Below header
Browsing Category

ରାଜ୍ୟ

କଟକରେ କାୟା ମେଲାଉଛି ଡେଙ୍ଗୁ : ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ୨୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ଡେଙ୍ଗୁ ଓ୍ଵାର୍ଡରେ ଥିବା ବେଳେ ଆଉ ଦୁଇଜଣ ଆଇସିୟୁରେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ…

ଟ୍ଵିଟକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ…

ଭୁବନେଶ୍ବର : ଓଡ଼ିଆରେ କଦର୍ଯ୍ୟ ଓ କଦର୍ଥ ଲେଖା । ଶବ୍ଦ ଓ ବାକ୍ୟ କିଛି ବି ଠିକ୍‌ ନାହିଁ । ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଏମିତି ଏକ ନିମନ୍ତ୍ରଣ ପତ୍ର ଅପ୍‌ଲୋଡ୍‌ ହୋଇଛି । ତାହା ହେଉଛି ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ର ।…

କ୍ରାଇମବ୍ରାଞ୍ଚ୍ କବଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସାର୍ପ ସୁଟର୍

ଭୁବନେଶ୍ବର: ଅଧିକରୁ ଅଧିକ ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ଲିଙ୍କ୍‌ର ଗୁମର । କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି ଟିଟୋ ଗ୍ୟାଙ୍ଗ୍‌ର ୨ଜଣ ସାର୍ପ ସୁଟର । ସେମାନେ ହେଲେ ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀ ଓ ସେକ୍‌ ସୟଦ । ଦୁଇ ଜଣଙ୍କ ନାଁରେ ୨୫ରୁ ଅଧିକ ମାମଲା…

ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ସଜବାଜ !

ଭୁବନେଶ୍ବର : ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ ତାଲିକା ଦେବାକୁ ଅର୍ଥ ବିଭାଗ ଚିଠି ଲେଖିଥିବା ବେଳେ ଏମିତି କିଛି ଚର୍ଚ୍ଚା ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି । ପ୍ରଶାସନିକ…

ମାଛରେ ଫର୍ମାଲିନ୍ : କଟକ ମାଛ ବଜାରରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ମାଛରେ ଫର୍ମାଲିନ୍ ମିଳିବା ପରେ ଏବେ କଟକର ମାଛ ବଜାରରେ ଚଢାଉ। କଟକ ବିଭିନ୍ନ ମାଛ ମାର୍କେଟ୍‌ରେ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। କୃଷକବଜାର, ପ୍ରେସ୍ଛକ, ସେମିନାରୀ ଛକ ଅଞ୍ଚଳ ମାଛ ମାର୍କେଟ୍‌ରୁ ୮ଟି ନମୁନା ସଂଗ୍ରହ…

ସଂପର୍କରେ ପଡ଼ିଲା ରକ୍ତ ଛିଟା : ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ !

ଝାରସୁଗୁଡ଼ା : ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବୃନ୍ଦାମାଳରେ ଥିବା ବେଦାନ୍ତର ବିସ୍ଥାପିତ ଆର୍. ଆର୍. କଲୋନୀରେ। ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ। ମୃତକଙ୍କ ନାଁ ବିଶିକେସନ ରୋହିଦାସ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ଭଗବାନ ରୋହିଦାସକୁ ଗିରଫ କରିଛି। ପାରିବାରିକ…

ଦୁଷ୍ମର୍ମ ଅଭିଯୁକ୍ତର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା

ଭଦ୍ରକ :ଦୁଷ୍ମର୍ମ ଅଭିଯୁକ୍ତର ଆତ୍ମହତ୍ୟା ।ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଧାମନଗର ଥାନା ବାଲିଚତୁରି ଗାଁରେ । ବିଷ୍ଣୁ ମୋହନ ପାତ୍ର ନାମକ ଯୁବକ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା…

ଅପରେସନ୍ ଗଜରାଜ : ବଡ଼ ଖାଇରୁ ଉଦ୍ଧାର ହେଲା ଦନ୍ତା

ହିନ୍ଦୋଳ : ଆଜି ଭୋର ୪ଟାରେ ରେଢାଖୋଲ ବନକଣ୍ଡ ଚାରମାଳ ରେଞ୍ଜ ସାନ ହିନ୍ଦୋଳରେ ଏକ ବଡ଼ ଖାଇରେ ପଡ଼ିଯାଇଥିଲା ହାତୀ। ଖାଦ୍ୟ ସଂଗ୍ରହରେ ଆସିଥିବା ବେଳେ ଖାଇରେ ପଡ଼ିଯାଇଥିଲା। ବାହାରକୁ ଆସିନପାରିବାରୁ ଜୋରରେ ଚିତ୍କାର କରିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଏହା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ହେବ ଘୂର୍ଣ୍ଣିବଳୟ !

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଗତି କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସକ୍ରିୟ ହେବ । ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟର…

ଶ୍ରୀକ୍ଷେତ୍ରରେ ଲୀଳାମୟ ଠାକୁରଙ୍କ ରଥଯାତ୍ରା : ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ. . ବଳଗଣ୍ଡି ଛକ ନିକଟରେ ଅଟକିଲା…

ପୁରୀ : ବର୍ଷା ସତ୍ତ୍ୱେ ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ବଡ଼ଦାଣ୍ଡ । ରଥ ଓ ପଥ ପ୍ରସ୍ତୁତ ଥିଲା । ଅପେକ୍ଷା ଥିଲା ସେହି ମୁହୂର୍ତ୍ତକୁ । କେତେବେଳେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ । ଘଣ୍ଟଘଣ୍ଟା, ଓ…

ହୁଣ୍ଡିରେ ଅଟକିଗଲା ହାତ : ମନ୍ଦିରରୁ ଚୋରି ଉଦ୍ୟମ ବେଳେ ଫସିଗଲା ଚୋର

ଜଗତସିଂହପୁର : ହନୁମାନ ମନ୍ଦିର ହୁଣ୍ଡିରୁ ଚୋରି ବେଳେ ହୁଣ୍ଡି ବାକ୍ସ ଭିତରେ ରହିଲା ହାତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶ୍ରୀରାମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏଭଳି ଘଟଣା ଘଟିଛି । ଚୋରି କରୁଥିବା ଯୁବକ ଜଣକ ହେଲେ ମନ୍ଦିର ପୂଜକ ନାରାୟଣ ତ୍ରିପାଠୀଙ୍କ ପୁଅ ଗୋବିନ୍ଦ…

ପାଦେ ପାଦେ ଭୟ : କେତେବେଳେ ବୋମା ଫୁଟୁଛି ତ କେତେବେଳେ ଗର୍ଜୁଛି ବନ୍ଧୁକ

କନ୍ଧମାଳ : ଆତଙ୍କରେ ଆଦିବାସୀ । ପୋଲିସ ଓ ମାଓବାଦୀଙ୍କ ବନ୍ଧୁକ ଗର୍ଜନ ଭିତରେ ବିପନ୍ନ ହେଉଛି ନିରିହ ଆଦିବାସୀଙ୍କ ଜବୀନ । ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପା ଓ ଗାଡଙ୍ଗି ଜଙ୍ଗଲ ମାଓବାଦୀଙ୍କ ଆଡା ସ୍ଥଳୀ ପାଲଟିଛି । ଅନେକ ସମୟରେ ଏଠି ଫୁଟୁଛି ଗୁଳି । ମୁହାଁମୁହିଁ…