Browsing Category

ରାଜ୍ୟ

ବାହ୍ୟଜଗତରୁ ବିଛିନ୍ନ ହେଲା କେନ୍ଦ୍ରାପଡା ତାଳଚୁଆ, ନଦୀରେ ଉଚ୍ଚ ଜୁଆର ଆସି ଗାଁକୁ ପଶିଲା ପାଣି

ରାଜନଗର : ତାଳଚୁଆ ବାହ୍ୟଜଗତରୁ ବିଛିନ୍ନ । ବାତ୍ୟା ୟାସ୍ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି ରାସ୍ତା ଡେଇ ଗାଁକୁ ପଶିଲା ପାଣି । ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖୋଳା ଠାରୁ ନଳିତାପାଟିଆ ଓ କୃଷ୍ଣ ନଗର ଠାରୁ କନକ ନଗର ପର୍ଯ୍ୟନ୍ତ ରାସ୍ତା ବୁଡି ଯାଇଥିବା ସୂଚନା ମିଳିଛି । ସାରା…

ବାତ୍ୟା ପାଇଁ ୨୫ ତାରିଖ ରାତି ୧୧ ଟାରୁ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ବର : ପ୍ରବଳ ହେଉଛି ବାତ୍ୟା ୟାସ୍‌ ର ପ୍ରକୋପ । ୨୭ ତାରିଖ ଯାଏ ଓଡ଼ିଶା ଉପରେ ବିପଦ ରହିଛି । ୨୬ ତାରିଖ ସକାଳୁ ଧାମରାର ୩୦ କିମି ଦୂରରେ ରହିବ ବାତ୍ୟା ୟାସ୍‌ । ଏହାର ପ୍ରକୋପରେ ବାତ୍ୟା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାତି ୧୧ଟାରୁ…

ଭୀଷଣ ରୂପ ଧାରଣ କରି ଆସୁଛି “ୟସ୍‌” , କାଲି ସକାଳ ୮ଟାରୁ ୯ଟା ଭିତରେ ବାହାନଗାରୁ ବାସୁଦେବପୁର ଭିତରେ…

ନୂଆଦିଲ୍ଲୀ(କେ ନ୍ୟୁଜ:  ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁଉଛି ବାତ୍ୟା ୟସ୍‌ । ପାରାଦୀପ ଓ ବାଲେଶ୍ୱର ଉପକୂଳ ଆଡ଼େ ଅଗ୍ରସର ହେଉଛି । ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । କାଲି ଭୋରରୁ ସକାଳ ୮ଟାରୁ ୯ଟା ଭିତରେ ଧାମରାରୁ ବାଲେଶ୍ୱର ଭିତରେ ଲାଣ୍ଡଫଲ୍‌ କରିବ…

ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିରରୁ କଢ଼ା ହେଉଛି ୮୦ ଫୁଟର ଲୁହା ଭାରା

ପୁରୀ(କେ ନ୍ୟୁଜ): ପୁରୀ ବାତ୍ୟା ୟସକୁ ନେଇ ପୁରୀ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୀର୍ତ୍ତନ ଚକଡା ଓ ଜଗମୋହନ…

ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): ବାତ୍ୟା "ୟସ" କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ସଚିବ ଓ SRCଙ୍କ ଠାରୁ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତିକି, ପ୍ରତିଟି ଜୀବନ ମୂଲ୍ୟବାନ । ଏହା ସହ ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିବାକୁ…

ଆଜିର ମହଙ୍ଗା ଯୁଗରେ ମାତ୍ର ୧୫୦୦ ଟଙ୍କାରେ ଚଳୁଛନ୍ତି ତିନି ପ୍ରାଣୀ

ଜୟପୁର (କେନ୍ୟୁଜ) : ବୟସର ଅପରାହ୍ନରେ ବୃଦ୍ଧ ମାବାପାଙ୍କ ମୁଣ୍ଡରେ ସନ୍ତାନର ବୋଝ। ଆଉ ତୁଳାଇ ଚାଲିଛନ୍ତି ନିଜ ଦାୟିତ୍ବ ଆଉ କର୍ତ୍ତବ୍ୟ। ଅଭାବର ଦୟନିୟ ପରିସ୍ଥିତିରେ ବିଡମ୍ବନାର କୋହକୁ ଲୁଚାଇ ବଛିଞ୍ଚନ୍ତି ତିନି ପ୍ରାଣୀ । ଧୁଡୁଧୁଡୁ ଚମ ପାଚିଲା ଚୂଟି, ଅଣ୍ଟାବି ନଇ ଗଲାଣି ଯାହା…

