Odisha News
.

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ‘ଓମ୍’ ଉଚ୍ଚାରଣର ଉପକାରିତା !

ଯୋଗ ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ ଯାହା ବ୍ୟକ୍ତିକୁ ଶାନ୍ତି, ଆତ୍ମବିଶ୍ବାସ ଓ ସାହସ ଦେବା ସହ ଶରୀରକୁ ରୋଗମୁକ୍ତ ରଖିଥାଏ। ‘ଯୋଗ’ ଶବ୍ଦ ସଂସ୍କୃତ ଭାଷାରୁ ଆସିଅଛି ଯାହାର ଅର୍ଥ ‘ଏକାଠି ହେବା’ ବା ‘ସାମିଲ ହେବା’। କୌଣସି ପୂଜାପାଠ ପୂର୍ବରୁ ଯେପରି ଓମ୍ ଉଚ୍ଚାରଣ କରାଯାଏ, ଠିକ୍ ସେପରି ଯୋଗ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଏ। ଆସନ୍ତୁ ଜାଣିବା ଓମ୍ ଉଚ୍ଚାରଣର ଉପକାରିତା…..

ଓମ୍ ଉଚ୍ଚାରଣ ଦ୍ବାରା ଥାଇରଏଡ ରୋଗୀର ଗଳାରେ କମ୍ପନ ସୃଷ୍ଟି ହୁଏ ଯାହାର ସକରାତ୍ମକ ପ୍ରଭାବ ଗଳା ଉପରେ ପଡ଼ିଥାଏ। ଆଖିବନ୍ଦ କରି ୫ ଥର ଓମ୍ ଉଚ୍ଚାରଣ କରିବା ଦ୍ବାରା ଶରୀରର ଥକ୍କାପଣ ଦୂର ହୋଇଥାଏ। ଓମ୍ ଉଚ୍ଚାରଣ ଦ୍ବାରା ଶରୀରରେ ରକ୍ତପ୍ରବାହ ଠିକ୍ ଭାବେ ହୋଇଥାଏ।

ଓମ୍ ଉଚ୍ଚାରଣ ଦ୍ବାରା ଶରୀରର ବିଷାକ୍ତ ପଦାର୍ଥ ବାହାରିବା ସହ ପାଚନ ଶକ୍ତି ବୃଦ୍ଧି କରିଥାଏ। ନିଦ ଠିକ୍ ଭାବରେ ହେଉନଥିଲେ ଶୋଇବା ପୂର୍ବରୁ ବେଡ ଉପରେ ଓମ୍ ଉଚ୍ଚାରଣ କରନ୍ତୁ। ଦେଖିବେ ସୁନିଦ୍ରା ହେବା ସହ ଶରୀର ସୁସ୍ଥ ହୋଇଥାଏ ।

Leave A Reply

Your email address will not be published.