ମେ’ ୭ ଯାଏ ଜେଲ୍‌ରେ ରହିବେ ସିଏମ୍‌ କେଜ୍ରିଓ୍ଵାଲ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି

ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ । ମଙ୍ଗଳବାର କୋର୍ଟ ତାଙ୍କୁ ମେ’ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ବର୍ତ୍ତମାନ କେଜ୍ରିୱାଲ ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ । ନ୍ୟାୟିକ ହେପାଜତ ଶେଷ ହେବା ପରେ ସିଏମ୍‌…

ଅରୁଣ ଗୋଭିଲଙ୍କ ରୋଡ୍‌ ଶୋ’ରେ ଚୋରି; ପର୍ସ, ମୋବାଇଲ୍‌ ଫୋନ୍‌ ସହ ୩୬,୦୦୦ ଟଙ୍କା ନେଇଗଲେ ଚୋର

ନିର୍ବାଚନ ପ୍ରଚାର ରାଲିରେ ଚୋରି । ଉତ୍ତର ପ୍ରଦେଶର ମେରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ରୋଡ୍ ଶୋ’ ବେଳେ ପକେଟ୍‌ ଖାଲି କରିଦେଲେ ଚୋର । ୧୦ରୁ ଅଧିକ ଲୋକଙ୍କ ପର୍ସ, ମୋବାଇଲ୍ ଫୋନ୍‌ ସହ ୩୬,୦୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିବା…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେ: ଡିଭାଇଡର୍‌ ଭାଙ୍ଗି ଟ୍ରକ୍‌କୁ ଧକ୍କା ଦେଲା ସ୍ଲିପର ବସ୍‌, ୪ ମୃତ; ୨୦ ଆହତ

ଉତ୍ତର ପ୍ରଦେଶର କନୌଜରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଡିଭାଇଡର୍ ଭାଙ୍ଗି ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ…

ଆମେରିକାରେ ମର୍ମନ୍ତୁଦ ଦୁର୍ଘଟଣା, ତେଲଙ୍ଗାନାର ୨ ଛାତ୍ର ମୃତ; ଭାବପୂର୍ଣ୍ଣ ଅପିଲ୍‌ କଲେ ପରିବାର ଲୋକ

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା କ୍ରମାଗତ ବଢ଼ିଚାଲିଛି । ଏବେ ଆମେରିକୀୟ ରାଜ୍ୟ ଏରିଜୋନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେଲଙ୍ଗାନାର ଏହି ଦୁଇ ଛାତ୍ର ସେଠାରେ ରହି ପାଠ ପଢ଼ୁଥିଲେ । ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର…

ମାଲେସିଆ: ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍‌, ୧୦ ଜଣଙ୍କ ମୃତ୍ୟୁ

ମାଲେସିଆରେ ସେନାର ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ, ରୟାଲ୍‌ ମାଲେସିଆନ୍‌ ନ୍ୟାଭିର ବାର୍ଷିକ ଅଭ୍ୟାସ କାର୍ଯ୍ୟକ୍ରମ ବେଳେ ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍‌ ହୋଇଥିଲା । ଲୁମୁଟର ରୟାଲ୍‌…

ଜେଲ୍‌ରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ପ୍ରଥମ ଥର ଦିଆଗଲା ଇନ୍‌ସୁଲିନ, ୩୨୦ ପର୍ଯ୍ୟନ୍ତ ବଢ଼ିଥିଲା ସୁଗାର ଲେବଲ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । କେଜ୍ରିଓ୍ଵାଲଙ୍କ ଡାଇବେଟିସ୍‌ ଏବଂ ଇନ୍‌ସୁଲିନକୁ ନେଇ ବିବାଦ ବଢ଼ିଚାଲିଛି । ଇନ୍‌ସୁଲିନକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଖୁବ୍‌ ବୟାନବାଜି ହେଉଛି । ଏହାରି…

ବିଦେଶରେ ହେବ ଅନନ୍ତ-ରାଧିକାଙ୍କ ବିବାହ, ୩ ଦିନ ଧରି ଚାଲିବ ଉତ୍ସବ

ବିଦେଶରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ତାଙ୍କର ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟ । ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଆସନ୍ତା ଜୁଲାଇରେ ନିଜର ଲେଡି ଲଭ୍‌ ରାଧିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପୂର୍ବରୁ ମାର୍ଚ୍ଚରେ ଉଭୟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ପାଇଁ…

ଚିଠି ଲେଖିଲେ କେଜ୍ରିଓ୍ଵାଲ, ‘ମୁଁ ପ୍ରତିଦିନ ଇନ୍‌ସୁଲିନ ମାଗୁଛି, ରାଜନୈତିକ ଚାପରେ ମିଛ କହିଛନ୍ତି ତିହାର ପ୍ରଶାସନ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ସିଏମ୍‌ କେଜ୍ରିୱାଲ ଚିଠିରେ ଲେଖିଛନ୍ତି, ‘ଖବରକାଗଜରେ ମୁଁ ଆପଣଙ୍କ ବୟାନ ପଢ଼ିଲି । ଏହି ବୟାନ ସମ୍ପୂର୍ଣ୍ଣ ଭୁଲ୍‌ । ଆପଣଙ୍କ ମିଥ୍ୟା ବୟାନ…

ରଣବୀର ସିଂ ନେଲେ ଲିଗାଲ୍‌ ଆକ୍ସନ, ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ଦେଲେ FIR

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଅଫିସିଆଲ୍‌ ସ୍ପୋକ୍ସପର୍ସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ସେହି ହ୍ୟାଣ୍ଡେଲ ବିରୋଧରେ…

୧୪ ବର୍ଷର ଦୁଷ୍କର୍ମ ପୀଡ଼ିତା ୩୦ ସପ୍ତାହର ଗର୍ଭବତୀ, ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଗର୍ଭପାତ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଗର୍ଭପାତ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । କୋର୍ଟ ତାଙ୍କୁ ୩୦ ସପ୍ତାହରେ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ମମତା ସରକାରଙ୍କୁ ଝଟ୍‌କା, ହାଇକୋର୍ଟ ରଦ୍ଦ କଲେ ୨୪,୦୦୦ ସ୍କୁଲ ଶିକ୍ଷକଙ୍କ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କୋଲକତା ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ହାଇକୋର୍ଟ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ ପ୍ୟାନେଲ ଦ୍ୱାରା କରାଯାଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି । କୋର୍ଟ ୨୦୧୬ର ସମଗ୍ର ଜବ୍‌ ପ୍ୟାନେଲକୁ ରଦ୍ଦ କରି…

ମଧ୍ୟପ୍ରଦେଶ: ଭାଷଣ ଦେଉଥିଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହଠାତ୍‌ ଭାଙ୍ଗିଗଲା ମଞ୍ଚ; ଏମିତି ସମ୍ଭାଳିଲେ ସୁରକ୍ଷାକର୍ମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଛତରପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ସିଏମ୍‌ଙ୍କ ମଞ୍ଚ ଭାଙ୍ଗି ଯାଇଥିଲା । ଏହି ସମୟରେ ସେ ଭାରସାମ୍ୟ ହରାଇ ଖସି ପଡ଼ୁଥିଲେ, ସେତେବେଳେ ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳି ନେଇଥିଲେ ।…