ଦୁନିଆର ଏପରି ସ୍ଥାନରେ ଲାଗୁ ହୋଇଛି ଭାରତ ଠାରୁ କଡ଼ା ଟ୍ରାଫିକ୍‌ ନିୟମ, ଜରିମନା ଭରିବା ପାଇଁ କରିବାକୁ ପଡ଼େ ଏତେ କଷ୍ଟ

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ ଠାରୁ ମଧ୍ୟ ଖୁବ ଅଧିକ ରହିଛି । ଏଠାରେ ଭାରି ଜରିମନା ସହିତ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ଅଛି । ଦୁନିଆରେ ଏମିତି ବହୁ ସ୍ଥାନରେ ଜରିମନା ଦେବା ପାଇଁ ଲୋକଙ୍କୁ ଲୋନ୍‌ ନେବାକୁ ପଡିଥାଏ ଅଥବା ନିଜର କ୍ରେଡିଟ୍‌ କାର୍ଡ ଆଦିରୁ ଭାରି ରକମର ଜରିମନା ଦେଇଥାନ୍ତି । ଏଠାରେ ଜରିମନା ବ୍ୟକ୍ତିଙ୍କର ଏକ ମାସର ଦରମା ଠାରୁ ମଧ୍ୟ ଅଧିକ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସେହି ସବୁ ଦେଶ ସମ୍ପର୍କରେ ଯେଉଁଠି ଏଭଳି କଡ଼ା ନିୟମ ଲାଗୁ କରାଯାଇଛି।

ଆମେରିକା:
ଆମେରିକାରେ ଟ୍ରାଫିକ୍‌ ନିମୟ ବହୁତ କଠୋର । ଏଠାରେ ରାସ୍ତାରେ ଲାଗିଥିବା ସାଇନ୍‌ ବୋର୍ଡ ନିୟମର ମଧ୍ୟ ଠିକ୍‌ ଭାବେ ପାଳନ କରିବାକୁ ପଡିଥାଏ । ଯାହାକୁ ଭାରତରେ କରିବାକୁ ପଡିନଥାଏ ।

ଏଠାରେ ଜରିମନା କେତେ ଦେବାକୁ ପଡିଥାଏ:

-ବିନା ସିଟ୍‌ ବେଲ୍ଟ -୧୮,୦୦୦ ଟଙ୍କା
-ବିନା ଲାଇସେନ୍ସ -୭୨,୦୦୦ ଟଙ୍କା
-ବିନା ହେଲମେଟ୍‌ -୨୨,୦୦୦ଟଙ୍କା
-ନିଶାରେ ଡ୍ରାଇଭିଙ୍ଗ୍‌ କରିବା- ତିନି ମାସ ଯାଏଁ ଲାଇସେନ୍ସ କ୍ୟାନସଲ୍‌ ହେବା ସହିତ ଜରିମନା
-ଡ୍ରାଇଭିଙ୍ଗ ସମୟରେ ଫୋନର ବ୍ୟବହାର -୭.୨୩ ଲକ୍ଷ ଟଙ୍କା

ସିଙ୍ଗାପୁର:
ଏଠାରେ ଜରିମନା କେତେ ଦେବାକୁ ପଡିଥାଏ:
-ବିନା ସିଟ୍‌ ବେଲ୍ଟ-୮,୦୦୦ଟଙ୍କା
-ବିନା ଲାଇସେନ୍ସ-୩ଲକ୍ଷ ଟଙ୍କା
-ନିଶାରେ ଡ୍ରାଇଭିଙ୍ଗ୍‌ କଲେ-୩.୫୯ ଲକ୍ଷ ଟଙ୍କା ବା ୩ମାସ ଜେଲ୍‌, ଦ୍ୱିତୀୟ ଥର କଲେ ୭ଲକ୍ଷ ଟଙ୍କା ଜରିମନା
ଡ୍ରାଇଭିଙ୍ଗ ସମୟରେ ଫୋନର ବ୍ୟବହାର-୭୨,୦୦୦ଟଙ୍କା ବା ୬ମାସ ଜେଲ୍‌

ଋଷ:

ଏଠାରେ ଟ୍ରାଫିକ୍‌ ନିୟମ ଖାଲି ଭାଙ୍ଗିବାରେ ଜରିମନା ଲାଗିନଥାଏ ବରଂ ଗାଡି ସଫା ଏବଂ ସୁନ୍ଦର ରଖିବା ମଧ୍ୟ ଜରୁରୀ ହୋଇପଡିଥାଏ । ଗାଡି ଅପରିଷ୍କାର ହେବାରେ ମଧ୍‌ଯ ୩୨୪୦ଟଙ୍କା । ଚାଲାଣ କଟାଯାଇଥାଏ । ଜୋରରେ ଗାଡି ଚଲାଇବା ଏଠାରେ ଏକ ଅପରାଧ ଶ୍ରେଣୀଭୁକ୍ତ ଅଟେ । ଗାଡିରେ ବସିଥିବା ପ୍ରତ୍ୟେକ ପ୍ୟକ୍ତଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବାକୁ ପଡିଥାଏ । ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇଲେ ୫୪,୦୦୦ଟଙ୍କା ଚାଲାଣ କଟାଯାଇଥାଏ । ଏହାସହିତ ତିନି ବର୍ଷ ଯାଏଁ ଡ୍ରାଇଭିଙ୍ଗ ଲାଇସେନ୍ସ କ୍ୟାନସଲ୍‌ କରିଦିଆଯାଇଥାଏ ।

