୪ କଲରାପତରିଆ ବାଘ ଛାଲ ଜବତ, ୩ ଶିକାରୀ ଗିରଫ

ମୟୁରଭଞ୍ଜ : ୪ କଲରାପତରିଆ ବାଘ ଛାଲ ଜବତ । ୩ ଶିକାରୀ ଗିରଫ । ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ଚଢ଼ାଉ କରି ବନବିଭାଗ ଏହି ସଫଳତା ପାଇଛି । ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକଙ୍କ ମିଳିତ ଚଢ଼ାଉରେ…

ସୀମାଙ୍କ ପାଇଁ ଲଢ଼ିଲେ ଓକିଲ, ଭାରତରେ ରହିବାକୁ ଦେବାକୁ ରାଷ୍ଟ୍ରପତିଙ୍କୁ କଲେ ଅନୁରୋଧ

ନୂଆଦିଲ୍ଲୀ : ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଆସୁଛି । ଏବେ ସୀମାଙ୍କ ସୁରକ୍ଷା ପାଇଁ ଆଗେଇ ଆସଛନ୍ତି ଜଣେ ଓକିଲ ଏପି ସିଂହ । ସୀମାଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଓକିଲ ଏପି ସିଂହ ଦାବି…

ଗୁଜୁରାଟ ଜୁନାଗଡ଼ରେ ଭୟଙ୍କର ବର୍ଷା, ପାଣିରେ ଭାସିଗଲା ଗାଡ଼ି, ପଶୁ ସବୁ କିଛି

ଅହମ୍ମଦାବାଦ : ଗୁଜୁରାଟରେ ଭୟଙ୍କର ବର୍ଷା, କିଛି ଅଂଚଳରେ ବର୍ଷାର ପ୍ରକୋପ ଏମିତି ହୋଇଛି ଯେ ପାଣିରେ ଭାସିଯାଇଛି ଗାଡ଼ି ଓ ଗୃହପାଳିତ ପଶୁ । ଜୁନାଗଡ଼ ଓ ନବସାରୀ ଅଂଚଳର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଇଛି, ପ୍ରବଳ ବର୍ଷାରେ ସବୁ ଆଡେ ବନ୍ୟା ଭଳି ଜଳ ଭର୍ତ୍ତି ହୋଇଛି ।…

ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ, ବଢ଼ୁଛି ଖାଦ୍ୟ ସଂକଟର ବିପଦ

ପୃଥିବୀକୁ ମରୁଡ଼ି ଗ୍ରାସୁଛି, ବଢ଼ୁଛି ଖାଦ୍ୟ ସଂକଟର ବିପଦ । ଆଗକୁ ଦୁର୍ଭିକ୍ଷ ପଡ଼ିବ । ଏମିତି ଚେତାବନୀ ଦେଲାଣି ଜଳବାୟୁ ପରିବର୍ତ୍ତନ । ଉତ୍ତପ୍ତ ଜଳବାୟୁ, ଯୁଦ୍ଧ ଏବଂ ରପ୍ତାନୀ ବନ୍ଦ ବିଶ୍ୱରେ ଖାଦ୍ୟାଭାବ ସୃଷ୍ଟି କରିବ। ଅତ୍ୟଧିକ ତାତି ଯୋଗୁଁ ଆମେରିକାରୁ ଚୀନ ପର୍ଯ୍ୟନ୍ତ ଚାଷ ପ୍ରଭାବିତ…

ଦିଲ୍ଲୀ ବିମାନ ବନ୍ଦରରୁ ୧୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ, ଲୁଚାଯାଇଥିଲା ଜୋତା ତଳେ

ଦିଲ୍ଲୀ ଏୟାରପୋର୍ଟରେ ବିଦେଶୀ ନୋଟ ଜବତ। ଏବେ ଯାଏଁ ସବୁଠୁ ବଡ଼ ବିଦେଶୀ ନୋଟ ସିଜ୍‌ । ୩ ତାଜକିସ୍ତାନ ନାଗରିକଙ୍କ ଠାରୁ ଜବତ ହେଲା ୧୦କୋଟିରୁ ଅଧିକ ଟଙ୍କାର (୭,୨୦,୦୦୦ ଆମେରେକୀୟ ଡଲାର) ବିଦେଶୀ ନୋଟ । ଇସ୍ତାନବୁଲ ଯାଉଥିବାବେଳେ ଅଟକାଇଥିଲା ଏୟାରପୋର୍ଟ କଷ୍ଟମ ବିଭାଗ । ସେମାନଙ୍କ…

