ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣରେ ଶୋଇପଡ଼ିଲେ ଆମନ୍ତ୍ରିତ ଅତିଥି

ନୂଆଦିଲ୍ଲୀ : ଶୋଇପଡ଼ିଲେ ଆମେରିକା କଂଗ୍ରେସର ‘ଷ୍ଟେଟ୍ ଅଫ୍ ଦି ୟୁନିଅନ୍’କୁ ଆମନ୍ତ୍ରିତ ଅତିଥି। ଏହି କାର‌୍ୟ୍ୟକ୍ରମକୁ ଷଷ୍ଠ ଶ୍ରେଣୀର ଛାତ୍ର ଜୋସୁଆ ଟ୍ରମ୍ପଙ୍କୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପାଖାପାଖି ୮୦ ମିନିଟର ଅଭିଭାଷଣ ରଖିଥିଲେ ଆମେରିକା ରାଷ୍ଟ୍ରପତି। ଏମିତିବେଳେ ସେଠାରେ ଅତିଥି ଭାବରେ ଆମନ୍ତ୍ରିତ ହୋଇଥିବା ଜୋସୁଆ ଶୋଇ ପଡ଼ିଥିଲେ।

ସୋସିଆଲ ମିଡିଆରେ ସେହି ଫଟୋ ଭାଇରାଲ୍ ହୋଇଛି। ତେବେ ଜୋସୁଆ ଟ୍ରମ୍ପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରର ସଦସ୍ୟ ନୁହନ୍ତି। ସେ ଡେଲେଓ୍ଵୟାର ଓ୍ଵିଲିଂଟନ୍ ନିବାସୀ। ନିଜ ସାଙ୍ଗିଆ ଟ୍ରମ୍ପ ପାଇଁ ଜୋସୁଆ ସ୍କୁଲରେ ବେଶ ହଟହଟା ହେବାକୁ ପଡୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.