ଦୁବାଇ:
ଅପରିଷ୍କାର ଗାଡି ପାଇଁ ଏଠାରେ ୧୦,୦୦୦ଟଙ୍କା ଜରିମନା ଆଦାୟ କରାଯାଇଥାଏ । ଭଙ୍ଗା ଗାଡିକୁ ମଧ୍ୟ ଏଠାରେ କ୍ଷତିଗ୍ରସ୍ତ ଗାଡିଭାବେ ଘୋଷିତ କରାଯାଇଥାଏ ।

ଓମାନ୍‌:
ଆଫ୍ରିକା ଦେଶ ଓମାନ୍‌ ର ଗଣତି ପଛୁଆ ଦେଶ ମାନଙ୍କରେ ହୋଇଥାଏ । ଏଠାକାର ଆର୍ଥିକ ଅବସ୍ଥା ତେଲ ଉପରେ ନିର୍ଭର କରିଥାଏ । ଏହାବ୍ୟତିତ ଏଠାରେ ଯାତାୟତ ନିୟମ ବହୁତ ଶକ୍ତ । ଏଠାରେ ଫୋନ୍‌ରେ କଥା ହୋି ଗାଡି ଚଲାଇଲେ ପାଖଶପାଖଇ ୫୦ଟଙ୍କା ଯାଏ ଚାଲାଣ କଟାଯାଇଥାଏ ।

ୟୁଏଇ:
ଆରବ ଦେଶ ନିଜର ଶକ୍ତ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୟୁଏଇରେ ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇଲେ କଣ୍ଟାରେ ପିଟିବା ଭଳି ଭୟାନକ୍‌ ଦଣ୍ଡ ଦିଆଯାଇଥାଏ । ତେଣୁ ଏଠାରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା ପାଖାପାଖି ନା କହିଲେ ଚଳେ ।

ହଲ୍ୟାଣ୍ଡ:
ଏଠାକାର ଲୋକେ ଭୁଲରେ ବି ସ୍ପିଡ୍‌ ରେ ସଡକରେ ଗାଡି ଚଲାଇ ପାରିବେ ନାହିଁ । ଏଠାରେ ନିର୍ଦ୍ଧାରିତ ଗତି ସୀମାର ଉଲ୍ଲଙ୍ଘନ କଲେ ଗାଡିକୁ ସବୁଦିନ ପାଇଁ ଜବତ କରିଦିଆଯାଇଥାଏ ।

ଭୁଟାନ୍‌:
ଏହି ଦେଶ ଭାରତଠାରୁ ବହୁ ପଛରେ ଅଛି ସତ କିନ୍ତୁ ଯାତାୟତ ନିମୟ ପାଳନ କରିବାରେ ଆମ ଦେଶ ଠାରୁ ଏହା ବହୁ ଆଗରେ । ଏଠାରେ ବିନା ଟ୍ରାଫିକ୍‌ ସିଗନାଲରେ ମଧ୍ୟ ଯାତାୟତ ସୂଚାରୁ ରୂପେ ଚାଲିଥାଏ । ଏଠାରେ ଭାରତ ଭଳି ଟ୍ରାଫିକ୍‌ ଜାମ୍‌ ହେଲେ ଅନ୍ୟ କେଉଁ ଗଳି ବାଟ ଦେଇ ଯିବା ଭଳି ନିମୟକୁ ପାଳନ କରାଯାଇନଥାଏ । ଏଠାରେ ଏପରି କରିବା ମନା । ଏଠାରେ ଲେନ୍‌ ଡ୍ରାଇଭିଙ୍ଗକୁ ପାଳନ କରାଯାଇନଥାଏ।

ତାଇଓ୍ଵାନ୍‌:
ଭାରତ ଠାରୁ ବହୁ ଛୋଟ ହୋଇଥିବା ଏହି ଦେଶ ପାଖାପାଖି ସବୁ ମାମଲଶରେ ଭାରତଠାରୁ ପଛରେ । ତାଇଓ୍ଵାନ୍‌ କେବେ ଚୀନ୍‌ ର ଭାଗ ଥିଲା । ଏଠାରେ ନିଶାରେ ଗାଡି ଚଲାଇଲେ ୪ଲକ୍ଷ ଟଙ୍କା ଯାଏ ଜରିମନା ଆଦାୟ କରାଯାଇଥାଏ ।

ଫିନଲ୍ୟାଣ୍ଡ:
ଏଠାରେ ଚାଲାଣ ରାଶି ଅଲଗା ଅଲଗା ରହିଛି । ଏହି ଟ୍ରାଫିକ୍‌ ଉଲ୍ଲଙ୍ଘନ କରିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଅନୁସାରେ ଜରିମନା ଆଦାୟ କରାଯାଇଥାଏ । ରୋଜଗାର ଆଧାରରେ ଚାଲାଣ କଟାଯାଉଥିବା ଫିନଲ୍ୟାଣ୍ଡ ଦୁନିଆର ଏକମାତ୍ର ଦେଶ ଭାବେ ପରିଚିତ ।

ଜାପାନ:
ଏଠାରେ ସଡକରେ ଚାଲିକି ଯାଉଥିବା ବ୍ୟକ୍ତିଙ୍କୁ ଖାସ୍‌ ନଜର ଦିଆଯାଇଥାଏ । ଏଠାରେ କୌଣସି ଚାଳକ ଯଦି ପାଦରେ ଚାଲିକି ଯାଉଥିବା ବ୍ୟକ୍ତିଙ୍କ ଉପରକୁ କାଦୁଅ କିମ୍ବା ପାଣି ପକାଇଥାଏ ତେବେ ତାଙ୍କ ଉପରେ ଭାରି ରକମର ଜରିମନା ଆଦାୟ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.