୩ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, QUAD ସମ୍ମିଳନୀରେ ଯୋଗଦେବେ

ଚଳିତ ମାସ ଶେଷରେ ତିନି ଦିବସୀୟ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ । ଏହି ସମୟରେ ସେ କ୍ୱାଡ୍ ଲିଡର୍ସ ସମ୍ମିଳନୀ ବ୍ୟତୀତ ଅନେକ ବଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।…

ରୁଷ୍‌ ସେନାରେ ଫସିରହିଥିବା ୪୫ ଭାରତୀୟ ମୁକ୍ତ, ଆହୁରି ୫୦ ନାଗରିକ ଜଲ୍‌ଦି ଫେରିବେ ସ୍ୱଦେଶ

ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ରୁଷୀୟ ସେନାରେ ଫସିରହିଥିବା ୪୫ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୪୫ ଜଣ ଭାରତୀୟଙ୍କୁ ରୁଷୀୟ ସେନାରୁ କାର୍ଯ୍ୟମୁକ୍ତ କରାଯାଇଛି । ଖୁବ୍ ଶୀଘ୍ର ଅନ୍ୟ ୫୦ ଜଣଙ୍କୁ ମଧ୍ୟ ସ୍ୱଦେଶ ଫେରାଇ ଆଣିବାକୁ…

ଦେଶକୁ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ୍‌, ସେପ୍ଟେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ

ଦେଶକୁ ମିଳିବାକୁ ଯାଉଛି ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେପ୍ଟେମ୍ବର ୧୫ରେ ଦେଶର ବିଭିନ୍ନ ରାଜ୍ୟକୁ ୧୦ ବନ୍ଦେ ଭାରତ ଟ୍ରେନ୍‌ ମିଳିବ ।…

ଜମ୍ମୁ-କାଶ୍ମୀର: ସେନା ଗୁଳିରେ ଟଳି ପଡ଼ିଲେ ଜୈସ୍‌-ଏ-ମହମ୍ମଦର ୨ ସଶସ୍ତ୍ର ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର ଉଧମପୁର ବସନ୍ତଗଡ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଅଞ୍ଚଳରେ ଜୈସ୍‌-ଏ-ମହମ୍ମଦ ଆତଙ୍କୀ ଗୋଷ୍ଠୀର ୪ ଜଣ ସଶସ୍ତ୍ର ଆତଙ୍କବାଦୀ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି । ଏହି…

ସିବିଆଇ ମାମଲା: କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା ଲାଗିଛି । ସିବିଆଇ ମାମଲାରେ ତାଙ୍କ ନ୍ୟାୟିକ ହେପାଜତକୁ ପୁଣିଥରେ ବଢ଼ାଇ ଦିଆଯାଇଛି । ରାଉସ୍‌ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେପଟେ…

ପାଟନା ଗାନ୍ଧି ମୈଦାନ ବିସ୍ଫୋରଣ ମାମଲା: ୪ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଆଜୀବନରେ ପରିବର୍ତ୍ତନ

ବିହାରରେ ୨୦୧୩ ଗାନ୍ଧି ମୈଦାନ ବିସ୍ଫୋରଣ ମାମଲାରେ ପାଟନା ହାଇକୋର୍ଟ ବୁଧବାର ଚାରି ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଛନ୍ତି । ସମସ୍ତ ଦୋଷୀଙ୍କୁ ପୂର୍ବରୁ ସିଭିଲ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ୪ ଜଣ ଦୋଷୀ ହେଲେ, ହାଇଦର ଅଲି, ମୋଜିବୁଲ୍ଲା, ନୋମାନ…

ପୁଣି ଡରାଇଲାଣି କରୋନା ! ସାରା ବିଶ୍ୱରେ ବିପଦ ସୃଷ୍ଟି କରିପାରେ କୋଭିଡ୍‌ ନୂଆ ସବ୍‌-ଭାରିଆଣ୍ଟ ‘XEC’

ସାରା ବିଶ୍ୱରେ ପୁଣି ଡରାଇଲାଣି କରୋନା ଭାଇରସ୍ । ୟୁରୋପରେ କୋଭିଡ୍‌-୧୯ର ନୂଆ ସବ୍‌-ଭାରିଆଣ୍ଟ ‘XEC’ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ସବ୍-ଭାରିଆଣ୍ଟ XEC ବର୍ତ୍ତମାନ ବିଶ୍ୱ ସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଦୃଷ୍ଟି ଆର୍କଷଣ କରୁଛି ।…

