ଇମ୍ରାନ୍‌ ରହିବେ ନା ଯିବେ, ଆଉ କିଛି ସମୟ ପରେ ଆସିବ ଅନାସ୍ଥା ଭୋଟ, ପୂର୍ବାହ୍ନ ୧୧ଟା ୩୦ରେ ଆରମ୍ଭ ହେବ ମତଦାନ

କେନ୍ୟୁଜ୍(ବ୍ୟୁରୋ): ଆଜି ପାକିସ୍ତାନ ଜାତୀୟ ଆସେମ୍ଲିରେ ଅନାସ୍ଥା ଭୋଟ । ପୂର୍ବାହ୍ନ ୧୧ଟା ୩୦ରେ ଭୋଟିଂ ହେବ । ଇମ୍ରାନଙ୍କ ସରକାର ସଂଖ୍ୟାଲଘୁ ହୋଇ ସାରିଛି । ବହୁମତ ହରାଇଛନ୍ତି ଇମ୍ରାନ ଖାନ୍‌ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପତ୍ତନ ଏକ ପ୍ରକାର ନିଶ୍ଚିତ । କିନ୍ତୁ ସେ ଇସ୍ତଫା ଦେଉ ନାହାନ୍ତି । ଶେଷ ବଲ୍‌ ପର୍ଯ୍ୟନ୍ତ ଖେଳିବେ ବୋଲି ଦିନକ ପୂର୍ବରୁ କହିଥିଲେ।

ଦେଶବାସୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ କହିଛନ୍ତି । ପାକିସ୍ତାନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଆହ୍ଵାନ ଦେଇଛନ୍ତି ଇମ୍ରାନ୍‌ । ପାକିସ୍ତାନ ରାଜନୀତିରେ ଅସ୍ଥିରତା ପାଇଁ ସେ ସିଧାସଳଖ ଆମେରିକାକୁ ଦାୟୀ କରୁଛନ୍ତି। ଏପର୍ଯ୍ୟନ୍ତ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି । ଇମ୍ରାନ ମଧ୍ୟ ଗାଦିଚ୍ୟୁତ ହେବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.