ସଲିମ୍‌ ଖାନଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଝିଅ! ଇଣ୍ଟରଭ୍ୟୁରେ କହିଲେ କିଏ ଥିଲା ପ୍ରଥମ ପ୍ରେମ

ଏମିତିରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହ କି ରିଲେସନସିପ୍‌କୁ ନେଇ କୌଣସି ବି ଖାସ୍‌ ଖବର ସାମ୍ନାକୁ ଆସି ନାହିଁ। କିନ୍ତୁ ଏବେ ଶୁଣାଯାଉଛି ଯେ ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳ ଝିଅ ଖୁବ୍‌ ଜଲ୍‌ଦି ସୋହେଲ ଖାନଙ୍କ ଶଳା ବଣ୍ଟି ସଚଦେବାଙ୍କୁ ବିବାହ କରିବାକୁ ଯାଉଛନ୍ତି। କହି ରଖୁଛୁ, ସଲମାନ ଖାନ ହିଁ ସୋନାକ୍ଷୀଙ୍କ ଡେବ୍ୟୁ କରାଇଥିଲେ, ଏହିଠାରୁ ତାଙ୍କୁ ଇଣ୍ଡଷ୍ଟ୍ରୀରେ ପରିଚୟ ମିଳିଥିଲା।

ଏକ ରିପୋର୍ଟ ମୁତାବକ, ସୋନାକ୍ଷୀ ସିହ୍ନା କହିଛନ୍ତି ଯେ ଯେବେ ସେ ସ୍କୁଲରେ ଥିଲେ, ସେହି ସମୟରେ ତାଙ୍କୁ ସଚ୍ଚା ପ୍ରେମ ହୋଇ ଯାଇଥିଲା। କିନ୍ତୁ ଗ୍ରାଜୁଏଶନ ସରିବା କ୍ଷଣି ହିଁ ସେ ସେହି ପୁଅକୁ ଓକେ ବାୟ କହି ଦେଇଥିଲେ। ତାଙ୍କର ପ୍ରଥମ ପ୍ରେମ ବହୁତ ସିରିୟସ୍‌ ଥିଲା, ଯାହାକି ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଯଦିଓ ସୋନାକ୍ଷୀ ସେହି ପୁଅ କିଏ, ସେ ନେଇ କିଛି ଖୁଲାସା କରି ନ ଥିଲେ। କୁହାଯାଉଛି କି, ତାଙ୍କର ଏହି ଇସାରା ବଣ୍ଟି ସଚଦେବାଙ୍କ ଆଡ଼କୁ ରହିଛି।

ବଣ୍ଟିଙ୍କ ସହ ରିଲେସନସିପ୍‌ରେ ଅଛନ୍ତି ସୋନାକ୍ଷୀ!

କହି ରଖୁଛୁ, ସୋନାକ୍ଷୀ ସିହ୍ନା ଓ ବଣ୍ଟିଙ୍କୁ ଅନେକ ପାର୍ଟିରେ ଏକାଠି ଦେଖାଯାଇ ସାରିଛି। ସୋନାକ୍ଷୀ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ବଣ୍ଟି ସେଲ୍ଫମେଡ ମ୍ୟାନ ଏବଂ ସେ ନିଜ ବ୍ୟାଚଲରହୁଡକୁ ବର୍ତ୍ତମାନ ଏନ୍‌ଜୟ କରିବାକୁ ଚାହୁଁଛନ୍ତି। ଇଣ୍ଟରଭ୍ୟୁରେ ସୋନାକ୍ଷୀ ସିହ୍ନା ନିଜର ପ୍ରଥମ ସିରିୟସ୍‌ ରିଲେସନସିପ୍‌ ବିଷୟରେ ମଧ୍ୟ ଖୁଲାସା କରିଥିଲେ। ସେ କହିଥିଲେ, ‘ମୋତେ ଲାଗୁଛି ସେହି ସମୟରେ ମୁଁ ୨୧ କିମ୍ବା ୨୨ ବର୍ଷର ଥିଲି, ଯେତେବେଳେ ମୁଁ ସିରିୟସ୍‌ ରିଲେସନସିପ୍‌ ଭିତରକୁ ଆସିଥିଲି’।

ସୋନାକ୍ଷୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ଫ୍ୟାନ

ସୋନାକ୍ଷୀ କହିଥିଲେ, ‘ମୋର ଏହି ରିଲେସନସିପ୍‌ ପାଖାପାଖି ୫ ବର୍ଷ ଧରି ଚାଲିଥିଲା’। ତେବେ ଏପଟେ ଯଦି ତାଙ୍କର ବଣ୍ଟି ସଚଦେବାଙ୍କ ସହିତ ବିବାହ କଥା ଉଠେ, ତା’ ହେଲେ ସୋନାକ୍ଷୀ ଖୁବ୍‌ ଜଲ୍‌ଦି ଇଣ୍ଡଷ୍ଟ୍ରୀର ଭାଇଜାନ୍‌ ସଲମାନ ଖାନଙ୍କ ସମ୍ପର୍କୀୟ ବନିଯିବେ। ଯଦିଓ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଖାନ କି ସିହ୍ନା ପରିବାର ତରଫରୁ ଆସି ନାହିଁ। କହି ରଖୁଛୁ କି, ‘ଦବଙ୍ଗ’ ଏବଂ ‘ରାଓଡୀ ରାଠୌର’ ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରି ସୋନାକ୍ଷୀ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇ ଯାଇଥିଲେ।

 

View this post on Instagram

 

A post shared by Sonakshi Sinha (@aslisona)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.