ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା

କେନ୍ଯୁଜ୍: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା । ଆଇପିଏଲ୍‌ରେ ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍‌ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା ମୁମ୍ବାଇ । ସେହିପରି ହାଇଦ୍ରାବାଦ ବିପକ୍ଷରେ କେକେଆର ବିଜୟୀ ହୋଇଥିଲା । ତେଣୁ କ୍ରମାଗତ ଦ୍ୱିତୀୟ ବଜୟ ଲକ୍ଷରେ ପଡିଆକୁ ଓହ୍ଲାଇବ କେକେଆର ।

ସେହିପରି କ୍ରମାଗତ ଦ୍ୱିତୀୟ ପରାଜୟ ଏଡାଇବାକୁ ଚେଷ୍ଟା କରିବ ମୁମ୍ବାଇ । ମଧ୍ୟକ୍ରମ ବିଫଳ ହେବାରୁ ପରାସ୍ତ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦ ବିପକ୍ଷରେ କେକେଆରର ନୀତୀଶ ରାଣା ଓ ରାହୁଲ ତ୍ରିପାଠୀ ଆକ୍ରମଣାତ୍ମକ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଓ ପ୍ୟାଟ୍‌ କମିନ୍‌ସ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଦୁଇ ଦଳ ମଧ୍ୟରେ ଆଇପିଏଲ୍‌ରେ ୨୭ଟି ମ୍ୟାଚ୍‌ ଖେଳାଯାଇଛି । ଏହା ମଧ୍ୟରୁ ମୁମ୍ବାଇ ୨୧ଟି ଜିତିଥିବା ବେଳେ କେକେଆର ୬ଟି ମ୍ୟାଚ୍‌ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.