Below header

୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର

ଖଲ୍ଲିକୋଟ (କେନ୍ୟୁଜ): ଘାଟିରୁ ଓଲଟିଲା ଟ୍ରକ । ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ୍ । ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ହରିଡାମୂଳରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ…

ପାଣି ପାଇଁ ଡହଳବିକଳ ହାତୀପଲ, ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଗାତ ଖୋଳୁଛି ବନବିଭାଗ

ଭଞ୍ଜନଗର (କେନ୍ୟୁଜ): ଜଙ୍ଗଲରେ ଜଳକଷ୍ଟ ।  ବିପଦରେ ବନ୍ୟପ୍ରାଣୀ ।  ଗାଁ ମୁହାଁ ହାତୀପ । ପ୍ର ଚଣ୍ଡ ଖରା ଯୋଗୁଁ ଜଙ୍ଗଲ ଜଳାଶୟରେ କମିଗଲାଣି ଜଳ ।  ପାଣି ମୁନ୍ଦେ ପାଇଁ ଡହଳ ବିକଳ ଜଙ୍ଗଲୀ ଜୀବଜନ୍ତୁ ।  ଏବେ ପାଣି ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ବଣୁଆ ହାତୀ ।  ଖରାର ପ୍ରକୋପକୁ…

ଭୁବନେଶ୍ବରରେ ସାମାନ୍ୟ କମିଲା ପେଟ୍ରୋଲ-ଡିଜେଲ ଦର, ଚେକ୍ କରନ୍ତୁ ଆଜିର ନୂଆ ରେଟ୍ ?

ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, ଭୁବନେଶ୍ୱରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ…

କାର୍‌କୁ ପଛରୁ ପିଟିଲା ବୋଲେରୋ; ୯ ମୃତ, ୨୩ ଆହତ

ଛତିଶଗଡ଼ (କେନ୍ୟୁଜ) : ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ…

ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର, କିଣିବା ପୂର୍ବରୁ ନଜର ପକାନ୍ତୁ

ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୯୨୦ ଟଙ୍କା…

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଆଳି (କେନ୍ୟୁଜ): ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ।  ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ ।  ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ବ ଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର…

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜିଠୁ ନାମାଙ୍କନ, ମେ’ ୬ ପର୍ଯ୍ୟନ୍ତ ନାମାଙ୍କନ ଭରିବେ ପ୍ରାର୍ଥୀ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଗୁଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହେବାକୁ ଯାଉଛି ନାମାଙ୍କନ ପ୍ରକ୍ରିୟା। ମେ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ପ୍ରକ୍ରିୟା । ମେ ୭ରେ ନାମାଙ୍କନ ଯାଞ୍ଚ ହେବ।…

ରେକର୍ଡ ଭାଙ୍ଗୁଛି ଏପ୍ରିଲର ତାପମାତ୍ରା, ଆହୁରି ୨ଦିନ ଅସହ୍ୟ ତାତି

ଭୁବନେଶ୍ୱର (କେନ୍ୟୁଜ): ଭୀଷଣ ଗ୍ରୀଷ୍ମପ୍ରବାହରୁ ରକ୍ଷା ମିଳୁନି ।  ସକାଳ ହେଉ ହେଉ ମାଡ଼ି ଆସୁଛି ତାତି ।  ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ ।  ଆଜି ଓ କାଲି ଆହୁରି ବଢିବ ତାତିର ପରିମାଣ । ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା…

କାମାକ୍ଷାନଗରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ

କାମାକ୍ଷାନଗର (କେନ୍ୟୁଜ): ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଖୁଣ୍ଟିଆ ଆହ ତ।  ଢେଙ୍କାନାଳ କାମାକ୍ଷାନଗରରେ ଏନକାଉଣ୍ଟର ।  ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି। ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଢେଙ୍କାନାଳ…

ଓଲଟିଲା ବରଯାତ୍ରୀ ବସ୍, ୨୦ରୁ ଊର୍ଦ୍ଧ୍ବ ଆହତ

ଜଗତସିଂହପୁର (କେନ୍ୟୁଜ): ବରଯାତ୍ରୀ ବସ୍ ଓଲଟି ୨୦ ରୁ ଊର୍ଦ୍ଧ୍ବ ଆହତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ନିକଟ ନଦୀ ବନ୍ଧ ଉପରୁ ବସ୍ ଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ରେ ୧୦ରୁ ଅଧିକ ମହିଳା ଓ ୮ରୁ ଊର୍ଦ୍ଧ୍ଵ ଶିଶୁ ଥିଲେ । ସମସ୍ତ ଗୁରୁତରଙ୍କୁ ବାଲିକୁଦା ମେଡିକାଲ…

ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ଭୁବନେଶ୍ବରର ତାପମାତ୍ରା : ଟ୍ୱିନ ସିଟି ପାଇଁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର (କେନ୍ୟୁଜ): ୪୪ ଟପିଲା ଭୁବନେଶ୍ବର । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନ ସିଟିକୁ ରେଡ ଆଲର୍ଟ । ଅସମ୍ଭାଳ ତାତି ।  ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।  ବାହାରକୁ ବାହାରିବା ମୁସ୍କିଲ । ଖରା ତାତିରେ…

ପ୍ରଚଣ୍ଡ ଖରା, ଜଳୁଛି ସାରା ଓଡ଼ିଶା: ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (କେନ୍ୟୁଜ): ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ। ୪୧.୪ ଡିଗ୍ରୀ ସେଲସିୟସରେ ଜଳୁଛି ସହର । ୪୦ ଡିଗ୍ରୀ ଉପରେ ରହୁଛି ୫ ସହରର ତାପମାତ୍ରା । ଭୁବନେଶ୍ବରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ବରରେ ୪୦.୧ ଓ ସମ୍ବଲପୁରରେ ୪୦ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି ।…