ଆଉ ମୋର ପତ୍ନୀ ଦରକାର ନାହିଁ, ମୋ ପିଲାଙ୍କୁ ଖାଲି ପାକିସ୍ତାନ ଫେରାଇ ଦିଅ ବୋଲି କହିଲେ ଗୁଲାମ

ସୀମା ହାଇଦର ଓ ସଚୀନଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଥମୁନାହିଁ । ଏବେ ସବୁ ଚ୍ୟାନେଲ ଓ ସୋସିଆଲ ମିଡିଆରେ ସୀମା ଓ ସଚୀନଙ୍କ ପ୍ରେମ କାହାଣୀ । ଘଟଣାର ଟୁଇଷ୍ଟ ଏବେ ଆସିଛି, ଯେତେବେଳେ ସୀମାଙ୍କ ସ୍ୱାମୀ ତାଙ୍କ ପିଲାମାନଙ୍କୁ ଫେରାଇ ଦେବାକୁ ଭାରତକୁ ଅନୁରୋଧ କରିଛନ୍ତି । ପ୍ରଥମେ ସ୍ୱାମୀ…

ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଙ୍କ ଭୟଙ୍କର ପଦକ୍ଷେପ, ମୁଣ୍ଡରେ କରିଦେଲେ ଡ୍ରିଲ୍‌ ,ପୁଣି କ’ଣ ହେଲା

ରୁଷରେ ଏକ ବିଚିତ୍ର ଘଟଣା ଆସିଛି ସାମନାକୁ । ଜଣେ ବ୍ୟକ୍ତି ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡରେ ଡ୍ରିଲ କରିଦେଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ୨୦ ଜୁଲାଇରେ । ଟ୍ଵିଟରରେ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରାଯାଇଛି ।…

ଫିଲ୍ମ ଛାଡିଲା ପରେ ଏବେ ଚାଷରେ ବ୍ୟସ୍ତ ଏହି ଫିଲ୍ମ କଳାକାର, କିଏ ଟମାଟର ଚାଷ କରୁଛନ୍ତି ତ କିଏ ଗୋବର ଉଠାଉଛନ୍ତି

ସମୟ ସମସ୍ତଙ୍କ ପାଇଁ ସମାନ ନଥାଏ । ଏକଦା ରଂଗ ତୁଳୀ ଓ ଆଲୋକର ପରିବେଶରେ ସମୟ କାଟୁଥିବା କଲାକାରଟିଏ ବି ମାଟି -ପାଣି ସହ ଯୋଡି ହୋଇ ଯାଇପାରେ ତାହା ଏଠାରେ ଦେଖିବାକୁ ମିଳେ । ଏକଦା ବଲିଉଡରେ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ମହାନ କଳାକାରମାନେ ଆଜି ସମ୍ପୁର୍ଣ୍ଣ ଫିଲ୍ମ ଦୁନିଆ ଠାରୁ…

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ୍‌ ଜାରି

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା । ମାଟି ତଳୁ ଆଉ ୬ ମୃତହେଦ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ। ଆଜି ରାତିରେ ସର୍ଚ୍ଚ ଅପରେସନ୍‌ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ। ଗତକାଲି ଠାରୁ ଏନଡିଆରଏଫର ୪ଟି ଟିମ ସର୍ଚ୍ଚ ଅପରେସନ କରୁଛନ୍ତି।…

ବଲିଉଡ ଅଭିନେତା ବିବେକ ଓବରୟଙ୍କ ଠାରୁ ଠକି ନେଲେ ୧.୫୫ କୋଟି ଟଙ୍କା, ୩ ଜଣଙ୍କ ନାମରେ ଅଭିଯୋଗ

ବଲିଉଡ ଅଭିନେତା ବିବେକ ଓବରୟ ପଡ଼ିଗଲେ ଠକାମୀରେ । ତାଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଓବରୟଙ୍କ ଚାଟାର୍ଡ ଆକାଉଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ଏକ ଫିଲ୍ମ ନିର୍ମାଣ କମ୍ପାନୀରେ…

ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ, ଉଭୟ ଗୃହରେ ହଙ୍ଗାମା

ଚାଲି ପାରୁନି ସଂସଦ । ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ । ଉଭୟ ରାଜ୍ୟସଭା ଓ ଲୋକସଭାରେ ହଙ୍ଗାମା ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ବାରମ୍ବାର ମୁଲତବୀ ହୋଇଥିଲା ଗୃହ କାର୍ଯ୍ୟ । ଅଚଳାବସ୍ଥା ଲାଗି ରହିବାରୁ ଆସନ୍ତା…

ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍‌ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ

ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍‌ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି ଚ୍ୟାନେଲର ମହିଳା ସାମ୍ବଦିକ…