ଦୁଇ ଅନାଥ ନାତୁଣୀ ଓ ଅଜାଙ୍କ ଦାୟିତ୍ୱନେଲେ କିସ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଡ. ସାମନ୍ତ

ରେଢ଼ାଖୋଲ (କେନ୍ୟୁଜ) : ବୁଢ଼ା ଅଜା କୋଳରେ ଦୁଇ ଅନାଥ ଶିଶୁକନ୍ୟା। ବୟସରେ ଅପରାହ୍ନରେ ଦୁଇ ଅନାଥ ନାତୁଣୀଙ୍କ ଯତ୍ନ ନେଉଛନ୍ତି ଅଜା। ଏହି ଦୁଇ ଝିଅ ହେଉଛନ୍ତି ସଙ୍ଗିତା ଓ ରଶ୍ମିତା। ଜଣଙ୍କର ବୟସର ୫ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୩ ବର୍ଷ। ଏତେ କମ୍‌ ବୟସରେ ଅଜା କୋଳ ପାଳଟିଛି ଏମାନଙ୍କ ପାଇଁ…

ବାତ୍ୟା ପ୍ରଭାବରେ ଛିଡ଼ିଲା ୧୧କେଭି ତାର, ବିଦ୍ୟୁତ ଆଘାତରେ ଗଲା ଦୁଇ ଗାଈଙ୍କ ଜୀବନ

ରାଇରଙ୍ଗପୁର(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତାରଣା ଗ୍ରାମରେ "ୟସ" ବାତ୍ୟା ପ୍ରଭାବରେ ସକାଳୁ ପ୍ରବଳ ବର୍ଷା ସହ ପବନ ଲାଗିରହିଥିଲା । ଦ୍ଵି ପହର ସମୟରେ ପ୍ରବଳ ପବନ ବହିବା ଫଳରେ ତାରଣା ଗ୍ରାମରେ ୧୧କେଭି ତାର ଛିଣ୍ଡି ପଡିଥିଲା । ତାରଣା ଗ୍ରାମର ଦୁଇଟି ଗାଈ ବିଲରେ ଚରୁଥିବା…

ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ୟସ’, କାଲି ଦିନ ୧୧ଟାରୁ ୧ଟା ଭିତରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର(କେ ନ୍ୟୁଜ):  ଓଡ଼ିଶା ଉପକୂଳ ଆଡକୁ ମାଡି ମାଡ଼ି ଆସୁଛି ୟସ୍‌ । ଧାମରାର ଉତ୍ତର ଓ ବାଲେଶ୍ୱର ଦକ୍ଷିଣ ଦିଗରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏବେ ସମୁଦ୍ର ଭିତରେ ଭୟଙ୍କର ରୂପ ନେଉଛି ବାତ୍ୟା । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ…

ଯାଜପୁର: ବାତ୍ୟା ପାଇଁ ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା ପର୍ପ୍ୟନ୍ତ ଗାଡି ଚଳାଚଳ ଉପରେ ଲାଗିଲା କଟକଣା

ଯାଜପୁର (କେନ୍ୟୁଜ): ବାତ୍ୟାକୁ ଆଖି ଆଗରେ ରଖି ୧୬ ନଂ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବର୍ଷା ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା…

ସମ୍ଭାବିତ ବାତ୍ୟା ‘ୟସ୍’କୁ ନଜର ରଖି ଭାରତୀୟ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି: ଏନ ପି ପ୍ରଦୀପ 

ଟାଙ୍ଗୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବୀୟ ବାତ୍ୟା ୟସକୁ ଲକ୍ଷ ରଖି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନା ସ୍ଥିତ ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡ ନେତୃତ୍ୱରେ ନାଭଲ ଅଫିସର ଇନ- ଚାର୍ଜ - ଓଡ଼ିଶା ଶାଖାର ମୁଖ୍ୟ କମୋଡର ଏନ ପି ପ୍ରଦୀପ  ସୂଚନା ଦେଇଛନ୍ତି ।…

ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’: SRC

ଭୁବନେଶ୍ୱର: ବାତ୍ୟା ସ୍ଥିତି ନେଇ SRCଙ୍କ ପ୍ରତିକ୍ରିୟା । ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’ । କାଲି ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ ହୋଇଛି। ରାଜନଗର, ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଆଜି ସନ୍ଧ୍ୟା ପରଠାରୁ ପବନର ବେଗ…