କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍ ଙ୍କ ଦିଓ୍ଵାନା ହେଲେ ସଲମାନ୍ ଖାନ୍, ସୋସିଆଲ ମିଡିଆରେ ତାରିଫ୍ କରି କହିଲେ ଏମିତି

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବଲିଉଡରେ ଖୁବ୍ ଧମାଲ୍ ଦେଖାଇସାରିଛନ୍ତି। ନିଜର ଅଭିନୟ ଦ୍ୱାରା ମଧ୍ୟ କ୍ୟାଟ୍ରିନା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ନିଜର ଦିଓ୍ଵାନା କରିପାରିଛନ୍ତି। ତାଙ୍କର ଅଭିନୟ ସହ ସୁନ୍ଦରତା ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ କିନ୍ତୁ କ୍ୟାଟ୍ରିନାଙ୍କ ସାନ ଭଉଣୀ ଇସାବେଲ୍ କୈଫ୍ ନିଜର ଜଲଓ୍ଵା ଦେଖାଇବା ଆରମ୍ଭ କରିଛନ୍ତି। ଇସାବେଲ୍ ଙ୍କ ଏକ ଭିଡିଓ ସଙ୍ଗକ ‘ମାସାଲ୍ଲାହ’ ରିଲିଜ୍ ହୋଇସାରିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

isabelleଇସାବେଲ୍ ଙ୍କ ଏହି ଭିଡିଓ ଦେଖି ଦର୍ଶକମାନେ ତାଙ୍କର ଖୁବ୍ ତାରିଫ୍ କରୁଛନ୍ତି। ଏଥିସହ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ମଧ୍ୟ ତାଙ୍କ ସୁନ୍ଦରତାର ତାରିଫ୍ କରିଛନ୍ତି। ସଲମାନ ସୋସିଆଲ ମିଡିଆରେ ଇସାବେଲ୍ ଙ୍କ ଗୀତ ପୋଷ୍ଟ କରି ଲେଖିଛନ୍ତି, ‘‘ବାଃ ଇସାବେଲ, ଏଇ ଗୀତ ବହୁତ ଭଲ ହେଇଛି ଏବଂ ତୁମେ ମଧ୍ୟ ବହୁତ ଭଲ ଦେଖାଯାଉଛ । ବହୁତ ବହୁତ ଶୁଭେଚ୍ଛା।’’

salman khanମାସାଲ୍ଲାହ ଗୀତ ବୋଲିଛନ୍ତି ସିଙ୍ଗର ଡିପ ମନୀ । ଏହି ଗୀତରେ ଇସାବେଲ୍ ହଟ୍ ଅନ୍ଦାଜ୍ ରେ ନଜର ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଗୀତକୁ ୨୧ ଲକ୍ଷ ଲୋକ ୟୁୁଟ୍ୟୁବରେ ଦେଖିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.