Browsing Tag

top news

ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟ୍‌ ହାରି ଯାଇଛନ୍ତି ପ୍ରଚଣ୍ଡ । ୧୯ ମାସ ଶାସନରେ ରହିବା ପରେ ଏବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ୍‌…

ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ବଡ଼ ଆଶ୍ୱସ୍ତି, ଏହି ମାମଲାରେ କୋର୍ଟ କଲେ ଦୋଷମୁକ୍ତ

ଲୋକପ୍ରିୟ ସିନେ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଗୁରୁବାର ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଦୋଷମୁକ୍ତ କରିଛନ୍ତି । ପୂର୍ବତନ ସାଂସଦ ଜୟାପ୍ରଦା ୨୦୧୯ ସାଧାରଣ…

ଅଗଷ୍ଟ ୧୧ରେ NEET PG ପରୀକ୍ଷା, ରହିବ ଦୁଇଟି ଶିଫ୍ଟ

ଘୋଷଣା ହେଲା NEET PG ପରୀକ୍ଷା ତାରିଖ । ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେଶନ ଇନ୍‌ ମେଡିକାଲ୍‌ ସାଇନ୍ସେଜ୍‌ (NBEMS) ନିଟ୍‌ ପିଜିର ନୂଆ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ଜାରି କରିଛି । ଅଗଷ୍ଟ ୧୧ରେ ପରୀକ୍ଷା ଆୟୋଜନ ହେବ । ଦୁଇଟି ଶିଫ୍ଟରେ ପରୀକ୍ଷା କରାଯିବ । ଏସ୍‌ଓପି ଏବଂ…

ନିର୍ବାଚନ ଜିତିବା ପରେ ପ୍ରଥମ ଥର ଜେଲ୍‌ରୁ ବାହାରିବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ, ମିଳିଲା ୪ ଦିନର ପାରୋଲ୍‌

ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ଜେଲ୍‌ରୁ ବାହାରିବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ । ଆସାମର ଡିବ୍ରୁଗଡ଼ ଜେଲ୍‌ରେ ଥିବା ଅମୃତପାଲ ସିଂଙ୍କୁ ୪ ଦିନର ପାରୋଲ ମିଳିଛି । କିଛି ସର୍ତ୍ତ ସହିତ ତାଙ୍କୁ ଜୁଲାଇ ୫ରୁ ୪ ଦିନ ପାଇଁ ପାରୋଲ୍‌ ଦିଆଯାଇଛି । ଅମୃତସର ଡିସି ଘନଶ୍ୟାମ…

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି । କେଜ୍ରିଓ୍ଵାଲଙ୍କୁ ବୁଧବାର ରାଉସ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ ହଠାତ୍‌ ତାଙ୍କ ସୁଗାର ଲେବଲ୍‌ ଡାଉନ୍‌ ହୋଇଯାଇଥିଲା ।…

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିଛି ଏବଂ ରାଜ୍ୟର ନାମ ଔପଚାରିକ ଭାବେ ପରିବର୍ତ୍ତନ କରି ‘କେରଳମ୍‌’ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି । ବିଧାନସଭା ଦ୍ୱିତୀୟ ଥର ଏହି ପ୍ରସ୍ତାବ ପାରିତ…

ଇସ୍ରୋର ହ୍ୟାଟ୍ରିକ୍‌, RLV ‘ପୁଷ୍ପକ୍‌’ର ତୃତୀୟ ସଫଳ ଲ୍ୟାଣ୍ଡିଂ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ୍ ଯାନ (ଆରଏଲଭି-LEX-03) 'ପୁଷ୍ପକ'କୁ ଲଗାତାର ତୃତୀୟ ଥର ପାଇଁ ସଫଳ ଅବତରଣ କରାଇଛି । ଏହି ଆର୍‌ଏଲ୍‌ଭିକୁ ସଫଳ ଲ୍ୟାଣ୍ଡ କରାଇବାରେ ଇସ୍ରୋ ବଡ଼ ସଫଳତା ହାସଲ କରିଛି । ଏହି ସଫଳତା ପରେ ISRO ପାଇଁ 'ପୁଷ୍ପକ'ର…

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ ୨୬ରୁ ମେ’ ୨୫ ମଧ୍ୟରେ ଭାରତରେ ୨ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌ କରିଛି । ସେଥିମଧ୍ୟରୁ ଅଧିକାଂଶ ଆକାଉଣ୍ଟ ଦ୍ୱାରା ଘୃଣ୍ୟ କାର୍ଯ୍ୟକଳାପ କରାଯାଉଥିଲା । X ଏହାର ମାସିକ…

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲାର ଅଭିଯୁକ୍ତ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବିଭବ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁନ୍‌ ୨୨ ଯାଏ ବଢ଼ାଇ ଦିଆଯାଇଛି ।…

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ଵାରେଣ୍ଟ ଜାରି କରିଛନ୍ତି । ଯୌନ ଅପରାଧରୁ ଶିଶୁ ସୁରକ୍ଷା ଅର୍ଥାତ୍‌ ପୋକ୍ସୋ ମାମଲା ଅଧୀନରେ…

‘ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍‌ ଛାଡ଼ି ବାହାରକୁ ଯିବେ ନାହିଁ’, ଟାସ୍କ ଦେଲେ ପିଏମ୍‌ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ୍‌ ଆରମ୍ଭ ହେବା ସହିତ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ଜିତନରାମ ମାଞ୍ଝି କହିଛନ୍ତି ଯେ ଏଥର ପୂର୍ବ ଅପେକ୍ଷା ଅଧିକ କଠିନ ପଦକ୍ଷେପ ନେବାକୁ ପଡ଼ିବ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ…

ମୋଦି ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଆଜି ରାଷ୍ଟ୍ରପତି ଭବନରେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମଲ୍ଲିକାର୍ଜୁନ ଖଡ଼ଗେ । ସୂତ୍ର ମୁତାବକ, କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ନିଜ ଦଳ ଏବଂ ସହଯୋଗୀମାନଙ୍କ ସହ ଆଲୋଚନା ପରେ ଏହି ନିମନ୍ତ୍ରଣକୁ ସ୍ୱୀକାର…