Below header
Browsing Tag

kandhamal

କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ ବାରବା ସେକ୍ସନ ବାଦଗଡ଼ ଜଙ୍ଗଲରେ ଏକ କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗରେ ୧୧ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ…

ମୁମ୍ବାଇରେ କାମ କରିବାକୁ ଡାକି ନେଇ ବାଲିଗୁଡ଼ାର ଯୁବକଙ୍କ ହାତ କାଟି ଦେଲେ, ମାମଲା ରୁଜୁ କଲା ପୋଲିସ

ବାଲିଗୁଡ଼ା(କେନ୍ୟୁଜ୍): କେତେ ସାଙ୍ଘାତିକ ହୋଇପାରେ ଷଡଯନ୍ତ୍ର । ବାଲିଗୁଡା ରୁ ବ୍ଲିୁ ପ୍ରିଣ୍ଟ, ଆଉ ମୁମ୍ବାଇରେ ଟାର୍ଗେଟ। ବାଲିଗୁଡା ରୁ ମୁମ୍ବାଇ କାମ କରିବାକୁ ଡାକି ନେଇ ପୂର୍ବ ଯୋଜନା ମୁତାବକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଆସିଛି ଅଭିଯୋଗ । ଆଉ ସବୁଠୁ ଭୟଙ୍କର କଥା…

ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ, କନ୍ଧମାଳରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନକି ଭାବେ ଆରମ୍ଭ କଲେ ସେବା

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ ଓଡ଼ିଶାର…

ସକାଳୁ ସକାଳୁ ଦୁର୍ଘଟଣା : ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଶ୍ରୀଗୁଣୀ ଗାଁ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଥିବା ବୋଲେରୋଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡିଛି। ମୃତ ସ୍କୁଟି ଆରୋହୀ ଜଣକ…

କନ୍ଧମାଳରେ ସିନେମା ସୁଟିଂର ଅପାର ସମ୍ଭାବନା, ଆଗାମୀ ଦିନରେ କନ୍ଧମାଳକୁ ନେଇ ନିର୍ମାଣ ହେବ ଚଳଚିତ୍ର

କେନ୍ୟୁଜ୍‌(ବ୍ୟୁରୋ): ଘଞ୍ଚ ବାନାନୀ ସାଙ୍ଗକୁ ପର୍ବତମାଳା । ଝରଣା ଓ ଜଳପ୍ରପାତରେ ପରିପୂର୍ଣ୍ଣ । ସେହିପରି ଜାତୀୟ ରାଜପଥ କଡ଼େ କଡ଼େ ପାହାଡ଼ ସାଙ୍ଗକୁ ଶାଳବଣ । ଏହାସହ ପାଇନ ବଣର ପ୍ରାକୃତିକ ସୌନ୍ଦର୍ଯ୍ୟ । ଏପରି ସୌନ୍ଦର୍ଯ୍ୟତା ରହିଛି ପ୍ରାକୃତିକ ପରିବେଶରେ ପରିବେଷ୍ଟିତ କନ୍ଧମାଳ ଜିଲ୍ଲାରେ…

କ୍ରିସମାସ ପାଇଁ ଚଳଚଞ୍ଚଳ କନ୍ଧମାଳ: ଆଲୋକ ମାଳାରେ ଝଲସି ଉଠୁଛି ସହରର ଅନେକ ଚର୍ଚ୍ଚ

କନ୍ଧମାଳ (କେନ୍ୟୁଜ): ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ବହନ କରି ଆସିଛି ବଡ଼ଦିନ ପର୍ବ । ଯୀଶୁଙ୍କ ଧରାବତରଣ ପାଇଁ ଆଲୋକ ମାଳାରେ ଝଲସି ଉଠୁଛି କନ୍ଧମାଳର ସମସ୍ତ ଚର୍ଚ୍ଚ । ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ । ସାନ୍ତାକ୍ଲସ ବେଶରେ ବହୁ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହି…

