ଏହି ଉପାୟରେ ଘରକୁ ରଖନ୍ତୁ ପରିଷ୍କାର, ପାଖ ମାଡ଼ିବନି କରୋନା ଭାଇରସ୍‌

କରୋନା ଭୟ ସାରା ବିଶ୍ୱକୁ ଘାରିଛି। ଏହି ବିଷାଣୁ ବ୍ୟାପିବାକୁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ନ ଥିବାରୁ କିଏ କେତେବେଳେ ଆକ୍ରାନ୍ତ ହେବ ତାହା ଜଣାପଡ଼ୁନାହିଁ। ଏଣୁ ଧୀରେ ଧୀରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଲୋକମାନେ କରୋନାରୁ ନିଜକୁ ବଞ୍ଚାଇବା ପାଇଁ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରୁଥିବା ଦେଖାଯାଇଛି। କିନ୍ତୁ ବୈଜ୍ଞାନିକଙ୍କ ମତରେ କେବଳ ବାହାରେ ନୁହେଁ ଘରେ ଥିଲେ ବି ଜଣେ କରୋନାରେ ସଂକ୍ରମିତ ହୋଇପାରିବ। ଏଣୁ ଘରକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। ଘରର କୋଣ ଅନୁକୋଣର ସଫେଇ ଉପରେ ଗୁରୁତ୍ୱ ଦେବାକୁ ସେମାନେ ପରାମର୍ଶ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା କରୋନା ପାଇଁ ଘରକୁ କେମିତି କରିବେ ପ୍ରସ୍ତୁତ…

corona prepared ness

ଏକ୍ସପର୍ଟଙ୍କ କହିବାନୁସାରେ କୌଣସି ଭିଡ଼ ସ୍ଥାନ କିମ୍ବା ବାହାରକୁ ଯାଇ ଫେରୁଥିଲେ ପ୍ରଥମେ ଗୋଡ଼ ହାତକୁ ପରିଷ୍କାର କରି ଧୁଅନ୍ତୁ ଓ ତା’ ପରେ ହିଁ ଘରେ ପ୍ରବେଶ କରନ୍ତୁ। ଏହା ଦ୍ୱାରା ଘରର ଚଟାଣ କିମ୍ବା କବାଟରେ ବାହାରର ଜୀବାଣୁ ଲାଗିପାରିବେ ନାହିଁ।

corona

କରୋନା ନିର୍ଜୀବ ବସ୍ତୁରେ ମଧ୍ୟ ଜୀବିତ ରହିପାରୁଥିବାରୁ ଘରର କବାଟ ଝରକା ତଥା କାନ୍ଥକୁ ମଧ୍ୟ ସାନିଟାଇଜରରେ ସଫା କରନ୍ତୁ।
ଘରର ଚଟାଣକୁ ବ୍ଲିଚିଂ ପାଉଡର କିମ୍ବା ଆଲକହଲଯୁକ୍ତ ସାନିଟାଇଜରରେ ସଫା କରନ୍ତୁ। ଏହା ଦ୍ୱାରା ଭାଇରସ୍‌ ମରିଯିବ।

kitchen-cleaning

ଯଦି ଆପଣଙ୍କ ଅଞ୍ଚଳରେ କେହି କରୋନା ସଂକ୍ରମିତ ଅଛନ୍ତି କିମ୍ବା ଘରେ କେହି ରୋଗାଗ୍ରସ୍ତ ଅଛନ୍ତି ତେବେ କେତେକ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଘର ଉକ୍ତ ବ୍ୟକ୍ତି ଯେମିତି ରୋଷେଇ କାଉଣ୍ଟର ଓ ବାଥରୁମ୍‌ର ନଳକୁ ସ୍ପର୍ଶ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ରୋଗ ବ୍ୟାପିବାର ସମ୍ଭାବନା ରହିଛି।

mask

ସେହିପରି ଫେସ୍‌ମାସ୍କକୁ ନେଇ ମଧ୍ୟ ଏକ୍ସପର୍ଟ ମତ ଦେଇଛନ୍ତି। ଏକ୍ସପର୍ଟଙ୍କ କହିବାନୁସାରେ ବାହାରକୁ ଯିବା ବେଳେ ଫେସ୍‌ମାସ୍କ ବ୍ୟବହାର କରିବା ଉଚିତ। କିନ୍ତୁ ସବୁବେଳେ ନୁହେଁ। ଯଦି ଆପଣଙ୍କୁ ଥଣ୍ଡା, କାଶ ହେଉଛି ତେବେ ନିହାତି ମାସ୍କ ବ୍ୟବହାର କରନ୍ତୁ।

coronavirus 3

ଯଦି ଆପଣଙ୍କ ଘରେ କେହି କରୋନାରେ ଆକ୍ରାନ୍ତ ହୋଇଛନ୍ତି ତେବେ ତାଙ୍କ ଯତ୍ନ ନେବା ବେଳେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ।

ଏକ୍ସପର୍ଟଙ୍କ କହିବାନୁସାରେ କରୋନାକୁ ନେଇ ଆଦୌ କୌଣସି ରିସ୍କ ନିଅନ୍ତୁ ନାହିଁ। ଘରେ ରୁହନ୍ତୁ। ସମ୍ପୂର୍ଣ୍ଣ ରନ୍ଧାଯାଇଥିବା ଖାଦ୍ୟ ଖାଆନ୍ତୁ। ନିଜ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖନ୍ତୁ ଓ ଯେତେ ପାରୁଛନ୍ତି ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.