ହୋଲି ପରେ କେଶ ଅଧିକ ଡ୍ରାଏ ହୋଇଯାଇଛି କି ? ଆପଣାନ୍ତୁ ଏହି ଉପାୟ ମିଳିବ ଅନେକ ଫାଇଦା

ହୋଲି ପରେ କେଶରେ ଡ୍ରାଏନେସ୍‌ ବଢିଯାଇଛି । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ତେବେ ଆପଣ ଏହି ହେୟାର ମାସ୍କ ଲଗାଇଲେ କେଶର ଡ୍ରାଏନେସ୍‌ ଦୂର ହୋଇଯିବ ।

ହୋଲିରେ କେଶରେ କଲର ଲଗିବା ଯୋଗୁ ଏହା ବହୁତ ଡ୍ରାଏ ଓ ଖରାପ ହେବାକୁ ଲାଗିଛି । ତେବେ ଏପରି ଭାବେ କେଶର ଡ୍ରାଏନେସ୍‌ ବଢିଗଲାଣି । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ ହେୟାର ମାସ୍କ ବିଷୟରେ ଜଣାଇବୁ । ତେବେ ଆପଣ କଦଳୀ, କ୍ଷୀର ଏବଂ ମହୁ ସହିତ ଏକ ହାଇଡ୍ରେଟିଂ ହେୟାର ମାସ୍କ ପ୍ରସ୍ତୁତ କରିପାରିବେ । ଏହି ହେୟାର ମାସ୍କ ଲଗାଇଲେ କେଶର ଡ୍ରାଏନେସ୍‌ ଦୂର ହୋଇଯିବ । ଏପରି ଭାବେ କଦଳୀ କେଶକୁ କୋମଳ ଏବଂ ସିଲ୍କ କରିବାରେ ସାହାଯ୍ୟ କରିଥାଏ । ଏହି ହେୟାର ମାସ୍କ ବିଶେଷ ଭାବେ ଫ୍ରିଜ୍ ହେୟାର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ଜାଣନ୍ତୁ କଦଳୀରୁ ହେୟାର ମାସ୍କ କିପରି ତିଆରି କରିବେ ।

କ୍ଷୀର, କଦଳୀ ଏବଂ ମହୁ : ଏହି ହେୟାର ମାସ୍କ ବ୍ୟବହାର କରିବା ଦ୍ୱାରାଆପଣ କେଶ ବହୁତ ନରମ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୧ ଟି ପାଚିଲା କଦଳୀକୁ ନେଇ ଭଲ ଭାବରେ ମେସ୍‌ କରିଦିଅନ୍ତୁ । ଏହା ପରେ ସେଥିରେ ପ୍ରାୟ ଅଧା କପ୍‌ କ୍ଷୀର ଏବଂ ୨ ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ କେଶର ମୂଳ ଏବଂ ଶେଷରେ ଲଗାନ୍ତୁ । ଏହାକୁ କେଶରେ ଅଧା ଘଣ୍ଟା ରଖନ୍ତୁ ଏବଂ ସାୱାର କ୍ୟାପ୍ ପିନ୍ଧନ୍ତୁ । ଏହା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କ ଲଗାଇବା ଦ୍ୱାରା ଆପଣଙ୍କ କେଶ କିଛି ଦିନ ମଧ୍ୟରେ ସିଲ୍କି ହୋଇଯିବ ।

କଦଳୀ ଏବଂ ନଡିଆ ତେଲ : ତେବେ ଫ୍ରିଜ୍ ଏବଂ ଡ୍ରାଏ ହେୟାର ସମସ୍ୟାକୁ ଦୂର କରିବା ପାଇଁ ଆପଣ କଦଳୀ ଏବଂ ନଡିଆ ତେଲ ସହିତ ହେୟାର ମାସ୍କ ମଧ୍ୟ ତିଆରି କରି ଲଗାଇପାରିବେ । ଏହି ହେୟାର ମାସ୍କ ତିଆରି କରିବା ପାଇଁ ୧ ପାଚିଲା କଦଳୀ ଏବଂ ୨ ରୁ ୩ ଚାମଚ ନଡ଼ିଆ ତେଲକୁ ଭଲ ଭାବେ ମିଶାନ୍ତୁ । ଏହାକୁ କେଶରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ପ୍ରାୟ ଅଧ ଘଣ୍ଟା ଛାଡିଦିଅନ୍ତୁ । ତାପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କ ବ୍ୟବହାର କରିବା ଦ୍ୱାରା କେଶ ସଂପୂର୍ଣ୍ଣ ନରମ ହୋଇଯିବ ।

ଅଣ୍ଡା ଏବଂ ଅଲିଭ୍ ଅଏଲ : ଅଣ୍ଡା ଏବଂ ଅଲିଭ୍ ଅଏଲ ମଧ୍ୟ କେଶ ପାଇଁ ବହୁତ ଭଲ ଭାବରେ କାମ କରେ । ଏହି ହେୟାର ମାସ୍କକୁ ସପ୍ତାହରେ ଥରେ ଲଗାଇଲେ, କେଶ ନରମ ଏବଂ ସିଲ୍କ ହୋଇଯିବ । ଏହି ହେୟାର ମାସ୍କ ପ୍ରସ୍ତୁତ କରିବାକୁ, ୧ ଅଣ୍ଡାରେ ୧ ଚାମଚ ଅଲିଭ୍ ଅଏଲ ଏବଂ ୧ ଚାମଚ ମହୁ ମିଶାନ୍ତୁ । ଏହାକୁ କେଶରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରନ୍ତୁ, ଦେଖିବେ ଆପଣଙ୍କ କେଶର ଅନେକ ସମସ୍ୟା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.