Below header

କେବଳ ଆମ୍ବ ନୁହେଁ ଏହାର କୋଇଲିରେ ବି ଭରି ରହିଛି ଔଷଧୀୟ ଗୁଣ, ପ୍ରତିଦିନ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ୍ବକୁ ଫଳର ରାଜା କୁହାଯାଏ। ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆମ ଦେଶରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଆଉ କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ । ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ ଜାଣନ୍ତି କି ଆମ୍ବ ଯେତେ ସ୍ୱାଦିଷ୍ଟ ଏହାର କୋଇଲି ବି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଯଦି ଆପଣ ଆମ୍ବ ଖାଇବା ପରେ କୋଇଲିକୁ ଫିଙ୍ଗିଦିଅନ୍ତି, ତେବେ ପୁନର୍ବାର ଏପରି ଭୁଲ କରନ୍ତୁ ନାହିଁ।

ଆମ୍ବରେ ଖଣିଜ ପଦାର୍ଥ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଭାରତର ଜାତୀୟ ଫଳ। ଏହା ବ୍ୟତୀତ ପାକିସ୍ତାନ, ଫିଲିପାଇନ୍ସ, ବାଂଲାଦେଶରେ ବି ଆମ୍ବ ଜାତୀୟ ଫଳ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର ହୋଇ ରହିଥାଏ । ଏହାର ସେବନରେ ଅନେକ ବଡବଡ ରୋଗରୁ ମୁକ୍ତି । ତେବେ ଆସନ୍ତୁ ଜାଣିବା ଆମ୍ବ କୋଇଲି କହିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ ।

ଡାଇରିଆରୁ ମୁକ୍ତି

ଯଦି ଆପଣ ଡାଇରିଆରେ ପୀଡିତ ତେବେ ଆପଣ ଆମ୍ବ କୋଇଲିର ପାଉଡର ନେଇ ଉପକୃତ ହୋଇପାରିବେ। ଆମ୍ବ କୋଇଲିର ଏକ ପେଷ୍ଟ ପ୍ରସ୍ତୁତ କରି ଏହାକୁ ଏକ ଗ୍ଲାସରେ ପାଣି ଏବଂ ମହୁ ସହିତ ମିଶାଇ ଖାଆନ୍ତୁ । ଏହାର ପ୍ରଭାବ କିଛି ସମୟ ମଧ୍ୟରେ ଆରମ୍ଭ ହେବ।

ହୃଦ୍ ରୋଗକୁ ରୋକିବା

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଆମ୍ବ କୋଇଲି ଖାଇବା ଆପଣଙ୍କ ହୃଦୟରେ ରକ୍ତ ସଂଚାଳନକୁ ସୁଦୃଢ କରିଥାଏ। ଏହା ସହିତ ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ମଧ୍ୟ ଏହାର ବ୍ୟବହାର ଦ୍ୱାରା ନିୟନ୍ତ୍ରଣରେ ରହିଥାଏ । ଏହି କାରଣରୁ ରକ୍ତରେ ଶର୍କରା ସ୍ତର ମଧ୍ୟ ସ୍ୱାଭାବିକ ରହିଥାଏ। ଏହା ବ୍ୟତୀତ ଆମ୍ବ କୋଇଲି ଖାଇବା ଦ୍ୱାରା ରକ୍ତ ଅଭାବକୁ ମଧ୍ୟ ଏଡାଯାଇପାରିବ।

ହଜମ ଭଲ ହୁଏ

ଆମ୍ବ କୋଇଲିରେ ସାଇଟ୍ରିକ୍ ଏସିଡ୍ ମଧ୍ୟ ମିଳିଥାଏ । ଯେଉଁଥିପାଇଁ ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ। ଯଦି ଆମ୍ବ କୋଇଲିର ପାଉଡର ପ୍ରତିଦିନ ଖିଆଯାଏ ତେବେ ଏହା କୋଷ୍ଠକାଠିନ୍ୟ ଏବଂ ଅର୍ଶ ଭଳି ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ।

ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ଖାଦ୍ୟ ବିଜ୍ଞାନ ଏବଂ ଖାଦ୍ୟ ନିରାପତ୍ତାର ଏକ ବିସ୍ତୃତ ସମୀକ୍ଷାର ଅଧ୍ୟୟନ ଏବଂ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ ଆମ୍ବ କୋଇଲି ଥିବା ଫାଇବର ରୋଗ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ।

ଏସିଡିଟିରୁ ମୁକ୍ତି ଦିଏ

ଆଜିକାଲି ଜୀବନରେ ଅମ୍ଳତା ରୋଗ ସାଧାରଣ ଅଟେ ଏବଂ ଏଥିପାଇଁ ଆମ୍ବ କୋଇଲି ପାଉଡର ମଧ୍ୟ ପ୍ରଭାବଶାଳୀ ହେବ। ଏଥିରେ ସାଇଟ୍ରିକ୍ ଏସିଡ୍ ମଧ୍ୟ ମିଳିଥାଏ। ଯେଉଁଥିପାଇଁ ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ। ଯଦି ପ୍ରତିଦିନ ଆମ୍ବ ଖାଆନ୍ତି, ତେବେ ଏହା କୋଷ୍ଠକାଠିନ୍ୟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ।

ଚର୍ମ ପାଇଁ ଲାଭଦାୟକ

ଉଜ୍ଜ୍ୱଳ ଚେହେରା ପାଇଁ ଆମ୍ବ କୋଇଲିକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ 30 ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏଥିରେ ବିଟା କାରୋଟିନ୍ ଏବଂ ଭିଟାମିନ୍ ଏ ଥାଏ ଯାହାକି ଆପଣଙ୍କ ରଙ୍ଗୀନ ଚର୍ମକୁ ଗ୍ଲୋ ଦେଇଥାଏ । ବ୍ରଣ ପରି ଦାଗକୁ ମଧ୍ୟ ରୋକି ଥାଏ। ରାତିରେ ଶୋଇବା ପୂର୍ବରୁ ଏହି ପଦ୍ଧତି କରିବାର ଉପଯୁକ୍ତ ସମୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.