ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଦଳେଇପୁଟରେ ଜଙ୍ଗଲୀ ହାତୀଙ୍କ ଆତଙ୍କ, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିଲା ଶତାଧିକ ଗାଡ଼ି

ଖୋର୍ଦ୍ଧା: ଜାତୀୟ ରାଜପଥ ଉପରେ ହାତୀ । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିଲା ଶତାଧିକ ଗାଡ଼ି । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଦଳେଇପୁଟରେ ଜଙ୍ଗଲୀ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି ।
ଦୁଇଟି ହାତୀ ରାସ୍ତା ଉପରେ ଥିବାରୁ ବହୁ ସମୟ ଧରି ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଥିଲା । ଦୁଇ ହାତୀକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବନ ବିଭାଗ ଘଟଣାସ୍ଥଳରେ ପହଁଚି ଦୁଇ ହାତୀଙ୍କୁ ଘଉଡାଇଥିଲା । ଏବେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।