Browsing Tag

cold wave

ରାଜ୍ୟରେ ଖସୁଛି ପାରଦ : ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼

(କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତର ଭାବେ ତଳ ମୁହାଁ ହୋଇଛି। ୭ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲା…

ଥରାଇଲାଣି ଶୀତ, ଟ୍ୱିନ ସିଟିରେ ୧୫ ଡିଗ୍ରୀ ତଳେ ରହିଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ସ୍ବାଭାବିକ ହେଉଛି ଶୀତ । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ଯାଏ ତଳମୁହାଁ ହୋଇଛି ପାରଦ ।…

ରାଜ୍ୟରେ ତଳମୁହାଁ ହେଉଛି ପାରଦ: ବର୍ଷା ପରେ ପରେ ଶୀତରେ ଥରୁଛନ୍ତି ଲୋକେ

ବଣାଇ (କେନ୍ୟୁଜ): ବର୍ଷା ପରେ ପରେ ଶୀତରେ ଥରୁଛନ୍ତି ଲୋକେ । ରାଜ୍ୟରେ ତଳମୁହାଁ ହେଉଛି ପାରଦ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ କିଛି ଦିନ ପୂର୍ବରୁ ଶୀତର ପରିମାଣ କମ ଥିଲା । କିନ୍ତୁ ଦୁଇ ଦିନ ଲଗାଣ ବର୍ଷା ପରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ…

ଖସୁଛି ପାରଦ, ବଢୁଛି ଶୀତ : ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା

(କେନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରହୁଛି ।୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫…

କନ୍ଧମାଳରେ ବଢ଼ୁଛି ଶୀତ: ଦାରିଙ୍ଗବାଡିରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଖସିଲା

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ବଢ଼ୁଛି ଶୀତ । କିଛିଦିନ ହେଲା କନ୍ଧମାଳରେ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ଶୀତର ପରିମାଣ ବୃଦ୍ଧି ପାଇଛି । ଫୁଲବାଣୀ ସମେତ ଚକାପାଦ,ଫିରିଙ୍ଗିଆ,ଜି ଉଦୟଗିରି,ତୁମୁଡ଼ିବନ୍ଧ, କୋଟ ଗଡ,ଦାରିଙ୍ଗବାଡି ଭଳି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ…

ଆଜିଠୁ ଆହୁରି ବଢିବ ଥଣ୍ଡା : ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ

ଭୁବନେଶ୍ୱର (କେନ୍ୟୁଜ): କମିବ ତାତି, ବଢିବ ଥଣ୍ଡା। ଆଜିଠୁ ରାଜ୍ୟରେ ବଦଳିବ ପାଗ। ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ଼ର ପ୍ରଭାବ ଓ ଓଡ଼ିଶାକୁ ପ୍ରବେଶ…

ମାଡ଼ି ଆସୁଛି ଶୀତ ଲହରୀ: ଆଗାମୀ ସପ୍ତାହରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ଯାଏଁ ଖସିବ

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ସପ୍ତାହରେ ଉତ୍ତର ଭାରତରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ଯାଏଁ ଖସିବ । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ମାନେ । Live Weather of Indiaର ଫାଉଣ୍ଡର ନବଦୀପ ଦହିୟା ଟ୍ଵିଟ କରି କହିଛନ୍ତି ୧୪ରୁ ୧୯ ଜାନୁଆରୀ ଭିତରେ ପ୍ରବଳ ଥଣ୍ଡା ପଡ଼ିବ ।…

ଶୀତରେ ଥରୁଛି ସାରା ଓଡ଼ିଶା, ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ଜାଡ଼ରେ ଜଡ଼ସଡ଼ ଓଡ଼ିଶା । ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ଆଜିଠୁ ଦୁଇ ଦିନ ଶୀତ ଲହରୀ । କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ଜାରି ରହିବ । ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ ରାତି ତାପମାତ୍ରା । ଶୀତ ଲହରି ନେଇ ଆଜି…

ରାଜ୍ୟକୁ ପୁଣି ଲେଉଟିଲା ଶୀତ, ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟକୁ ପୁଣି ଲେଉଟିଲା ଶୀତ । କମୁଛି ରାତି ତାପମାତ୍ରା, ବଢୁଛି ଥଣ୍ଡା । ପଶ୍ଚିମା ଝଡର ପ୍ରଭାବରେ ପ୍ରଭାବିତ ହେଉଛି ରାତି ତାପମାତ୍ରା । ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବିଭିନ୍ନ…

ଆମେରିକାରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା: କାର୍‌ ଓ ବସ୍‌ ତଳେ ପଡିରହିଛି ମୃତଦେହ, ଏପର୍ଯ୍ୟନ୍ତ ୪୮ ମୃତ

ଆମେରିକାରେ ପ୍ରବଳ ଥଣ୍ଡା ଏବଂ ବରଫାପାତ ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବରଫ ଝଡ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି…

ରାଜ୍ୟରେ ବଢୁଛି ଶୀତ, ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ଶୀତ ସାମାନ୍ୟ ବୃଦ୍ଧି ପାଇଛି । ଗତ ସପ୍ତାହେ ହେଲା ଲଗାତାର ଜି ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଉଛି । ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି । ସିମିଳିଗୁଡ଼ାରେ ୫.୫…

ଆଜିଠୁ ପୁଣି ଥରାଇବ ଶୀତ, ଦକ୍ଷିଣ ଓଡ଼ିଶାରେ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଲା ଶୀତ। ଆଜିଠୁ ପୁଣି ଥରାଇବ। ଗତକାଲି ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୧.୬, ସୁନ୍ଦରଗଡ଼ରେ ୧୨ ଓ ବାଲେଶ୍ୱରରେ ୧୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶାରେ…