Below header
Browsing Category

ରାଜ୍ୟ

ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ : ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହିଲେ ଯବାନ

ମାଲକାନଗିରି : ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଦେବଦୂତ ସାଜିଲେ ଯବାନ । ଜଣେ ପ୍ରସୂତୀଙ୍କୁ କାନ୍ଧରେ ୭ କିଲୋମିଟର ବୋହି ଆଣିଲେ । ହସ୍ପିଟାଲରେ ଭର୍ତ୍ତି କଲେ । ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ମାନବସେବାର ପରାକାଣ୍ଠା ଦେଖାଇଛନ୍ତି ଆଇଟିପିବି ଯବାନ । ଏହି ଘଟଣା ଦେଖିବାକୁ ମିଳିଛି…

ସୁବର୍ଣ୍ଣପୁର ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର : ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତର ପଦବୀ ପୂରଣ ଦାବିରେ ବନ୍ଦ ପାଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଡାକ୍ତର ସମସ୍ୟାର ସମାଧାନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ଦୋକାନ ବଜାର,…

ଢେଙ୍କାନାଳ : ପଥରଖମ୍ବ ଗାଁ ଜଙ୍ଗଲରେ ଆଖି ବୁଜିଲା ଅସୁସ୍ଥ ଦନ୍ତା

ଢେଙ୍କାନାଳ : ଆଖି ବୁଜିଲା ଅସୁସ୍ଥ ଦନ୍ତା । କାମାକ୍ଷାନଗର ରେଞ୍ଜ ଅନ୍ତର୍ଗତ ପଥରଖମ୍ବ ଗାଁ ଜଙ୍ଗଲରେ ଚିକିତ୍ସାଧୀନ ହାତୀର ଆଜି ମୃତ୍ୟୁ ହୋଇଛି । କିଛି ଦିନ ତଳେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ଖବର ପାଇଁ ବନ ବିଭାଗ ଗତମାସ ୨୯ ତାରିଖରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଲଣ୍ଡାବିର୍ ପାହାଡ଼…

ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା,୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ

ମାଲକାନଗିରି : ପୁଣି ଲଜ୍ଜା । ୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏମଭି -୧୦ ଗାଁରେ ଏହି ଘଟଣା ଘଟିଛି । ଗାଁର ଜଣେ ନବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।…

ଝାରସୁଗୁଡ଼ା : ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଝାରସୁଗୁଡ଼ା : ବନହରପାଲି ଥାନା କୁଶ୍ରୋଲୋଇ ଛକରେ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକଙ୍କ ନାଁ ଯଦୁ ପ୍ରଧାନ ଓ ଘର ବ୍ରଜରାଜନଗର ଲମଟିବାହାଲରେ । ସେ ଖଣ୍ଡସା ଗାଁରେ ନିଜ ମାମୁ ଘରେ ରହୁଥିଲେ । ବନ୍ଦବାହାଳଠାରେ ଗ୍ୟାରେଜରେ କାମ ସାରି ଫେରିବା ବେଳେ ଗତକାଲି ରାତିରେ ତାଙ୍କୁ ଧକ୍କା…

ବୌଦ୍ଧରେ ଦୁର୍ଘଟଣା : ବାଇକ୍-କାର୍ ଧକ୍କା, ଦୁଇ ମୃତ

ବୌଦ୍ଧ : ବାଇକ୍-କାର୍ ଧକ୍କା । ଦୁର୍ଘଟଣା ନେଇଛି ଦୁଇ ଜଣଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକରେ ଯାଉଥିବା ଦୁଇ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଜିମ୍ ଖାଁ ଓ ଜ୍ୟୋତିର୍ମୟୀ ପ୍ରଧାନ । ଦୁହେଁ ବୌଦ୍ଧ ସରକାରୀ…

ବାଲେଶ୍ୱରରେ ଗଛକୁ ପିଟିଲା କାର୍, ୫ ଗୁରୁତର

ବାଲେଶ୍ୱର : ଗଛକୁ ପିଟିଲା କାର୍ । ଦୁର୍ଘଟଣାରେ ୫ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଡ଼ାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଅଛି ଗୋଟିଏ ଶିଶୁ । ଭୁବନେଶ୍ୱର…

ସ୍ଥାୟୀ ଜମିପଟା ପ୍ରଦାନ ଓ ଦ୍ୱିତୀୟ କୋଣାର୍କକୁ ବିରୋଧ କରି, କୋଣାର୍କରେ ୨୪ ଘଣ୍ଟିଆ ବନ୍ଦ ପାଳନ

ପୁରୀ : ଆଜି କୋଣାର୍କରେ ୨୪ ଘଣ୍ଟିଆ ବନ୍ଦ ପାଳନ । ବନ୍ଦ ଡାକରା ଦେଇଛି ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି । ସ୍ଥାୟୀ ଜମିପଟା ପ୍ରଦାନ ଓ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନକାରୀ କୋଣାର୍କ-ପୁରୀ ରାସ୍ତାର ବାଲିକପିଳେଶ୍ୱର ଛକ,…

ଘରେ ଶୋଇଥିବା ଅବସ୍ଥାରେ ଦୁଇ ସାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ଘରେ ଶୋଇଥିବା ଅବସ୍ଥାରେ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସୋରରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିରିପଦା ଗାଁର ବୃନ୍ଦାବନ ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ତେଣ୍ଟେଇ ଗାଁର ବୀରେନ୍ଦ୍ର ଦାସଙ୍କ ଲକ୍ଷ୍ମୀପ୍ରିୟା…

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

ପୁରୀ : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲଗାଯିବାର ପରମ୍ପରା ରହିଛି । ପ୍ରଥମ ଭୋଗମଣ୍ଡପ…

ବାଲୁକାକଳାରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକାକଳାରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ନେଇ ସଚେତନତାର ବାର୍ତ୍ତା । ପୁରୀ ବେଳାଭୂମିରେ ଏଭଳି ବାଲୁକାକଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଚଳିତବର୍ଷ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକା ବ୍ୟବହାର ନ କରିବା…

ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା : ଆଉ ଜଣେ ଆହତ ଶ୍ରମିକ ମୃତ୍ୟୁ

ଆନ୍ଧ୍ରପ୍ରଦେଶ : କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଗୁରୁତର ଆହତ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବି. ଟି. ନୂଆଗାଁର ପାଣ୍ଡବ ଲେଙ୍କା । ଗୁରୁବାର ଅଧିକ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ମେଡିକାଲରୁ ବିଶାଖାପାଟଣା ସ୍ଥାନାନ୍ତର ଯିବା…