ଆଜି ରିଲିଜ୍ ହେଲା ଆଇଫୋନ୍ 14 ସିରିଜ୍ ସହିତ ଅନ୍ୟ ଫୋନ୍ ମୂଲ୍ୟ, ରହିଛି ଦମଦାର ଫିଚର୍

ସବୁ ଫୋନ୍ କମ୍ପାନୀ ନିଜର ମେଗା ଇଭେଣ୍ଟ ଆୟୋଜିତ କରିଥାନ୍ତି ଓ ଏହି ଇଭେଣ୍ଟରେ ଲଞ୍ଚ କରିଥିବା ସବୁ ପ୍ରଡକ୍ଟର ପ୍ରାଇସ ମଧ୍ୟ ଜଣାଯାଏ। ତେବେ ଆପଲ୍ ମଧ୍ୟ ନିଜର ମେଗା ଇଭେଣ୍ଟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି ଓ ଏହାର ରେଟ୍ ମଧ୍ୟ କହିଛି। ଏହି ଇଭେଣ୍ଟରେ ଅନେକ ପ୍ରକାର ଆପଲ ଗ୍ୟାଜେଟ ଲଞ୍ଚ ହୋଇଛି।
ଆଇଫୋନ୍ 14 ସିରିଜର ମଧ୍ୟ ହୋଇଛି ଏହି ଇଭେଣ୍ଟରେ। ଏହି ସିରିଜ୍ ଅଧୀନରେ ଆଇଫୋନ୍ 14, ଆଇଫୋନ୍ 14 ପ୍ଲସ୍ / ମ୍ୟାକ୍ସ, ଆଇଫୋନ୍ 14 ପ୍ରୋ ଏବଂ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ଲଞ୍ଚ କରାଯାଇଛି। ଆପଲ୍ କମ୍ପାନୀର ନୂଆ ଫୋନ୍ ବିଷୟରେ ସମସ୍ତେ ଜାଣିବାକୁ ଇଛୁକ ଥିଲେ। ତେବେ ବର୍ତ୍ତମାନ ରିଲିଜ୍ ହୋଇଛି ଏହାର ମୂଲ୍ୟ। iPhone 14 ର ମୂଲ୍ୟ ୭୯ ହଜାର ୯୦୦ ଟଙ୍କା, 14 Plus (6.7″) ୮୯ ହଜାର ୯୦୦ ରଖାଯାଇଥିବା ବେଳେ iPhone 14 Pro ୧ ଲକ୍ଷ,୨୯ ହଜାର,୯୦୦ ଟଙ୍କା ରହିଛି। ତେବେ iPhone 14 Pro Max ର ମୂଲ୍ୟ ୧ ଲକ୍ଷ ୩୯ ହଜାର ୯୦୦ ଟଙ୍କା ରହିଛି। ବର୍ତ୍ତମାନ ପରବର୍ତ୍ତୀ ଜେନେରେଶନ ଆଇଫୋନ୍ ପାଇଁ ଅପେକ୍ଷା ଶେଷ ହୋଇଛି। ଏହି ସବୁ ଫୋନ୍ ହେଉଛି ନୂଆ ଭର୍ସନ iPhone।
iPhone 14 Pricing for India 🇮🇳
iPhone 14
₹79,90014 Plus (6.7″)
₹89,900iPhone 14 Pro
₹1,29,900iPhone 14 Pro Max
₹1,39,900Up to 1TB storage for the Pro. All start at 128GB.
Available September 16 in India too!
Do you like the prices, same as before? 💵#AppleEvent pic.twitter.com/rwDi3L7cUo— Ishan Agarwal (@ishanagarwal24) September 7, 2022
ଆମେରିକାର ଟେକ୍ ଜଏଣ୍ଟ୍ ଆପଲ୍ ର ପରବର୍ତ୍ତୀ ବଡ ଇଭେଣ୍ଟରେ ହିଁ ଏହି ପ୍ରଡକ୍ଟ ସବୁ ଲଞ୍ଚ କରାଯିବା ସହିତ ଏହାର ମୂଲ୍ୟ ମଧ୍ୟ କୁହାଯାଇଥିଲା। ଆଇଫୋନ୍ 14 ସିରିଜର ଶୁଭାରମ୍ଭ ହୋଇଯାଇଛି। ଆଇଫୋନ୍ 14 ଏବଂ ଆଇଫୋନ୍ 14 ପ୍ରୋ ବିଷୟରେ ଖବର ଅଛି ଯେ ଉଭୟଙ୍କୁ 6.1-ଇଞ୍ଚ ଡିସପ୍ଲେ ମିଳିଛି, ଯେତେବେଳେ ଆଇଫୋନ୍ 14 ମ୍ୟାକ୍ସ / ପ୍ଲସ୍ ଏବଂ ଆଇଫୋନ୍ ପ୍ରୋ ମ୍ୟାକ୍ସକୁ 6.7-ଇଞ୍ଚ ସ୍କ୍ରିନ୍ ପ୍ରଦାନ କରାଯାଇଛି। ଆଇଫୋନ୍ 14, 14 ମ୍ୟାକ୍ସ, 14 ପ୍ରୋ, 14 ପ୍ରୋ ମ୍ୟାକ୍ସ ଏବଂ ନୂତନ A16 ଚିପସେଟ ଫୋନ୍ ଘୋଷଣା କରାଯାଇଛି।