Airtel ଲଞ୍ଚ୍‌ କଲା ଶସ୍ତା ରିଚାର୍ଜ ପ୍ଲାନ; ୩୫ ଟଙ୍କାରେ ମିଳିବ ଏତେ GB ଡାଟା, ଜାଣନ୍ତୁ ସବୁକିଛି

ଏୟାରଟେଲ୍‌ ନିଜର ରିଚାର୍ଜ ପୋର୍ଟଫୋଲିଓରେ ଏକ ନୂଆ ପ୍ଲାନ୍‌ ଯୋଡ଼ିଛି। ଏହି ପ୍ଲାନ୍‌ ଏକ ଶସ୍ତା ଡାଟା ଭାଉଚର। କମ୍ପାନୀ ଏହାକୁ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଆଣିଛି। ବର୍ତ୍ତମାନ କମ୍ପାନୀ େଓ୍ଵବ୍‌ସାଇଟରେ ଏହି ପ୍ଲାନ୍‌ ବିଷୟରେ କୌଣସି ତଥ୍ୟ ନାହିଁ। କିନ୍ତୁ ଆପଣ ଏୟାରଟେଲ୍‌ ମୋବାଇଲ ଆପ୍‌ରେ ଏହାକୁ ଦେଖି ପାରିବେ। ଏହି ରିଚାର୍ଜ ପ୍ଲାନ୍‌ର ଦାମ୍‌ ମାତ୍ର ୩୫ ଟଙ୍କା ଥିବାବେଳେ ଏହା ଏକ ଡାଟା ଓନ୍‌ଲି ଭାଉଚର।

ଏଥିରେ ୟୁଜରମାନଙ୍କୁ ଷ୍ଟାଣ୍ଡଅଲୋନ୍‌ ଭ୍ୟାଲିଡିଟି ଏବଂ ଡାଟା ବେନିଫିଟ୍‌ସ ମିଳିବ। ଯେହେତୁ ଏହା ଏକ ଡାଟା ପ୍ଲାନ୍‌, ତେଣୁ ଏଥିରେ ୟୁଜରମାନଙ୍କୁ କଲିଙ୍ଗ୍‌ ଏବଂ ଏସ୍‌ଏମ୍‌ଏସ୍‌ର ବେନିଫିଟ୍ସ ମିଳିବ ନାହିଁ। ଆସନ୍ତୁ ଜାଣିବା, ଏୟାରଟେଲ୍‌ର ନୂଆ ରିଚାର୍ଜ ପ୍ଲାନ୍‌ ବିଷୟରେ…।

ଏୟାରଟେଲ୍‌ର ୩୫ ଟଙ୍କିଆ ରିଚାର୍ଜ

ଏହି ରିଚାର୍ଜ ପ୍ଲାନରେ ୟୁଜରମାନଙ୍କୁ ୨ ଦିନର ଭ୍ୟାଲିଡିଟି ମିଳିବ। ଏଥି ସହିତ ଗ୍ରାହକମାନଙ୍କୁ 2 GB ଡାଟା ମିଳିବ ଅର୍ଥାତ୍‌ ଆପଣଙ୍କୁ ଗୋଟିଏ ଦିନ ଏବଂ 1 GB ଡାଟା ପାଇଁ ୧୭.୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦିଓ କମ୍ପାନୀ ଅନ୍ୟ କେତେକ ଡାଟା ରିଚାର୍ଜ ମଧ୍ୟ ଅଫର୍‌ କରୁଛି।

ଡାଟା ରିଚାର୍ଜ ୧୯ ଟଙ୍କାରୁ ଆରମ୍ଭ ହେଉଛି, ଯେଉଁଥିରେ ୟୁଜରମାନଙ୍କୁ 1 GB ଡାଟା ଦିନକ ପାଇଁ ମିଳିବ। ଏହା ତୁଳନାରେ ୩୫ ଟଙ୍କା ପ୍ଲାନ୍‌ ସାମାନ୍ୟ ଶସ୍ତା ଅଛି। କମ୍ପାନୀ 3 GB ଡାଟା ଭାଉଚର ମଧ୍ୟ ଅଫର୍‌ କରୁଛି, ଯାହାର ଦାମ୍‌ ରହିଛି ୫୮ ଟଙ୍କା।

ଏଥିରେ ଆପଣଙ୍କୁ ଅଲଗା ଭାବେ କୌଣସି ଭ୍ୟାଲିଡିଟି ମିଳି ନ ଥାଏ, ବରଂ ଆପଣଙ୍କର ଥିବା ପ୍ଲାନର ଭ୍ୟାଲିଡିଟି ଯାଏ ଆପଣ ଏହି ଡାଟାକୁ ବ୍ୟବହାର କରି ପାରିବେ। ଯେଉଁମାନେ 3 GB କିମ୍ବା 1 GB ଡାଟା ଚାହାଁନ୍ତି ନାହିଁ, ଏୟାରଟେଲ୍‌ର ନୂଆ ପ୍ଲାନ୍‌ ସେହି ୟୁଜରମାନଙ୍କ ପାଇଁ ରହିଛି।

କମ୍ପାନୀ ପାଖରେ ୩୦୧ ଟଙ୍କାର ମଧ୍ୟ ଏକ ପ୍ଲାନ୍‌ ଅଛି, ଯାହା ଅଧିକ ଡାଟା ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ରହିଛି। ନିକଟରେ କମ୍ପାନୀ ୬୫ ଟଙ୍କାର ବି ଏକ ପ୍ଲାନ୍‌ ଯୋଡ଼ିଛି, ଯାହା 4 GB ଡାଟା ସହିତ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.