପୁରୀ ମୋଟୋରିରେ ୨ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିରାକାରପୁରୁ କଲେଜ ଛକ ନିକଟରେ ଥିବା ଏକ କୋଚିଂ ସେଣ୍ଟରେ…

ଖୋର୍ଦ୍ଧାରେ ବଡ଼ ଧରଣର ଚୋରି ଗ୍ୟାଙ୍ଗ ଠାବ: ବହୁ ସୁନାଗହଣା ଜବତ

ଖୋର୍ଦ୍ଧା(କେନ୍ୟୁଜ୍):   ଖୋର୍ଦ୍ଧାରେ ବଡ଼ ଧରଣର ଚୋରି ଗ୍ୟାଙ୍ଗ ଠାବ। ତିନି ଚୋରଙ୍କୁ ଗିରଫ କରିବା ସହ ବହୁ ସୁନାଗହଣା ଜବତ। ଦିନରେ ଚାରିଆଡ଼େ ଘୁରିବୁଲିବା ସହ ରାତିରେ ଚୋରି କରୁଥିବା ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ। ସେମାନଙ୍କ ଠାରୁ ଏକ ମୃତ ବଜ୍ରକାପ୍ତା ମଧ୍ୟ…

ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଦେଢ ଲକ୍ଷ ଟଙ୍କାରୁ ଅଧିକ ଆସବାବପତ୍ର

ଟାଙ୍ଗୀ(କେନ୍ୟୁଜ୍):  ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ ।  ପାଖାପାଖି ଦେଢ ଲକ୍ଷ ଟଙ୍କାର ଆସବାବ ପତ୍ର ଲୁଟିନେଇ ଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବଡ଼ପାରୀ ଗ୍ରାମର ପାଇକ ସାହିରେ। ମିଳିଥିବା ସୂଚନା ଅନୁସାରେ…

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ: ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧାରେ ଗୁଳିମାଡ଼ । ପାନବରଜ ଗ୍ରାମ ଛକରେ ଘଟିଛି ଗୁଳିକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତି ୯ଟା ସମୟରେ ଘଟିଥିବାର କୁହାଯାଉଛି । ସୂଚନା ଅନୁଯାୟୀ ପାନବରଜ ଗ୍ରାମର ଛକ ନିକଟରେ…

ମୋ’ ବସ- ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଖୋର୍ଦ୍ଧା (କେନ୍ୟୁଜ): ମୋ ବସ୍‌କୁ ପିଟିଲା ଆଇଚର। ମୋ ବସ୍‌-ଆଇଚର ଧକ୍କାରେ ୧୦ରୁ ଅଧିକ ଗୁରୁତର । ଖୋର୍ଦ୍ଧା ପିତାପଲ୍ଲୀ ଛକରେ ମୋ ବସ୍‌-ଆଇଚର ଧକ୍କା ହେବା ଫଳରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର । ସେପଟେ ଖବର…