ଜାଣନ୍ତୁ ଅତ୍ୟଧିକ ଭିଟାମିନ୍‌ D ସେବନ କରିବା ଦ୍ୱାରା, ଶରୀରରେ କ’ଣ କ୍ଷତି ହୋଇପାରେ

ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ରୋଗରୁ ମୁକ୍ତ ରହିବା ପାଇଁ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଆବଶ୍ୟକରୁ ଅଧିକ ଭିଟାମିନ୍‌ D ସେବନ କଲେ, ଶରୀରରେ କ’ଣ କ୍ଷତି ହୋଇଥାଏ ।

ବର୍ତ୍ତମାନ ଲୋକଙ୍କ ସୁସ୍ଥ ଶରୀର ପାଇଁ ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ ଭଲ ଖାଦ୍ୟ, ଭିଟାମିନ୍‌ ଏବଂ ଏହିପରି ଅନେକ ଜିନିଷ ଯେଉଁଥିରୁ ଆମକୁ ଶକ୍ତି ମିଳିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ଆମ ଶରୀର ପାଇଁ ସବୁ ପ୍ରକାରର ଭିଟାମିନ୍‌ ବହୁତ ଜରୁରୀ ହୋଇଥାଏ । ତେବେ ଭିଟାମିନ୍ D ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ରୋଗରୁ ମୁକ୍ତ ରହିବା ପାଇଁ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଆବଶ୍ୟକରୁ ଅଧିକ ଭିଟାମିନ୍‌ D ସେବନ କଲେ, ଶରୀରରେ କ’ଣ କ୍ଷତି ହୋଇଥାଏ ।

ପୋଷକ ତତ୍ତ୍ୱ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ରୋଗ ଭଲ ହୋଇଥାଏ । ଯଦି ଆପଣ ଅଧିକ ପରିମାଣରେ ଭିଟାମିନ୍ D ଖାଆନ୍ତି ତେବେ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଏ । ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ବାନ୍ତି ହେବା ଭଳି ଅନୁଭବ ହୋଇପାରେ । ସେଥିପାଇଁ ଅଧିକ ଭିଟାମିନ୍‌ D ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣ ଭିଟାମିନ୍ D କୁ ଅଧିକ ପରିମାଣରେ ଖାଆନ୍ତି ତେବେ ଆପଣଙ୍କୁ କମ୍‌ ଭୋକ ହୋଇଥାଏ । ଏଥିପାଇଁ ସବୁ ବେଳେ ପେଟ ଫୁଲ ଲାଗିଥାଏ । ଏହି କାରଣରୁ ଆପଣଙ୍କୁ ଅତ୍ୟଧିକ ସପ୍ଲିମେଣ୍ଟ କିମ୍ବା ପ୍ରେସକ୍ରିପସନ୍ ଭିଟାମିନ୍ D ଗ୍ରହଣ କରିବା ଉଚିତ୍ ନୁହେଁ ।

ଅତ୍ୟଧିକ ଭିଟାମିନ୍ D ଗ୍ରହଣ ହେତୁ କିଡନୀ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ଆପଣଙ୍କର କିଡନୀ ଷ୍ଟୋନ୍‌ ସମସ୍ୟା ହୋଇପାରେ । ଯେଉଁ କାରଣରୁ କିଡନୀ ଫେଲ ହେବାର ଅଧିକ ସମ୍ଭାବନା ରହିଥାଏ ।

ହାଡକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ D ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ, କିନ୍ତୁ ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ହାଡ ମଧ୍ୟ ବହୁତ ଦୁର୍ବଳ ହୋଇପାରେ । ତେଣୁ ଆପଣଙ୍କ ଶରୀର ପାଇଁ ଯେତିକି ଆବଶ୍ୟକ ସେତିକି ଭିଟାମିନ୍‌ D ଗ୍ରହଣ କରିବା ଉଚିତ ।

ଅତ୍ୟଧିକ ଭିଟାମିନ୍ D ଗ୍ରହଣ କରିବା ଦ୍ୱାରା ଅନିୟମିତ ପେଟ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଆପଣ ଏତେ ଅଧିକ ଭିଟାମିନ୍ D ଗ୍ରହଣ କରିବା ଉଚିତ୍ ନୁହେଁ । ଆପଣ ମଧ୍ୟ ଚାପ ଏବଂ ଡିପ୍ରେସନ୍‌ର ଶିକାର ହୋଇପାରନ୍ତି । ଆପଣଙ୍କୁ ମାନସିକ ରୋଗର ମଧ୍ୟ ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଆପଣ ଆବଶ୍ୟକ ଅନୁସାରେ ହିଁ ଭିଟାମିନ୍‌ ସେବନ କରିବା ଉଚିତ । ଯାହାଦ୍ୱାରା ଆପଣ ଗୋଟିଏ ସୁସ୍ଥ ଶରୀର ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.