Below header

‘୧୦୦ ନେତାଙ୍କ ତାଲିକା ଧରି ବସିଛି ED, ଯାହାକୁ ଯେତେବେଳେ ଚାହିଁବ ନୋଟିସ୍‌ ପଠାଇବ’; ସରକାରଙ୍କୁ ଏମିତି ଟାର୍ଗେଟ କଲେ ବରିଷ୍ଠ ସାମ୍ବାଦିକ

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ଆଲୋଚକଙ୍କ କହିବା ହେଲା, ସରକାର ପୁଣିଥରେ ଇଡି ଓ ସିବିଆଇ ଭଳି ସଂସ୍ଥାକୁ ନିଜ ରାଜନୈତିକ ବିରୋଧୀମାନଙ୍କ କ୍ଷେତ୍ରରେ ବ୍ୟବହାର କରିପାରନ୍ତି। ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ଏହି କଥା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ ଦାବି କରିଛନ୍ତି କି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ୧୦୦ ନେତାଙ୍କ ତାଲିକା ଧରି ବସିଛି, ଯାହାଙ୍କୁ ଯେତେବେଳେ ଚାହିଁବ, ତାଙ୍କୁ ନୋଟିସ୍‌ ପଠାଇ ଡକାଇବ। ବାଜପେୟୀଙ୍କ କହିବା ହେଲା, ପାଓ୍ଵାର ସିବିଆଇ ଓ ଇଡିକୁ ବର୍ବାଦ କରି ଦେଇଛି। ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ସେ ସୋମବାର ଏହି ଟ୍ଵିଟ୍‌ କରିଛନ୍ତି।

ବାଜପେୟୀଙ୍କ ଏହି ଟ୍ଵିଟ୍‌ରେ ୟୁଜରମାନେ ମଧ୍ୟ ନିଜର ରାୟ ରଖିଛନ୍ତି। ଇ ବୈଦ୍ୟ ନାମକ ୟୁଜର ଲେଖିଛନ୍ତି, ‘ଏହି କାରଣ ଯୋଗୁ ପ୍ରତି ନିର୍ବାଚନ ପୂର୍ବରୁ ଅନେକ ନେତା ନିଜ ଦଳ ଛାଡ଼ି ସାହେବଙ୍କ ଶରଣ ପସନ୍ତି ଏବଂ ଲୋକେ ଭାବନ୍ତି କି, ତାଙ୍କୁ ସାହେବ ଓ ତାଙ୍କ ଦଳ ଭଲ ଲାଗିଲାଣି’। ଆଶୁ ନାମକ ୟୁଜର ଲେଖିଛନ୍ତି, ‘୨୦୨୪ ପର୍ଯ୍ୟନ୍ତ ଟିକିଏ ଅପେକ୍ଷା କରନ୍ତୁ, ୫୦ ସାମ୍ବାଦିକ ବି ସେହି ତାଲିକାରେ ଥିବେ’। ସେହିପରି ମେ ଭି କିସାନ ନାମକ ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍‌ କରାଯାଇଛି ଯେ ‘୨୦୨୪ ଯାଏ ଅପେକ୍ଷା କରନ୍ତୁ, ଦୁଇ ଲୋକ ଗୁଜରାଟ ପୁଣି ଫେରିଯିବେ’।

ଯୋଗେନ୍ଦ୍ର ଅଓ୍ଵସ୍ଥୀ ନାମକ ୟୁଜର ପୁଣ୍ୟ ପ୍ରସୂନ ବାଜପେୟୀଙ୍କୁ ଟାର୍ଗେଟ କରି କହିଛନ୍ତି, ‘୭୦ ବର୍ଷରେ କିଛି ଭୁଲ୍‌ ହେଲା ନାହିଁ? ଲୁଟ୍‌, ଘୋଟାଲା ହେଲା ନାହିଁ? ସିବିଆଇ, ଇଡି ସମସ୍ତ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଭୁଲ୍‌ ଉପଯୋଗ ହେଲା ନାହିଁ? ମୋଦି ସରକାରଙ୍କ ସହ ଚୋରମାନଙ୍କର ବହୁତ ସମସ୍ୟା ରହିଛି’।

ଅପ୍ପା ଡିପି ନାମକ ୟୁଜର ଲେଖିଛନ୍ତି, ‘ତାଲିକାର ପେଜ୍‌ରେ ଲେଖା ହୋଇଥିବ- ସିବିଆଇ ଓ ଇଡିର କାର୍ଯ୍ୟବାହୀଙ୍କ ପାଇଁ ୩ ଜରୁରୀ ସୂଚନା। ୧. ସେ ବିରୋଧୀ ଦଳର ବଡ଼ ନେତା ହୋଇଥିବା ଦରକାର। ୨. ଯେଉଁ ରାଜ୍ୟରେ ନିର୍ବାଚନ, ସେହି ରାଜ୍ୟକୁ ପ୍ରାଥମିକତା ଦେବ। ୩. ମିଡିଆରେ ମିଥ୍ୟା ଖବର ଏମିତି ପ୍ରସାର କରିବ, ଯେମିତି ଏହା ଉପରେ ଅଧିକ ଚର୍ଚ୍ଚା ହେବ ଏବଂ ପ୍ରତିଦିନର ମୂଳ ପ୍ରସଙ୍ଗକୁ ଲୋକେ ଭୁଲିଯିବେ’। ସେହିପରି ଟ୍ରୁ ଗାଇଡ୍‌ ନାମକ ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍‌ କରାଯାଇଛି କି, ‘ୟୁପି ବଞ୍ଚାଇବାର କେବଳ ଗୋଟିଏ ହିଁ ରାସ୍ତା ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.