ଛୁରୀ ଭୁସି ମାରିଦେବା ପରେ ପୁଅର ପ୍ରଳାପ, ମା’କୁ ଆଜି ମୁକ୍ତି ଦେଇ ଦେଲି

ନୂଆଦିଲ୍ଲୀ : ପୁଅଟିଏ ପାଇବା ପାଇଁ ମା’ କରିଥାଏ କେତେ ଓଷା ବ୍ରତ । ନିଜେ ଭୋକ ଉପାସରେ ରହି ଭରିଥାଏ ପୁଅର ପେଟ । ମା’ ତାର ଶେଷ ଜୀବନ ଯାଏ ପୁଅର ଶୁଭ ମନାସୁ ଥାଏ । ହେଲେ ସେହି ମା’କୁ ଯେ ପୁଅ ହତ୍ୟା କରିପାରେ ଏ କଥା ଭାବିଲେ ବିଶ୍ୱାସ ହୁଏନି । ହଁ ଆଜ୍ଞା ଏମିତି ଏକ ଲୋମ ହର୍ଷଣକାରୀ ଘଟଣା…

ମେଡିକାଲ୍‌ ଅଫିସରଙ୍କ ଅବସର ବୟସ ସୀମା ୬୨ ରୁ ୬୫ କୁ ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ବିରୋଧୀ ଯୁଦ୍ଧକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଙ୍ଗଳବାର ମେଡିକାଲ ଅଫିସରଙ୍କ ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି । Strengthening #Odisha’s fight against #COVID19 further, CM @Naveen_Odisha…

କରୋନା ଯୋଗୁ ଏ ବର୍ଷ ହେବନି ଅମରନାଥ ଯାତ୍ରା, ହତାଶ ହେଲେ ଭକ୍ତ

ଜମ୍ମୁ-କାଶ୍ମୀର :  କରୋନା ଯୋଗୁ ଏବର୍ଷ ହେବନି ଅମରନାଥ ଯାତ୍ରା । ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଏମିତି ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି ବୋଲି ଅମରନାଥ ମନ୍ଦିର ବୋର୍ଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ…

ଘଣ୍ଟାକୁ ୩୦୦ କି.ମି ବେଗରେ ବାଇକ୍‌ ଚଳାଉଥିଲେ ଯୁବକ, ଭିଡିଓ ସେୟାର କରି ଫସିଗଲେ

ବେଙ୍ଗାଲୁର : ଏବେ ସବୁଠି କରୋନା ପାଇଁ ଲକ୍‌ଡାଉନ୍‌ । ରାସ୍ତା ଘାଟ ସବୁ ନିରୋଳା । ଏହି ମଉକାରେ ବେଙ୍ଗାଲୁରର ଜଣେ ଯୁବକ ବସ୍‌ କିମ୍ବା ଟ୍ରେନ୍‌ ନୁହେଁ  ତା’ଠାରୁ  ୩ ଗୁଣ ଅଧିକ ବେଗରେ ଚଳାଉଥିଲେ ବାଇକ୍‌ । ତାଙ୍କ ବାଇକ୍‌ର ଘଣ୍ଟା ପ୍ରତି ବେଗ ଥିଲା ୨୯୯.୬ ବା ୩୦୦ କିଲୋମିଟର । ଦ୍ରୁତ…

ବନ୍ଧୁ ଦେଲା ବଡ଼ ଦଗା : ପାକିସ୍ତାନରେ ବ୍ୟାନ୍‌ ହେଲା ଚୀନ୍‌ ଆପ୍‌ ପବଜୀ ଓ ବିଗୋ, ଏବେ ପୁଣି ବ୍ୟାନ୍‌ ହେବ ଟିକ୍‌ଟକ୍‌

ନୂଆଦିଲ୍ଲୀ : ଭାରତ, ବ୍ରିଟେନ୍‌ ଓ ଆମେରିକା ପରେ ଚୀନ୍‌ର ଘନିଷ୍ଠ ବନ୍ଧୁ ପାକିସ୍ତାନ ମଧ୍ୟ ଚୀନ୍‌କୁ ବଡ଼ ଝଟ୍‌କା ଦେଇଛି । ପାକିସ୍ତାନ ଟେଲିକମ୍ୟୁନିକେସନ୍‌ ଅଥରଟି (ପିଟିଏ) ଚୀନ୍‌ ଆପ୍‌ ପବଜୀକୁ ବ୍ୟାନ୍‌ କରିବା ପରେ ବିଗୋକୁ ବି ବ୍ୟାନ୍‌ କରିଛି । ଏହି ଆପ୍‌ ବନ୍ଦ ପରେ ପାକିସ୍ତାନ ନିଜ…

ପେରୁର ଏହି ବ୍ୟକ୍ତି ତିଆରି କଲେ ଅଦ୍ଭୁତ ସୁରେଇ, ୧୨ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ପାରିବ ବଲ୍ଵ

