Browsing Category

ରାଜ୍ୟ

ଭୁବନେଶ୍ବର: ହଟ୍ ପ୍ୟାଣ୍ଟ ପିନ୍ଧା ଲେଡି ଲୁଟେରା ଏମିତି କଲା ଚୋରି ଦେଖିଲେ ଆଖି ଟେରା ହୋଇଯିବ

ଭୁବନେଶ୍ବର(କେନ୍ୟୁଜ୍):ଚକମା ଦେଖାଇ ସହିଦନଗର ଏକ ମୋବାଇଲ ଦୋକାନରୁ ଲକ୍ଷେ ୩୯ ହଜାର ଟଙ୍କିଆ Iphone 12pro max ମୋବାଇଲ ହଡପ କରି ନେଇଥିବା ଯୁବତୀ ଥାନାରେ ଅଟକ। ଆଜି ଦିନ ସାଢେ ୧୧ଟା ବେଳେ ସହୀଦନଗର ସ୍ଥିତ ସେଲ ଡଟ ସେଭେନ ନାମକ ଏକ ମୋବାଇଲ ଦୋକାନକୁ ଯୁବତୀ ଆସି Iphone 12pro…

ଯାଜପୁର: ଏଟିଏମ କାର୍ଡ ଚୋରି କରି ଚମ୍ପଟ ମରୁଥିବା ଚୋରକୁ ଧିରି ପୋଲିସରେ ଦେଲେ ଗ୍ରାମବାସୀ

କେନ୍ୟୁଜ୍(ବ୍ୟୁରୋ):  ଏଟିଏମ ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ବଜାରର ଏଟିଏମ ନିକଟରୁ ଜଣେ ଚୋରକୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଛନ୍ତି । ଯୁବକ ହେଉଛନ୍ତି ମଂଗଳପୁର ଥାନା ଚମ୍ପେଇ ଗ୍ରାମର ପ୍ରଦୀପ କୁମାର ସାମଲ । ସେ ଜଣେ…

ବାଲେଶ୍ବର: ଶାଶ୍ବତ ପ୍ରେମର ନିଚ୍ଛକ ଉଦାହରଣ, କଥା କହିପାରୁନଥିଲେ ବି ଆଖିରେ ଆଖିରେ ପ୍ରେମ ପରେ ପଡିଲା ହାତଗଣ୍ଠି

ଜଳେଶ୍ବର(କେନ୍ୟୁଜ୍):  କେବଳ ଓଠ ପ୍ରେମର ଭାଷା କୁହେନି । ଆଖି ବି କହିପାରେ ଅନକେ କିଛି। ବ୍ୟକ୍ତ କରିପାରେ ହୃଦୟର ଭାବନା।   ଆଉ ସେଇ ଆଖିର ଇସାରାରେ ଏକାଠି ହୋଇଛନ୍ତି ପ୍ରେମୀ ଯୁଗଳ  । ଉଭୟ ପିଲାଟି ଦିନରୁ ମୁକ । କିଛି ସିନା କହି ପାରନ୍ତି ନାହିଁ କିନ୍ତୁ ଠାରରେ ଠାରରେ ସବୁ ବଖାଣି…

ପୁରୀ ଛଡ଼ା ଅନ୍ୟ କେଉଁଠି ଅନୁଷ୍ଠିତ ହେବନି ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେ ନ୍ୟୁଜ): ଏଥର କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ଛଡ଼ା ରାଜ୍ୟର ଅନ୍ୟ ସବୁଠି ରଥଯାତ୍ରାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଦାୟର ସମସ୍ତ ଆବେଦନ ଖାରଜ କରାଯାଇଛି। ରୁଜୁ ହୋଇଥିବା ଏକାଧିକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌…

ଖାକିରେ କଳଙ୍କର ଛିଟା, ବିଧବା ମହିଳାଙ୍କୁ ଧୋକା ଦେଇ ଗର୍ଭବତୀ କଲେ ପୋଲିସ କର୍ମଚାରୀ

ଖାକିରେ ଲାଗିଛି କଳଙ୍କର ଛିଟା । ପୋଲିସ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ । ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ…

