ଭାରତ- ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ଆଜି, ସମ୍ଭାବ୍ଯ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ତିନି ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ମୁକାବିଲା ଆଜିଠାରୁ କଲମ୍ବୋ ଏବଂ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ ମ୍ୟାଚ୍‌ ଉପରେ । ଆଜି ବିଜୟ ସହ ଶିଖର ଧାୱନଙ୍କ ଦଳ ସିରିଜ ହାତେଇବାକୁ ପ୍ରୟାସ କରିବ । ମ୍ଯାଚ ଭାରତୀୟ ସମୟ ଅନୁସାରେ ଦିନ ୩ଟା ବେଳେ ଆରମ୍ଭ ହେବ।

ଆଜି ଘରୋଇ ଦଳ ପାଇଁ ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବାକୁ ହେଲେ ବିଜୟ ନିହାତି ଜରୁରୀ। ଶ୍ରୀଲଙ୍କାକୁ ସବୁ ବିଭାଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି।

ଶ୍ରୀଲଙ୍କା: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁକା ରାଜାପାକ୍ସା, ଧନଞ୍ଜୟ ଡି ସିଲଭା, ଚରିଥ ଆସାଲାଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହାସାରାଙ୍ଗାଳ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକସନ ସନ୍ଦକନ, ଲାହିରୁ କୁମାରା ।

ଭାରତ: ପୃଥ୍ୱୀ ଶ’, ଶିଖର ଧାୱନ (ଅଧିନାୟକ), ଇଶାନ କିଷନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.