୧୬ ବର୍ଷର କନ୍ୟାକୁ ୫୨ ବର୍ଷର ବର, କରଜ ଶୁଝି ନପାରି ବାପା କରାଇଦେଲେ ବାହାଘର

ବିବାହ ଏକ ଶାଶ୍ୱତ ପରମ୍ପରା । ବିବାହ ବେଳେ ବର-କନ୍ୟାଙ୍କ ସହ ଉଭୟ ପରିବାରର ସଦସ୍ୟ ସମସ୍ତଙ୍କ ମତ ନିଆଯାଇଥାଏ । ମାତ୍ର ବେଳେ ବେଳେ କିଛି ବିବାହ ବାଧ୍ୟ ବାଧକତାରେ ହୋଇଥାଏ ବା  କନ୍ୟାର ଇଚ୍ଛା ବିରୋଧରେ ହୋଇଥାଏ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ଝାଡଖଣ୍ଡର ଭାଗଲପୁରରେ । ଜଣେ ୧୬ ବର୍ଷ ବୟସର କନ୍ୟାଙ୍କ ବିବାହ ଜଣେ ୫୨ ବର୍ଷ ବୟସର ବରଙ୍କ ସହ କରିଦିଆଯାଇଛି ।

ଭାଗଲପୁର : ବିବାହ ଏକ ଶାଶ୍ୱତ ପରମ୍ପରା । ବିବାହ ବେଳେ ବର-କନ୍ୟାଙ୍କ ସହ ଉଭୟ ପରିବାରର ସଦସ୍ୟ ସମସ୍ତଙ୍କ ମତ ନିଆଯାଇଥାଏ । ମାତ୍ର ବେଳେ ବେଳେ କିଛି ବିବାହ ବାଧ୍ୟ ବାଧକତାରେ ହୋଇଥାଏ ବା  କନ୍ୟାର ଇଚ୍ଛା ବିରୋଧରେ ହୋଇଥାଏ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ଝାଡଖଣ୍ଡର ଭାଗଲପୁରରେ । ଜଣେ ୧୬ ବର୍ଷ ବୟସର କନ୍ୟାଙ୍କ ବିବାହ ଜଣେ ୫୨ ବର୍ଷ ବୟସର ବରଙ୍କ ସହ କରିଦିଆଯାଇଛି । ତାହା ପୁଣି କନ୍ୟାଙ୍କ ଇଚ୍ଛା ବିରୋଧରେ । ଝାଡ଼ଖଣ୍ଡର ଏହି କନ୍ୟା ଜଣଙ୍କ ବିବାହ ବିରୋଧରେ ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ମାଡ ଦେଉଛନ୍ତି ଓ ବନ୍ଧୁକ ମୁନରେ ଜୋର ଜବରଦସ୍ତ ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛନ୍ତି ।

ଏହି ୧୬ ବର୍ଷ ବୟସର ନାବାଳିକା ଜଣକ ଝାଡଖଣ୍ଡ ଦୁମୁକା ଅଂଚଳର । ନାବାଳିକା ଜଣକ ପତି ବିରୋଧରେ ମହିଳା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ପରେ ନାବାଳିକା ଜଣକ ଡିଆଜିଙ୍କୁ ମଧ୍ୟ ଅଭିେ ଯାଗ କରିଥିଲା । ହେଲେ କେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରବାରୁ ନାବାଳିକା ଜଣକ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ସେଥିରେ ସେ ତାଙ୍କ ବୟସ ୧୬ ବର୍ଷ ବୋଲି କହିବା ସହ କରଜ ଶୁଝି ନପାରି ତାଙ୍କ ବାପା ଜବରଦସ୍ତ ଜଣେ ୫୨ ବର୍ଷର ବ୍ୟକ୍ତି ସହ ତାଙ୍କ ବିବାହ କରିଦେଇଥିବା କହିଛନ୍ତି । ପୋଲିସ କିଛି ନବୁଝିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା-ମା’ ଓ ଶ୍ୱଶୁର ଘର ଲୋକ ଦାୟୀ ରହିବେ ବୋଲି ଏହି ଭିଡିଓରେ କହିଛନ୍ତି ।

ସୂଚାନ ଅନୁଯାୟୀ ନାବାଳିକାଙ୍କ ମା’ଙ୍କ ମୃତ୍ୟୁ ବର୍ଷେ ତଳେ ହୋଇଯିବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଛନ୍ତି । ଫଳରେ ତାଙ୍କ ଦ୍ୱିତୀୟ ମା’ ତାଙ୍କ ବିବାହ ଉକ୍ତ ୫୨ ବର୍ଷ ବ୍ୟକ୍ତି ସହ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ’ମୁଁ ପଢ଼ିବାକୁ ଚାହୁଁଛି, ଏବେ ମୁଁ ଇଣ୍ଟରମେଡିଏଟରେ ନାମ ଲେଖାଇଥିଲି । ହେଲେ ମୋ ନାମ ଶ୍ୱଶୁରଘର ଲୋକେ କାଟିଦେଇଛନ୍ତି । ‘ ସୋସିଆଲ ମିଡିଆରେ ଏଡି ଭିଡିଓ ଭାଇରାଲ ହେବା ପରେ ଏସପି ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ଯଦି ପ୍ରକୃତରେ ଝିଅଟି ନାବାଳିକା ହୋଇଥିଲେ ତେବେ ତାଙ୍କ ବାପା-ମା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.