କିଡନୀ ଦାନ କରି ଝିଅର ଜୀବନ ବଞ୍ଚାଇଲେ ମା’, ମାତୃତ୍ୱ ପାଇଁ କଲେ ଏପରି

ଝିଅକୁ କିଡନୀ ଦେଇ ନୂଆ ଜୀବନ ଦେଇଛନ୍ତି ତାର ମା’ । ୫୫ ବର୍ଷିୟା ସବିଲା ନିଜ କିଡନୀ ଦାନ କରି ତାଙ୍କ ୨୮ ବର୍ଷର ଝିଅ ନାଜିଶଙ୍କ ଜୀବନ ବଞ୍ଚାଇଛନ୍ତି । ନାଜିଶ କିଡନୀ ରୋଗରେ ଶିକାର ହୋଇ ଯଶୋଦା ସୁପର ସ୍ପେିଶିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ୨୦ ଜୁନରେ ନାଜିଶଙ୍କ ସଫଳ କିଡନୀ ପ୍ରତିରୋପଣ କରିଥିଲେ ।

ମା’ ନିଜ ପିଲାମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରିପାରେ । ନିଜ ପିଲାଙ୍କ କଷ୍ଟକୁ ମା’ ହିଁ ବୁଝିଥାଏ । ପିଲାମାନଙ୍କ ଆଖିରେ କେବେ ଲୁହ ନଆସିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାଏ ମା’ । ନିଜ ମାତୃତ୍ୱ ପାଇଁ କିଛି ବି କରିପାରେ ମା’ । ତେବେ ଜଣେ ମା’ ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ କିଡନୀ ଦାନ କରିଛନ୍ତି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଦେଖିବାକୁ ମିଳିଛି । ଝିଅକୁ କିଡନୀ ଦେଇ ନୂଆ ଜୀବନ ଦେଇଛନ୍ତି ତାର ମା’ । ୫୫ ବର୍ଷିୟା ସବିଲା ନିଜ କିଡନୀ ଦାନ କରି ତାଙ୍କ ୨୮ ବର୍ଷର ଝିଅ ନାଜିଶଙ୍କ ଜୀବନ ବଞ୍ଚାଇଛନ୍ତି । ନାଜିଶ କିଡନୀ ରୋଗରେ ଶିକାର ହୋଇ ଯଶୋଦା ସୁପର ସ୍ପେିଶିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ୨୦ ଜୁନରେ ନାଜିଶଙ୍କ ସଫଳ କିଡନୀ ପ୍ରତିରୋପଣ କରିଥିଲେ । ଡାକ୍ତର ପ୍ରଜିତ ମଜୁମଦାର, ଡାକ୍ତର ବୈଭବ ସକ୍ସେନା, ଡାକ୍ତର ନିରେନ ରାଓ ଏବଂ ଡାକ୍ତର କୁଲଦୀପ ଅଗ୍ରଓ୍ଵାଲ ଏହି କିଡନୀ ପ୍ରତିରୋପଣରେ ସାହାଯ୍ୟ କରିଥିଲେ ।

ଏହି ଡାକ୍ତରଖାନାର ମୁଖ୍ୟ ଡାକ୍ତର ଉପାସନା ଅରୋରା କହିଛନ୍ତି ଯେ, ଉଭୟ ମା’ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସୁସ୍ଥ ରହିଛି । ଅସାଧ୍ୟ ରୋଗ ଯୋଜନାରେ ଏହି ଚିକିତ୍ସା ମାଗଣାରେ କରାଯାଇଥିଲା । ତେବେ ମା’ ଓ ଝିଅଙ୍କ ସ୍ୱାସ୍ଥ୍ୟ ଠିକ ଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । କିନ୍ତୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନଜର ରଖାଯିବ ।

ଡାକ୍ତରଖାନାର ମୁଖ୍ୟଙ୍କ ଅନୁସାରେ ଜିଲ୍ଲାରେ ଏହା ପ୍ରଥମ କିଡନୀ ଟ୍ରାନ୍ସପ୍ଲାଣ୍ଟ ଥିଲା । ଏଥିପାଇଁ ସେମାନେ ଗର୍ବିତ ଏବଂ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତରଙ୍କ ଟିମ ପାଇଁ ଏଭଳି ପ୍ରତିରୋପଣ ସଫଳ ହୋଇଥିଲା ।

ରିପୋର୍ଟ ଅନୁସାରେ ନାଜିଶ, ମିରଟ ଜିଲ୍ଳାର ସରଧନା ତହସିଲ ଅନ୍ତର୍ଭୁକ୍ତ ଦୌରଲା ବ୍ଲକର ବାଦିଲପୁର ଗାଁରେ ରୁହନ୍ତି । ତାଙ୍କ ବାପା ସଲିମ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତେବେ ଗଙ୍ଗାନଗର ର ଡାୟଲିସିସ ସେଣ୍ଟରରେ ଥିବା ଡାକ୍ତରମାନେ ନାଜିଶଙ୍କୁ ଯଶୋଦା ସୁପର ସ୍ପେିଶିଆଲିଟି ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ସଲିମ ନାଜିଶଙ୍କୁ ଏହି ହସ୍ପିଟାଲକୁ ଆଣିଥିଲେ । ଝିଅ ନାଜିଶଙ୍କ ଚିକିତ୍ସା ସମ୍ଭବ ହୋଇ ପାରୁ ନଥିବାବେଳେ ତାଙ୍କ ମା’ ନିଜ କିଡନୀ ଦେଇ ଝିଅର ଜୀବନ ବଞ୍ଚାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.