ପେରୁ :  କଥାରେ ଅଛି ଆବଶ୍ୟକତା ଉଦ୍ଭାବନର ଜନକ । ଏହି କଥା ପ୍ରମାଣ କରିଛନ୍ତି ପେରୁର ଜଣେ ଯୁବକ । ମାତ୍ର ୩୧ ବର୍ଷ ବୟସରେ ସେ ଏମିତି ଏକ ସୁରେଇ(ମାଟିର) ବାହାର କରିଛନ୍ତି ଯାହାଦ୍ୱାରା ୧୨ ଘଣ୍ଟା ପର୍ଯ୍ୟନ୍ତ ବଲ୍ଵ ଜଳାଯାଇ ପାରିବ । ଏଥିପାଇଁ ସେ ପିଲାଦିନରୁ ଚେଷ୍ଟା କରୁଥିଲେ । ସେ…

ଆଜିଠୁ ଆରମ୍ଭ ହେଲା କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ ‘କୋଭାକ୍ସିନ୍‌’ର ହ୍ୟୁମାନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ । ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି କୋଭାକ୍ସିନ୍ର ହ୍ୟୁମାନ୍ ଟ୍ରାଏଲ୍ । ଦିଲ୍ଲୀ ଏମ୍ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏହି ସୂଚନା ଦେଇଛନ୍ତି । ଦେଶର ୧୨ଟି…

ମୟୁରଭଞ୍ଜ ଜିଲ୍ଲାରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ମାମଲାରେ ଜଣେ ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍‌) : ଏସ୍‌ଟିଏଫ୍‌ ଟିମ୍‌ ହାତରେ ଲାଗିଛି ଏକ ବଡ଼ ବ୍ରାଉନ୍‌ ସୁଗାର କାରବାରର ଖିଅ । ଗତକାଲି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ନିକଟ ଜାତୀୟ ରାଜପଥ କଡ଼ରୁ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗର ଜବତ କରି ଜଣକୁ ଗିରଫ କରିଛି । କୁଳିଅଣା ନିକଟ ଜାତୀୟ ରାଜପଥ ନିକଟରୁ…

ପୁଲିସ ଆଗରେ ଛୋଟ ଲାଲୁ ପ୍ରସାଦ ଯାଦବଙ୍କ ନାଚ ଓ ଗୀତର କମାଲ୍‌ ଦେଖି ଲୋକେ ଖୁସ୍‌, ଭିଡିଓ ଭାଇରାଲ୍‌

ପାଟନା : ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଛି । ଯାହାକୁ ଦେଖି ଲୋକେ ସାବାସୀ ଦେବା ସହ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଛୋଟ ପିଲାଟି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳୁଛି । ଗୀତ ଗାଇବା ପରେ ଯେତେବେଳେ ପୁଲିସ ତା’ର…

ଅବିଶ୍ୱସନୀୟ ! ଭେଟନ୍ତୁ ଏହି ଗର୍ବିତ ପିତାଙ୍କୁ ଯାହାଙ୍କ ୪ ସନ୍ତାନ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର

ଆପଣ କେବେ ବିଶ୍ୱାସ କରି ପାରିବେ କି ଗୋଟିଏ ପରିବାରରୁ ୪ ଜଣ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ହେବା କଥା । ବୋଧହୁଏ ଆପଣ ଏହାକୁ ଏକ କାଳ୍ପନିକ କାହିଣୀ ବୋଲି କହି ପାରନ୍ତି । ବାସ୍ତବରେ କିନ୍ତୁ ଏହା ସତ୍ୟ । ଗୋଟିଏ ପରିବାରରୁ ପାଇଛନ୍ତି ୪ ଜଣ ଆଇଏଏସ୍‌ ଓ ଆଇପିଏସ୍‌ । ଆସନ୍ତୁ ଭେଟିବା ଉତ୍ତର…

ଚୀନ୍‌ ବିସ୍ଫୋରଣରେ ଉଡ଼ାଇଲା ଦୁନିଆର ସବୁଠୁ ବଡ଼ ବନ୍ଧ, କାରଣ ଥିଲା ଏପରି

ବେଜିଂ : ଚୀନ୍‌ରେ ବର୍ଷା ଏପରି ଆତଙ୍କ ସୃଷ୍ଟି କରିଛି ଯେ ଚଳିତ ବର୍ଷ ଏଥିରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣ ହାନୀ ଘଟିଲାଣି । ଲଗାତାର ମୂଷଳଧାରାରେ ଜାରି ରହିଥିବା ବର୍ଷା ଯୋଗୁ ସବୁ ନଦୀର ଜଳ ସ୍ତର ଏପରି ବଢ଼ି ଯାଇଛି ଯେ ସହରରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି । ନଦୀର ତଳି ଅଞ୍ଚଳରେ ବନ୍ୟା…

ସୀମାରେ ଭାରତୀୟ ନାଗରିକଙ୍କ ଉପରେ ନେପାଳ ପୋଲିସର ଗୁଳି ମାଡ଼, ଜଣେ ଭାରତୀୟ ମୃତ

କିଶନଗଞ୍ଜ : ଭାରତ ନେପାଳ ମଧ୍ୟରେ ଚାଲିଥିବା ବିବାଦ ଏବେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାଧାରଣ ନାଗରିକଙ୍କ ଉପରେ ପଡ଼ିଛି । ଶନିବାର ରାତିରେ ଭାରତ-ନେପାଳ ସୀମାର କିଶନଗଞ୍ଜ ଜିଲ୍ଲାରେ ନେପାଳ ପୋଲିସ ୩ ଜଣ ଭାରତୀୟ ନାଗରିକଙ୍କ ଉପରେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ଯୁବକ ଆହତ ହୋଇ…