କନ୍ଧମାଳ ଜିଲ୍ଲାରେ ସକାଳ ୯ଟା ଯାଏଁ ଲାଗି ରହୁଛି କୁହୁଡି: ବାଧାପ୍ରାପ୍ତ ହେଉଛି ଯାତାୟାତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ସହ କୋହଲା ପାଗ । ସକାଳ ୯ଟା ଯାଏ ଲାଗି ରହୁଛି କୁହୁଡି । ଦିନ ବେଳା ବି ଶୀତ ବସ୍ତ୍ର ପିନ୍ଧି ବାହାରକୁ ବାହାରୁଛନ୍ତି ଲୋକେ । ପ୍ରବଳ କୁହୁଡି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ମାଣ୍ଡୋସ୍‌ ପ୍ରଭାବରେ ଜିଲ୍ଲାରେ ତାପମାତ୍ରା…

ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଶୀତ: ଘନ କୁହଡି ଯୋଗୁ ଯାତାୟାତ ବାଧାପ୍ରାପ୍ତ

କେନ୍ୟୁଜ୍(ବ୍ୟୁରୋ): କମୁଛି ତାପମାତ୍ରା, ବଢୁଛି ଶୀତ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଶୀତ । ଜି ଉଦୟଗିରିରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଫୁଲବାଣୀରେ ୧୧ ଡିଗ୍ରୀ, ଦାରିଙ୍ଗବାଡୀରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ…

ବରାଳ ଦେବୀଙ୍କ ଦର୍ଶନ ମାତ୍ରେ ପୂର୍ଣ୍ଣ ହୁଏ ଭକ୍ତଙ୍କ ସବୁ ମନସ୍କାମନା

ପାର୍ବଣ ରୁତୁର ଆଗମନରେ ଚଳଚଞ୍ଚଳ ହୋଇଥାଏ ସମସ୍ତ ଦୈବୀ ପୀଠ । ଏମିତିରେ କନ୍ଧମାଳ ଜିଲ୍ଲାର ଆରାଧ୍ୟ ଦେବୀଙ୍କ ପୀଠ ମାଆ ବରାଳଦେବୀଙ୍କ ଶକ୍ତିପୀଠରେ ମଧ୍ୟ ଚଳିତ ବର୍ଷ ଧୁମ୍ ଧାମ୍‌ର ସହ ପାଳିତ ହୋଇଛି ମାଆଙ୍କ ପୂଜା । କୋଭିଡ୍ କଟକଣା ପାଇଁ ବିଗତ ଦୁଇ ବର୍ଷ ଧରି ମାଆଙ୍କ ଦର୍ଶନରୁ ବଚିଁତ…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ: ରାୟ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ

କନ୍ଧମାଳ(କେନ୍ୟୁଜ୍): ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ। ଏକ ଦୁଷ୍କର୍ମ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ। ଦୁଷ୍କର୍ମ ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗଳକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ…

ଡାକ୍ତରୀ ପାଠ ପଢିବେ ଚା’ ଦୋକାନୀଙ୍କ ପୁଅ,  ବିନା କୋଚିଂରେ ନିଟ୍ ପରୀକ୍ଷାରେ ରଖିଲେ ୭୦୦ ରୁ ୬୩୫ ନମ୍ବର

କନ୍ଧମାଳ(କେନ୍ୟୁଜ୍): ନିଷ୍ଠା ଓ କର୍ତ୍ତବ୍ୟ  ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ଯ ବି ସମ୍ଭବ ହୋଇପାରେ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ । ସୂରଜ କୁମାର ବେହେରା ବେହେରା ନାମକ ଏକ ଛାତ୍ର ପାଠ ପଢିବା ସହ ନିଜ ବାପାଙ୍କ ଚାହା ଦୋକାନରେ କାମ କରି ନିକଟରେ ପ୍ରକାଶ…