Below header
Browsing Category

ରାଜ୍ୟ

ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ

ପୁରୀ: ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ରଥଖଳାରେ ଚାଞ୍ଚ ପଡି କପଡା ଗୁଡ଼ାଯିବା ପରେ ରଥନିର୍ମାଣ କରାଯାଉଛି । ତିନିରଥର ୪୨ତୁମ୍ବରୁ ୧୨ଟି ତୁମ୍ବ କାମ ସରିଲାଣି । ଆଉ ୭ ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଜାରି ରହିଛି ।…

ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା, ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ

ପାରାଦୀପ: ବାତ୍ୟା ପରେ ବନ୍ୟା ଭୟ । ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା । ବାତ୍ୟା ୟସ ଫଳରେ ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖାରେ ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି । ଆଜି ସକାଳ ୬ଟା…

ଆଜି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାତ୍ୟାଜନିତ କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ୟସ୍‌ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଏହାସହ ପଶ୍ଚିମବଙ୍ଗରେ ବି ବାତ୍ୟାଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ପିଏମ୍‌ ମୋଦି । ପ୍ରଥମେ ଭୁବନେଶ୍ୱରରେ ଆସି ପହଞ୍ଚିବେ । ସମୀକ୍ଷା ବୈଠକରେ ଯୋଗ ଦେବେ…

ଚଣ୍ଡିଖୋଲ ଚଣ୍ଡିମନ୍ଦିରକୁ ଯାଇ ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ

ଯାଜପୁର (କେନ୍ୟୁଜ): ବର୍ଷ ବର୍ଷ ହେବ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ମହାବିନାୟକ ଶୈବ ପୀଠ ଓ ଚଣ୍ଡିମନ୍ଦିରରେ ବହୁ ମାଙ୍କଡ ରହି ଆସୁଛନ୍ତି। ବିଶେଷ କରି ଭକ୍ତମାନେ ମନ୍ଦିରକୁ ଆସିବା ସମୟରେ ଏଠାରେ ରହୁଥିବା ମାଙ୍କଡମାନଙ୍କୁ ଖାଦ୍ୟ ପଦାର୍ଥ ଦେଇଥାନ୍ତି। ତେବେ କରୋନା କଟକଣା ହେତୁ ମନ୍ଦିର ବନ୍ଦ…

ଚାଲିଗଲାଣି ବାତ୍ୟା ୟସ୍, କିନ୍ତୁ ଦୀଘାରେ ଏବେବି ସମୁଦ୍ର ଅଶାନ୍ତ ରହୁଛି

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ୟସ । କିନ୍ତୁ ଏବେ ବି ଜାରି ରହିଛି ପ୍ରଭାବ। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ସମୁଦ୍ର ଦେଖାଉଛି ନିଜର କରାଳ ରୂପ। ପ୍ରବଳ ବେଗରେ ପବନ ବହୁଥିବା ବେଳେ ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର। ବେଳେ ବେଳେ ଏହାର ତୀବ୍ରତା ଏତେ…

ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଓ ଟିକାକରଣ କରାଯିବ । ଏହାସହ ବାତ୍ୟା ପରିଚାଳନା ଓ ପୁନରୁଦ୍ଧାରେ ନିୟୋଜିତ କର୍ମଚାରୀଙ୍କ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି…

ଆଜି ଭୁବନେଶ୍ୱରରୁ ୪୭୧ ଜଣ ପଜିଟିଭ, ସୁସ୍ଥ ହେଲେ ୧୦୬୨

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୪୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂଖ୍ୟା ୭୨ ହଜାର ୩୫୪କୁ ବୃଦ୍ଧି ପାଇଛି । କିନ୍ତୁ ଖୁସିର କଥା ଆକ୍ରାନ୍ତ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ରହିଛି ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା । ଆଜିର…

ବର୍ଷ ହେଲା ମୁହଁରେ ରଙ୍ଗ ନ ମାରି କଳାକାରଙ୍କ ଆଖିରେ ଆଜି ବହୁଛି ଲୁହ

ବ୍ରହ୍ମପୁର (କେନ୍ୟୁଜ) : କଳାକାର ହସାଏ, କଳାକାର କନ୍ଦାଏ, କିନ୍ତୁ ଦୁଇ ବର୍ଷ ହେଲା ମୁହଁ ରେ ରଙ୍ଗ ନ ମାରି କଳାକାରର ଆଖିରେ ଆଜି ଅଶ୍ରୁ। କାରଣ କରୋନାର କରାଳ ଗତିରେ କଳାକାର ଆଜି ଦୁର୍ଦ୍ଦଶା ମଧ୍ୟରେ। ଆମ ରାଜ୍ଯରେ ଥିବା ଲୋକ ନୃତ୍ୟ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ଲୋକ ନୃତ୍ୟର…

୩ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ୍ 

ଯାଜପୁର (କେନ୍ୟୁଜ) : ତିନି ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ୍ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ମାଝିପାଟଣା ଗ୍ରାମର ଦୁର୍ଯ୍ୟୋଧନ ମଲିକଙ୍କ ଅକାଳ ବିୟୋଗ ହୋଇଯିବା ପରେ ସେମାନଙ୍କ ୩ପୁଅ ଝିଅ ଅସହାୟ ହୋଇପଡିଥିଲେ । ତିନି ବର୍ଷ ତଳେ ମାଆ…

କେନ୍ଦୁଝର: ୟସ ଫେରିବା ପରେ ଲଗାଣ ବର୍ଷା ଯୋଗୁଁ ଭାସିଗଲା ବଇଙ୍ଗା ନଦୀ ପୋଲ, ସୁଆକାଠି ଦବୁନା ଯୋଗାଯୋଗ ବିଛିନ୍ନ

ବାଂଶପାଳ(କେନ୍ୟୁଜ୍): ବାତ୍ୟା ୟସର ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ୩ ଦିନ ଧରି ଲଗାଣ ବର୍ଷା ସହିତ ପବନ ଲାଗିରହିଛି। ଲଗାଣ ବର୍ଷାରେ ଅନେକ କଚା ଘର ଭାଙ୍ଗିଯାଇଥିବା ବେଳେ ଅନେକ ଗାଁ ଜଳମଗ୍ନ ହୋଇ ରହିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ବନ୍ୟା ଜଳ…