ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମର ଭିଡିଓ ଭାଇରଲ, ଏଥର ଏହି ଖେଳାଳିଙ୍କୁ ମିଳିଲା ମେଡାଲ
କେଏଲ ରାହୁଲ ଏହି ମ୍ୟାଚରେ ପିଚକୁ ବୁଝି ସ୍ଲୋ ବଲରେ ମଧ୍ୟ ଭଲ କ୍ୟାଚ୍ ଧରିଥିଲେ । କେଏଲ ରାହୁଲ ମଧ୍ୟ ୧୯ ରନ୍ କରି ଟିମ୍କୁ ବିଜୟ ଦେଇଥିଲେ । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ କେଏଲ ରାହୁଲଙ୍କୁ ଶ୍ରେଷ୍ଠ ଫିଲଡର ଆଓ୍ଵାର୍ଡ ମିଳିଥିଲା ।
ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ଡ୍ରେସିଂ ରୁମରେ ପ୍ରତି ମ୍ୟାଚରେ ଶ୍ରେଷ୍ଠ ଫିଲଡରକୁ ମେଡାଲ ଦିଆଯିବା ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଶ୍ରେଷ୍ଠ ଫିଲଡର ଆଓ୍ଵାର୍ଡ ବିରାଟ କୋହଲିଙ୍କୁ ଦିଆଯାଇଥିଲା । ସେହିପରି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦିଆଯାଇଥିଲା । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଜିତିବା ପରେ ଶ୍ରେଷ୍ଠ ଫିଲଡର ଆଓ୍ଵାର୍ଡ ମିଳିଥିଲା ।
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ ପାଇଁ ଟିମର ପ୍ରଦର୍ଶନ ଭଲ ଥିବା ଦେଖିବାକୁ ମିଳିଥିଲା । ଆଉ ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ମ୍ୟାଚ ସମୟରେ ଫିଲ୍ମରେ ଭଲ ପ୍ରଦର୍ଶନ କରିଥିବା ରବିନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପ୍ରଶଂସା କରିଥିଲେ । ଏହା ପରେ ଫିଲ୍ଡିଂ କୋଚ କେଏଲ ରାହୁଲଙ୍କୁ ମେଡାଲ ପ୍ରଦାନ କରିଥିଲେ ।
The post-match moment you all have been waiting for 😉
𝗙𝗶𝗲𝗹𝗱𝗲𝗿 𝗼𝗳 𝘁𝗵𝗲 𝗠𝗮𝘁𝗰𝗵 | 𝗜𝗻𝗱𝗶𝗮 𝘃𝘀 𝗣𝗮𝗸𝗶𝘀𝘁𝗮𝗻 🏟️ -By @28anand
Priceless reactions 😃
Positive vibes ✅
Smiles and laughs at the end of it 😁#CWC23 | #INDvPAKWATCH 🔽https://t.co/8iGJ4Y5JT8 pic.twitter.com/vGoIo6i2Wb
— BCCI (@BCCI) October 15, 2023
କେଏଲ ରାହୁଲ ଏହି ମ୍ୟାଚରେ ପିଚକୁ ବୁଝି ସ୍ଲୋ ବଲରେ ମଧ୍ୟ ଭଲ କ୍ୟାଚ୍ ଧରିଥିଲେ । ଭାରତୀୟ ଟିମ ତରଫରୁ ପାକିସ୍ତାନକୁ ଅତିରିକ୍ତ ରନ ଭାବେ କେବଳ ୧ ଓ୍ଵାଇଡ ଏବଂ ୧ ବାଏ ରନ ମିଳିଥିଲା । କେଏଲ ରାହୁଲ ମଧ୍ୟ୧୯ ରନ୍ କରି ଟିମ୍କୁ ବିଜୟ ଦେଇଥିଲେ ।
ତେବେ ଭାରତ ଏବେ ବିଶ୍ୱକପ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଭାରତ ୬ ପଏଣ୍ଟ ସହିତ ନେଟ ରନରେଟ ୧.୮୨୧ ରହିଛି । ଏହାପରେ ଭାରତ ପରବର୍ତ୍ତୀ ମ୍ୟାଚ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୁନେରେ ଖେଳାଯିବ ।