Browsing Tag

delhi

ଦିଲ୍ଲୀ ପୋଲିସ ଥାନାରେ ଅଗ୍ନିକାଣ୍ଡ, ୪୫୦ ଗାଡି ଜଳି ପାଉଁଶ

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସର ମାଲଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମାଲଖାନାରେ ଥିବା ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି । ଏଥିରେ ୨୫୦ ବାଇକ୍‌ ଏବଂ ୨୦୦ କାରରେ ରହିଥିବା ଜଣାପଡିଛି । ତେବେ ଘଟଣାରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି । ନିଆଁ…

ଦିଲ୍ଲୀ : କାଲକାଜୀ ମନ୍ଦିରରେ ମାତାଙ୍କ ଜଗରାତା ସମୟରେ ଭାଙ୍ଗିଗଲା ଷ୍ଟେଜ, ଜଣେ ମହିଳା ମୃତ ୧୭ ଜଣ ଆହତ

ମାତାଙ୍କ ଜଗରାତା ଚାଲିଥିବା ସମୟରେ ଷ୍ଟେଜ ଭାଙ୍ଗିଗଲା କାରଣରୁ ଦିଲ୍ଲୀର କାଲକାଜୀ ମନ୍ଦିରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ପୋଲିସ ଷ୍ଟେସନରେ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି…

ଦିଲ୍ଲୀ ଶାହଦରାରେ ଥିବା ବିଲିଡିଂରେ ନିଆଁ: ୪ ମୃତ, ୨ ଗୁରୁତର

ଦିଲ୍ଲୀର ଶାହଦରା ଅଞ୍ଚଳରେ ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୯ ମାସର ଶିଶୁ ସମେତ ୪ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ମୃତକଙ୍କ ପରିଚୟ ମିଳିଛି । ଦିଲ୍ଲୀ ଫାୟାର ସର୍ଭିସର ନିର୍ଦ୍ଦେଶକ ଅତୁଲ ଗର୍ଗ…

ଦିଲ୍ଲୀ: ଶାହଦରା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ୫ଟି ଅଗ୍ନିଶମ ଗାଡ଼ି ପଠାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହା ପୂର୍ବରୁ ଗତ…

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ : କଡ଼ା ସୁରକ୍ଷା ବଳରେ ପରେଡର ଫୁଲଡ୍ରେସ୍ ରିହରସଲ୍

ନୂଆଦିଲ୍ଲୀ : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । ସୁରକ୍ଷା କଡ଼ାକଡି । ଦିଲ୍ଲୀ କର୍ତ୍ତବ୍ୟପଥରେ ଗତକାଲି ପରେଡର ଫୁଲଡ୍ରେସ୍ ରିହରସଲ୍ ହୋଇଥିଲା । ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ହେବେ । ବାୟୁସେନାର ୫୧ଟି ବିମାନ…

ଦିଲ୍ଲୀ: ପିତମ୍‌ପୁରାରେ ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ, ୬ ଜଣ ଜୀବନ୍ତ ଦଗ୍ଧ

ଉତ୍ତର-ପଶ୍ଚିମ ଦିଲ୍ଲୀର ପିତମ୍‌ପୁରା ଅଞ୍ଚଳରେ ଗୁରୁବାର ସକାଳେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ…

ଲିଭ-ଇନ-ପାର୍ଟନରର ନାବାଳିକା ଝିଅକୁ ଦୁଷ୍କର୍ମ, ବ୍ୟକ୍ତି ଗିରଫ

ମା’ର ଲିଭ-ଇନ୍-ପାର୍ଟନରଙ୍କ ଯୌନ ଲାଳସାର ଶିକାର ହେଲା ନାବାଳିକା ଝିଅ । ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମ ହେବା ପରେ ମା’କୁ ଜଣାଇଥିଲେ । ଆଉ ମା’ ଓ ଝିଅ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ଦିଲ୍ଲୀରେ ଘଟିଛି ।…

ଦିଲ୍ଲୀ: ଘନ କୁହୁଡ଼ି ଓ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ, ଶୀତରେ ଥରୁଛି ଉତ୍ତର ଭାରତ

ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଏବଂ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଖରାପ ପାଣିପାଗ ହେତୁ ରବିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୭ଟି ବିମାନକୁ ଅନ୍ୟ ସହରକୁ ଡାଏଭର୍ଟ କରାଯାଇଛି । ଜଣେ ଅଧିକାରୀଙ୍କ ମୁତାବକ, ଭୋର୍‌ ୪ଟା ୩୦ରୁ ସକାଳ ୭ଟା ୩୦ ମଧ୍ୟରେ…

ଦୋହଲିଲା ଦିଲ୍ଲୀ, ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଝଟକା

ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୨.୫୦ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଫଗାନିସ୍ତାନ ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ପାକିସ୍ତାନ ଓ…

ଦିଲ୍ଲୀ ପୋଲିସର ୨ ଜଣ ଇନ୍ସପେକ୍ଟରଙ୍କୁ ଚାପିଦେଲା ଟ୍ରକ, ଉଭୟ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ୨ ଜଣ ଇନ୍ସପେକ୍ଟରଙ୍କ ଜୀବନ । ହରିୟାଣା ସୋନିପତରେ ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁହେଁ ଆଖି ବୁଝିଥିଲେ । ନର୍ଥ ୱେଷ୍ଟ ଡିଷ୍ଟ୍ରିକ ସ୍ପେଶାଲ ଷ୍ଟାଫ ଭାବେ ନିୟୋଜିତ ଥିବା ଦିନେଶ ବେନିଓ୍ଵାଲ ଏବଂ ଆଦର୍ଶ ନଗର ଥାନା ଇନ୍ସପେକ୍ଟର ରଣବୀର । ଟ୍ରକଟି…

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ସିସିଟିଭିରେ ଦେଖିବାକୁ ମିଳିଲା ଦୁଇଜଣ ସନ୍ଦିଗ୍ଧ

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ୍ ଆସିଛି । ଏଥିରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି । ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିଲା । ସଂଧ୍ୟା ପ୍ରାୟ ୫ଟା ୪୫ ମିନିଟରେ ଦିଲ୍ଲୀ…

ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି, ଦିଶୁନି ରାସ୍ତାଘାଟ

ଥଣ୍ଡାରେ ଥରୁଛି ସାରା ଉତ୍ତର ଭାରତ । କୁହୁଡ଼ି ଚାଦର ତଳେ ରାଜଧାନୀ ଦିଲ୍ଲୀ । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ । ଦିଶୁନି ରାସ୍ତାଘାଟ । ହାତ ପାହାନ୍ତାରୁ କିଛି ବି ଜିନିଷ ଦେଖାଯାଉନି । ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହେଁ । ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ…