ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ଭବିଷ୍ୟତରେ କିଛି କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ। ସଫଳତା ପ୍ରାପ୍ତ ହେବାର ସଂକେତ ରହିଛି। ବୃଷ : ଆଜି ଦିନଟି ଆପଣଙ୍କର ସୁଖମୟ ହେବ। ଆପଣଙ୍କ ଖୁସିରେ ବାଧା ଆସିବ ନାହିଁ। ସକରାତ୍ମକ ବ୍ୟବହାର କାମରେ ଦେଖାଦେବା ଦ୍ବାରା ସହକର୍ମୀମାନେ ଆପଣଙ୍କ ଉପରେ…

ଜଳବନ୍ଦୀ ଘେରରେ ପୁରୀ ଧୋବାଖାଲ୍‌ ବସ୍ତି, ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ବସ୍ତି ବାସିନ୍ଦା

ପୁରୀ ପୌରପାଳିକା ଅନ୍ତର୍ଗତ ଆଇଟିଆଇ ଧୋବାଖାଲ୍‌ ବସ୍ତିର ଲୋକେ ଜଳବନ୍ଦୀ । ତଳି ଓ ଖାଲୁଆ ଅଞ୍ଚଳ ହୋଇଥିବାରୁ ବର୍ଷାଜଳ ଜମାହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ ସ୍କୁଲ ଯାଇପାରୁନାହନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏବେ ବି ଅନେକ ପରିବାର ଜଳବନ୍ଦୀ ହୋଇ…

ପ୍ରଥମ ଥର ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପ୍ରଦର୍ଶନୀ ପଡ଼ିଆରେ ବିଶେଷ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): ଦିଲ୍ଲୀ ଢାଞ୍ଚାରେ ପ୍ରଥମ ଥର ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପଡ଼ିଆରେ ପହଞ୍ଚି ତଦାରଖ କରିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ । ସେହିପରି…

ଓଡ଼ିଶାର ସଦସ୍ୟତା ଅଭିଯାନର ସମୀକ୍ଷା କଲେ ଶିବରାଜ ସିଂ ଚୌହାନ, ୫୦ ଲକ୍ଷରେ ସଦସ୍ୟ ସଂଖ୍ୟା ପହଞ୍ଚାଇବା ଟାର୍ଗେଟ

ଭୁବନେଶ୍ବର (କେନ୍ୟୁଜ୍):  ଆରମ୍ଭ ହୋଇଛି ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ସଦସ୍ୟତା ଅଭିଯାନକୁ ତ୍ୱରାନ୍ଵିତ କରିବା ପାଇଁ ଓଡ଼ିଶା ଆସିଛନ୍ତି ସଦସ୍ୟତା ଅଭିଯାନର ଜାତୀୟ ଆବାହକ ଶିବରାଜ ସିଂ ଚୌହାନ । ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିଛନ୍ତି…

ସୋର : ଧାନ ବିଲରେ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ସୋର (କେ ନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୂଆପୁର ଗ୍ରାମର ଘଟିଛି ଏକ ବଡ଼ ଅଘଟଣ । ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ସାବିତ୍ରୀକୁ ଅରଳା ନିକଟ ଧାନ କିଆରୀରେ ପୋଡି ଦେଇଛି ସ୍ୱାମୀ ନୀଳାମ୍ବର ମଲ୍ଲିକ । ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛି ।…

ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଝୁଲଣ ଯାତ୍ରା, ୭ ଦିନ ଧରି ଚାଲିବ ଏହି ପର୍ବ

ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଆଜିଠୁ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରି ସଜା ଯାଇଛି । ଶ୍ରଦ୍ଧାଳୁଙ୍କ ସହ ମଠାଧୀଶ ଶ୍ରୀରାଧା ଓ କୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ଝୁଲାଉଛନ୍ତି…

ଘଟଗାଁ : ବନ୍ଧୁକ ଓ ଭୁଜାଲି ଦେଖାଇ ଶିକ୍ଷକଙ୍କ ଠାରୁ ବାଇକ, ଟଙ୍କା ଓ ମୋବାଇଲ ଲୁଟ୍‌

ଘଟଗାଁ (କେ ନ୍ୟୁଜ୍‌) : ବନ୍ଧୁକ ଓ ଭୁଜାଲି ଦେଖାଇ ଚାରି ଜଣ ଶିକ୍ଷକଙ୍କ ଠାରୁ ଲୁଟ୍‌ । ବାଇକ୍‌, ମୋବାଇଲ ଓ ଟଙ୍କା ଲୁଟି ନେଲେ ଛଅ ଜଣ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ନିକଟରେ ନିଛାଟିଆ ସ୍ଥାନରେ ଲୁଟ୍‌ର ଶିକାର ହୋଇଛନ୍ତି ଏମାନେ । ହରିଚନ୍ଦନପୁର…

ପୁରୀ: ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ହଜିଯାଇଥିବା ବ୍ୟକ୍ତି, ୧୯୯୯ ମହାବାତ୍ୟା ପରଠୁ ଥିଲେ ନିଖୋଜ

ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ୧୯୯୯ ମହାବାତ୍ୟାରେ ନିଜ ଘରଠୁ ଦୂରକୁ ଚାଲିଯାଇଥିଲେ ପୁରୀ ଆଡକିଆ ଶବରସାହିର ପୁନିଆ ବେହେରା । ଏଣେତେଣେ ବୁଲି ଶେଷରେ ଅନୁଗୁଳରେ ପହଞ୍ଚିଥିଲେ । ପାଗଳ ଭଳି ବୁଲୁଥିବା ଦେଖି ପୁନିଆଙ୍କୁ ଲିଙ୍ଗରାଜୋଡି ଅଞ୍ଚଳରୁ ଉଦ୍ଧାର କରିଥିଲେ ଅନୁଗୁଳ…

ଜମ୍ମୁ-କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଟ୍ଵିଟରରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ

ଜମ୍ମୁ- କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଏହା ଉପରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ଟ୍ଵିଟରରେ ମୁହାଁମୁହିଁ। ଜମ୍ମୁ- କଶ୍ମୀରରୁ ୩୭୦ ଧାରା ଉଠିବା ନେଇ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ କହିଥିଲେ ଦଳର କର୍ମୀମାନେ ଏବେ କଶ୍ମୀରର ସୁନ୍ଦରୀ ଝିଅଙ୍କୁ ବାହା ହୋଇ ପାରିବେ। ଏହି…

ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ, ସୂଚନା ଦେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ

ଆସନ୍ତା ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ…

ଢେଙ୍କାନାଳ: ଜିଲ୍ଲାପାଳ ସାଜିଲେ ଶିକ୍ଷକ, ସ୍କୁଲରେ ପିଲାଙ୍କୁ ପଢାଇଲେ ପାଠ

ସ୍କୁଲ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ । ଏଥିସହ ସ୍କୁଲ ପରିସରରେ ଗଛ ଲଗାଇଥିଲେ । ପିଲାଙ୍କୁ ପାଠ ପଢ଼ାଇ ବହୁତ ଖୁସି ବୋଲି…

କେନ୍ଦୁଝର: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ, କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା।…