ଟୋକିଓ ଅଲିମ୍ପିକ୍ସରେ ସଂକ୍ରମିତଙ୍କୁ ଅଲଗା ହୋଟେଲରେ ରଖିବାକୁ ପ୍ରସ୍ତୁତି, ୩୦୦ ରୁମ୍‌ କରାଯିବ ବୁକ୍‌

ଟୋକିଓ ଅଲିମ୍ପିକ୍ସ ପାଇଁ ଆସିବାକୁ ଥିବା ଖେଳାଳିମାନଙ୍କଠାରେ ଯଦି କୋଭିଡ୍‌ର ମାମୁଲି ବି ଲକ୍ଷଣ ମିଳେ, ତ ସେମାନଙ୍କୁ ହୋଟେଲରେ କ୍ୱାରେଣ୍ଟିନରେ ରଖାଯାଇପାରେ। ଏଥିପାଇଁ ନିକଟସ୍ଥ ଏକ ହୋଟେଲରେ ୩୦୦ ରୁମ୍‌ ବୁକ୍‌ କରାଯିବା ନେଇ ବିଚାର କରାଯାଉଛି। ଜାପାନର ଏକ ସମାଚାର ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି କି, ଏହି ରୁମ୍‌ଗୁଡ଼ିକ ସେହି ଖେଳାଳି ଏବଂ କୋଚ୍‌ମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ନ ଥିବ।

ଟୋକିଓ ଅଲିମ୍ପିକ୍ସର ୧୨୧ ଦିବସୀୟ ଟର୍ଚ୍ଚ ରିଲେ ଆରମ୍ଭ ହୋଇଯାଇଛି, ଯାହାକି ଆସନ୍ତା ୨୩ ଜୁଲାଇରେ ଟୋକିଓରେ ଉଦ୍‌ଘାଟନୀ ସମାରୋହ ସହିତ ସମାପ୍ତ ହେବ। ମଶାଲ ରିଲେ ଫୁକୁଶିମାରୁ ଆରମ୍ଭ ହୋଇଛି, ଯାହା ୨୦୧୧ର ଭୂମିକମ୍ପ, ସୁନାମୀ ଏବଂ ପରମାଣୁ ପ୍ଲାଣ୍ଟ ଲିକ୍‌ରେ କ୍ଷତିଗ୍ରସ୍ତ ହୋଇସାରିଛି। ଏହି ସବୁ ଦୁର୍ଘଟଣାରେ ପାଖାପାଖି ୧୮,୦୦୦ ଲୋକ ମୃତ୍ୟୁବରଣ କରିଥିଲେ।

୪୭ ସହର ଦେଇ ଅତିକ୍ରମ କରିବ ମଶାଲ ରିଲେ

ମଶାଲ ଟର୍ଚ୍ଚ ପ୍ରଥମେ ଅଜୁସା ଇଓ୍ଵାଶିମିଜୁ ଧରିଥିଲେ, ଯିଏକି ୨୦୧୧ ମହିଳା ବିଶ୍ୱକପ୍‌ ଜିତିଥିବା ଜାପାନୀ ଦଳର ମୁଖ୍ୟ ସଦସ୍ୟା ଥିଲେ। ଏହି ରିଲେରେ ପାଖାପାଖି ୧୦,୦୦୦ ଧାବକ ଭାଗ ନେବା ନେଇ ଆଶା ରହିଛି। ଜାପାନର ୪୭ ସହର ଦେଇ ରିଲେ ଅତିକ୍ରମ କରିବ। ତେବେ କରୋନା ମହାମାରୀ ଯୋଗୁ ଗତବର୍ଷ ଅଲିମ୍ପିକ୍ସ ସ୍ଥଗିତ ରହିଥିଲା। ବର୍ତ୍ତମାନ କେବଳ ଏହା ଘୋଷଣା କରାଯିବାର ବାକି ରହିଛି କି, ଆୟୋଜନ ସ୍ଥଳରେ କେତେ ଲୋକ ଏକତ୍ରିତ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.