Below header
Browsing Category

ରାଜ୍ୟ

ପୁଣି ଗାଁ ମୁହାଁ ହେଲେ ହାତୀପଲ, ଅଞ୍ଚଳବାସୀ ଛାନିଆ

କାମାକ୍ଷାନଗର(କେ.ନ୍ୟୁଜ): ପୁଣି ଗାଁ ମୁହାଁ ହେଲେ ହାତୀପଲ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ରେଣ୍ଠାପାଟ ଗାଁରେ ହାତୀପଲ। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକମାନେ ଛାନିଆ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏକ ଦଶ ଟିକିଆ ହାତୀପଲ ଆଜି ସକାଳୁ କୁମୁସି ଗାଁ…

ପରୀକ୍ଷା ନ ହୋଇ ଲାଗିଛି ବ୍ୟାକ୍, ଭଦ୍ରକ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +୩ ଦ୍ୱିତୀୟ ବର୍ଷ ବିଭିନ୍ନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବାକୁ ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି…

ମାଆର ମମତା ଆଗରେ ହାର ମାନିଲା ଆଇନ୍, ଫେରିଲା ବାର୍‌ହା ଢୁଡ୍‌

କେନ୍ଦୁଝର(କେ.ନ୍ୟୁଜ): ମାଆ ମମତାର ମୂଲ ଅମୂଲ। ମାଆର ପଣତ ଦୁନିଆର ସବୁଠୁ ନିରାପଦ ସ୍ଥାନ। ମାଆର ସ୍ନେହବୋଳା ଡାକରେ ବନ୍ୟଜନ୍ତୁ ବି ଘରକୁ ଫେରି ଆସିଲା। ଜଙ୍ଗଲରେ ବାର୍‌ହା ଢୁଡ୍‌କୁ ଖୋଜି ପାଇଲେ କୁନ୍ତଳା । ସାଥିରେ ନେଇଥିବା ଖାଦ୍ୟକୁ ନିଜ ହାତରେ ତାକୁ ଖାଇବାକୁ ଦେଲେ । କୋଳକୁ ନେଇ ଆଉଁସି…

ରାଜ୍ୟର ନୂଆ ପିସିସିଏଫ୍‌ ଭାବେ ନିଯୁକ୍ତ ହେଲେ ଶିଶିର କୁମାର ରଥୋ

ରାଜ୍ୟର ନୂଆ ପିସିସିଏଫ୍‌ ହେଲେ ଶିଶିର କୁମାର ରଥୋ । ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଶିଶିର କୁମାର ରଥୋ ହେଉଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଫଏସ୍‌ । ବର୍ତ୍ତମାନ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। କେନ୍ଦ୍ର…

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ନେଇ ବସିଲା ଛତିଶା ନିଯୋଗ ବୈଠକ, କୋଭିଡ୍‌ କଟକଣା ମଧ୍ୟରେ ହେବ ସମସ୍ତ କାର୍ଯ୍ୟ

ପୁରୀ(କେ.ନ୍ୟୁଜ): ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଆପାତତଃ ସ୍ଥିର କରାଯାଇଛି…

ପିଲା ଚୋର ସନ୍ଦେହ, ଦୁଇ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ବାଲେଶ୍ୱର(କେ.ନ୍ୟୁଜ): ଗ୍ଯାସ ସଂଯୋଗୀକରଣର ଯାଞ୍ଚ ନିମନ୍ତେ ଆସିଥିବା ୨ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ପୋଡାସୁଳ ଗାଁରେ। ଆହତ ଦୁଇଜଣ ସମ୍ପର୍କରେ ଦାଦା ପୁତୁରା ବୋଲି ଜଣାପଡ଼ିଥିବା ବେଳେ ଉଭୟ…

ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁର(କେ.ନ୍ୟୁଜ): ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜେନାପୁର ଥାନା କବାଟବନ୍ଧ ଛକ ନିକଟରେ। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା । ଆଜି…

ପିପିଲି ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ, କୋଭିଡ ଗାଇଡଲାଇନ ଅନୁସାରେ ହେବ ପରିଚାଳନା

ପିପିଲି (କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ସାରା ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । କୋଭିଡ ଗାଇଡଲାଇନ ଅନୁସାରେ ହେବ ଉପନିର୍ବାଚନ ପରିଚାଳନା । ଗୋଟିଏ ବୁଥରେ ୧ ହଜାରରୁ ଅଧିକ ମତଦାତା ରହିପାରିବେ ନାହିଁ । ସମୁଦାୟ…

ସୁବର୍ଣ୍ଣପୁର ବାଘଲପୁର ଗାଁ ନିକଟରେ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଏହି ଲୁଟ୍‌ ହୋଇଛି । ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ଠିକା କର୍ମଚାରୀ ସୁଧାଂଶୁ ପଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା…

ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରିମେଡିଆଲ କ୍ଲାସ୍

ଭୁବନେଶ୍ବର: ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ହେବ ରିମେଡିଆଲ କ୍ଲାସ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମ ୨ରୁ ୩ ମାସ ପର୍ଯ୍ୟନ୍ତ ରିମେଡିଆଲ କ୍ଲାସ ଚାଲିବ । କରୋନା ଯୋଗୁ ବର୍ଷେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢା ହୋଇପାରିନାହିଁ । ତେଣୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ…

୫ ମାସର ଗର୍ଭବତୀ ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୋହୂର ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ପରିବାର ସହ ଭଡାରେ ରହୁଥିଲେ ଯାଜପୁର ଅଞ୍ଚଳର ସୁବୀର ମୁଦୁଲି । ୨୦୧୯, ଡିସେମ୍ବର ୬ ତାରିଖରେ ନୟାଗଡ଼…

ଦେଓ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଦୁଇଟି ଗାଁର ଶହ ଶହ ବର୍ଷର ପୁରାତନ ଶାଳ ଗୁଡିକ କରାଯାଇଛି ସ୍ଥାନାନ୍ତର

କରଞ୍ଜିଆ: ଦେଓ ପ୍ରକଳ୍ପ । ଯାହା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ସବୁଠାରୁ ବଡ଼ ପ୍ରକଳ୍ପ। ଏହି ପ୍ରକଳ୍ପ କୁ ଶୁଭ ଦେଇଥିଲେ ବିଜୁ ପଟ୍ଟନାୟକ । ଯାହା ଦୀର୍ଘ ୨୮ ବର୍ଷ ରେ ପରେ ଶେଷ ହେବାକୁ ଯାଉଛି । ଏହି ଅଞ୍ଚଳରୁ ଦୁଇଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ପରେ ପ୍ରଶାସନ ଏବଂ…