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ୧ କୋଟି ଟଙ୍କା

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବୁଧବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି । ସେ ତେଲଙ୍ଗାନାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଡେପୁଟି ସିଏମ୍‌ କଲ୍ୟାଣ…

ଆନ୍ଧ୍ର: କେନାଲ୍‌କୁ ଓଲଟିଲା କାଜୁ ବୋଝେଇ ମିନି ଟ୍ରକ୍‌, ୭ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଦେବରାପଲ୍ଲୀରେ ବୁଧବାର ମଧ୍ୟରାତ୍ରିରେ ଏକ ମିନି ଟ୍ରକ୍‌ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଟ୍ରକ୍‌ଟି କେନାଲ୍‌କୁ ଖସି ପଡ଼ିବାରୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଦେବରାପଲ୍ଲୀ ମଣ୍ଡଳ ଅନ୍ତର୍ଗତ ଚିନ୍ନଇଗୁଡେମ୍‌ର ଚିଲକା…

ଏଥର ପଶ୍ଚିମବଙ୍ଗର ଦୁର୍ଗାପୂଜା ମାନ୍ଦା ! ଇଲିଶି ଖାଇପାରିବେନି ଲୋକେ, ହିଲ୍‌ସା ରପ୍ତାନି ବ୍ୟାନ୍‌ କଲା ବାଂଲାଦେଶ

ପଶ୍ଚିମବଙ୍ଗର ଦୁର୍ଗାପୂଜା ବିଶ୍ୱପ୍ରସିଦ୍ଧ । ଏଠାରେ ଧୁମ୍‌ଧାମରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ । ଏହି ଦୁର୍ଗାପୂଜା ସମୟରେ ରାଜ୍ୟର ପ୍ରତ୍ୟେକ ବଙ୍ଗାଳି ଘରୁ ସୋରିଷ ତେଲରେ ଭଜା ହିଲ୍‌ସା ମାଛର ବାସ୍ନା ଆସିଥାଏ । କିନ୍ତୁ ଏଥର ଏହି ବାସ୍ନା ମାନ୍ଦା ପଡ଼ିପାରେ । କାରଣ, ବାଂଲାଦେଶରେ…

ସ୍ୱାମୀଙ୍କୁ ଦେଇଥିଲେ ତିନ୍‌ ତଲାକ୍‌, ‘Divorce’ ପରଫ୍ୟୁମ୍‌ ଲଞ୍ଚ୍‌ କଲେ ଦୁବାଇ ରାଜକୁମାରୀ

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ତଥା ଦୁବାଇର ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ୍‌ ଅଲ-ମୁକତୁମ୍‌ଙ୍କ ଝିଅ ଶେଖା ମାହରା ବିନ୍ତ୍‌ ମହମ୍ମଦ ବିନ୍‌ ରାଶିଦ୍‌ ଅଲ୍‌ ମୁକତୁମ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଜୁଲାଇରେ ସୋସିଆଲ ମିଡିଆ ସାଇଟ୍‌…

ରାଜସ୍ଥାନ: କୋଟାରେ ଘରେ ପଶିଲା ୧୧ ଫୁଟ୍‌ର ଅଜଗର, ୧ ଘଣ୍ଟା ପରେ ହେଲା ରେସ୍‌କ୍ୟୁ

ଘରେ ପଶିଲା ବିଶାଳକାୟ ଅଜଗର । ଭୟରେ ଥରି ଉଠିଲେ ଲୋକେ । ୧୧ ଫୁଟ୍‌ ଲମ୍ବର ଏହି ଅଜଗର ରାଜସ୍ଥାନର କୋଟାରେ ଜଣଙ୍କ ଘରୁ ଉଦ୍ଧାର ହୋଇଛି । ଘର ଭିତରକୁ ସାପଟି ପଶିଆସିଥିଲା । କୋଟା ଚମ୍ବଲ ରିଭର୍‌ ଫ୍ରଣ୍ଟ ନିକଟସ୍ଥ ଏହି ଘରେ ଏକ ବିଶାଳ ଅଜଗର ପଶିଥିବାର ଦେଖିବାକୁ ମିଳିଥିଲା । ଏହାର ଓଜନ…