ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଡେ’ ନାଇଟ୍‌ ଟେଷ୍ଟ, ଟସ୍‌ ଜିତି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ

କେନ୍ଯୁଜ୍ : ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଡେ’ ନାଇଟ୍‌ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୋଲାପି ବଲରେ ଖେଳାଯାଉଛି । କୌଣସି ରନ୍‌ ନକରି ପ୍ୟାଭିଲିୟନ୍‌ ଫେରିଥିଲେ ପୃଥ୍ଵୀ ସ । ୧୧ ଜଣିଆ ଭାରତୀୟ ଦଳରେ ଓପନିଂ କରିଥିଲେ ମୟଙ୍କ ଅଗ୍ରଓ୍ଵାଲ ଓ ପୃଥ୍ଵୀ ସ’ ।

ଦଳରେ ଅଛନ୍ତି ୪ ଜଣ ବୋଲିଂ ସ୍ପେଶାଲିଷ୍ଟ । ପେସ୍‌ ସମ୍ଭାଳିବେ ମହମ୍ମଦ ସାମି, ଜଶପ୍ରୀତ ବୁମରାହ ଓ ଉମେଶ ଯାଦବ । ରବି ଚନ୍ଦ୍ରନ୍‌ ଅଶ୍ୱୀନଙ୍କ ସାଥ୍‌ ଦେବେ ହନୁମା ବିହାରୀ । ସେହିଭଳି ମଧ୍ୟଭାଗ ସମ୍ଭାଳିବେ ଚେତେଶ୍ୱର ପୁଜାରା, ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପରାଜୟ ଓ ଟି-୨୦ରେ ବିଜୟ ପରେ ୪ଟିକିଆ ଟେଷ୍ଟ ସିରିଜ ଖେଳୁଛି ଭାରତ । ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜ ହାଇଭୋଲଟେଜ୍‌ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ଅଧିନାୟକ ବିରାଟ କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.