ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ: ଟି-20ରେ ପୂରଣ କଲେ ୧୦ ହଜାର ରନ୍‌

ମୁମ୍ବାଇ: ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ଟି-ଟେ୍ଵଣ୍ଟିରେ ୧୦ ହଜାର ରନ୍‌ କଲେ । ଏହି ରେକର୍ଡ ହାସଲ କରିବାରେ ପ୍ରଥମ ଭାରତୀୟ ଓ ବିଶ୍ୱରେ ପଞ୍ଚମ ଖେଳାଳି। ଆଇପିଏଲ୍‌ର ମୁମ୍ବାଇ-ଆର୍‌ସିବି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଆର୍‌ସିବି ଅଧିନାୟକ ବିରାଟ କୋହଲି।

ବିରାଟ ୩୧୪ଟି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳି ୪୧.୫ ହାରରେ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱରେ ଟି-ଟେ୍ଵଣ୍ଟିରେ ୧୦ ହଜାର ରନ୍‌ କରିବାରେ ପ୍ରଥମ ଖେଳାଳି କ୍ରିସ ଗେଲ୍‌। ସେ ୧୪ ହଜାର ୨୭୫ରନ୍‌ କରିଛନ୍ତି। ୧୧୧୯୫ ରନ୍‌ ସହ ଦ୍ୱିତୀୟରେ ଅଛନ୍ତି କେରନ ପୋଲାର୍ଡ ଓ ୧୦ ହଜାର ୮୦୮ ରନ୍‌ ସହ ତୃତୀୟରେ ଅଛନ୍ତି ସୋଏବ ମଲ୍ଲିକ। ଏହି ତାଲିକାରେ ଚତୁର୍ଥରେ ଅଛନ୍ତି ବିରାଟ କୋହଲି ଓ ପଞ୍ଚମରେ ଅଛନ୍ତି ଡେଭିଡ୍‌ ନାର୍ଣ୍ଣର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.