ରେଳ ଧାରଣାରୁ ମିଳିଲା ନବଜାତ ଶିଶୁର ମୃତଦେହ

ଭୁବନେଶ୍ୱର(କେ ନ୍ୟୁଜ): ରେଳ ଧାରଣାରୁ ମିଳିଲା ନବଜାତ ଶିଶୁର ମୃତଦେହ। ଶିଶୁର ଦେହରେ ଏକ ଘରୋଇ ହସ୍‌ପିଟାଲର ଟ୍ୟାଗ୍‌ ଲାଗିଛି। ତେବେ କିଏ ଓ କାହିଁକି ଶିଶୁପୁତ୍ରକୁ ଏପରି ପରିତ୍ୟକ୍ତ ଭାବେ ଫିଙ୍ଗି ଚାଲିଗଲା ତାହା ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ…

ଚାଲାଣ କାଟୁଛନ୍ତି ଗ୍ରାଜୁଏଟ କନେଷ୍ଟବଳ, ୨୨ ଜାଗାରେ ନିୟୋଜିତ ଅଛନ୍ତି ୪୪ ଜଣ

ଭୁବନେଶ୍ୱର(କେ ନ୍ୟୁଜ): କେବଳ ଟ୍ରାଫିକ ପୋଷ୍ଟରେ ନୁହେଁ, ଚାଲାଣ କାଟୁଛନ୍ତି କନେଷ୍ଟବଳ । ରାଜଧାନୀରେ ଗତକାଲିଠୁ ଚାଲାଣ କାଟୁଛନ୍ତି ଗ୍ରାଜୁଏଟ କନେଷ୍ଟବଳ । ୪୪ ଜଣ କନେଷ୍ଟବଳ ୨୨ଟି ଜାଗାରେ ଫାଇନ କାଟୁଛନ୍ତି । କରୋନା କଟକଣା ପାଇଁ ଇ-ଚାଲାଣ ମଧ୍ୟ କାଟିଛନ୍ତି । ଏପରିକି ଟ୍ଵିନସିଟିର…

କାହିଁକି ଶଙ୍ଖାସିନ୍ଦୁର ନେଇକି ଆସିଥିଲେ ଜଗନ୍ନାଥ ? ହତ୍ୟା ପଛର ପ୍ରକୃତ କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଏକତରଫା ପ୍ରେମ ନା ପରକୀୟା ପ୍ରୀତି। ଗତକାଲି ରାଜଧାନୀ ଭୀମଟାଙ୍ଗିରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର କାରଣ କଣ। କାହିଁକି ପ୍ରିୟଦର୍ଶିନୀ ସାହୁଙ୍କୁ ଏମିତି ନୃଶଂସ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଜଗନ୍ନାଥ। ଏଭଳି ଅନେକ ପ୍ରଶ୍ନର…

ଆଜି ଶ୍ରୀଜୀଉଙ୍କ ରାଜପ୍ରାସାଦ ବିଜେ ନୀତି, ଦଶମୂଳ ମୋଦକ ଲାଗି ପରେ ଏବେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ପୁରୀ(କେ ନ୍ୟୁଜ): ଆଜି ଶ୍ରୀଜୀଉଙ୍କ ରାଜପ୍ରାସାଦ ବିଜେ ନୀତି । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଲାଗି ପରେ ଏବେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ସୁସ୍ଥ ହୋଇଥିବା ମହାପ୍ରଭୁଙ୍କ ଖବର ଆଜି ଗଜପତି ଶ୍ରୀନହରକୁ ଯିବ । ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ,…

ଆଜିଠୁ ୪୩ଟି ରୁଟ୍‌ରେ ଚଲାଚଳ କରିବ OSRTC ବସ୍‌

ଭୁବନେଶ୍ୱର(କେ ନ୍ୟୁଜ): ଆଜିଠୁ ଗଡିଲା OSRTC ବସ୍‌। ୪୩ଟି ରୁଟ୍‌ରେ ବସ୍‌ ଚଲାଚଳ କରିବ। A କ୍ୟାଟେଗୋରୀ ୨୦ ଜିଲ୍ଲା ମଧ୍ୟରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ହିଁ ବସିକି ଯାଇପାରିବେ। କୌଣସି ଯାତ୍ରୀଙ୍କୁ ଛିଡା ହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ…

୭,୮, ଓ ୯ ପ୍ରବଳ ବର୍ଷିବ ରାଜ୍ୟରେ

ଭୁବନେଶ୍ୱର : ଆଗାମୀ ୪ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବ । ଏପରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୭, ୮ ଓ ୯ ତାରିଖ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା,…