Sabuthi Sabubele Hata Muthare Khabar

ବିଶ୍ୱ ରକ୍ତଦାତା ଦିବସ, ରକ୍ତଦାନ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର (କେନ୍ୟୁଜ୍) : ଆଜି ବିଶ୍ୱ ରକ୍ତଦାତା ଦିବସ। ଏହି ଦିବସକୁ ବ୍ରହ୍ମପୁର ଆସୋସିଏସନ ଅଫ୍ ଭୋଲୁଣ୍ଟାରୀ ବ୍ଲଡ୍ ଡୋନରସ (ଏଭିବିଡି) ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରର ଏକ ସଚେତନତା ସଭା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଯୋଗ ଦେଇ ଆଜି ଦିବସରେ ରକ୍ତ ଦାନ କରିବା ଲାଗି ଯୁବ ପିଢୀକୁ ଆହ୍ୱାନ କରିଥିଲେ। ରକ୍ତଦାନ ମହତ ଦାନ ହୋଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ନିଜେ ରକ୍ତ ଦାନ କରିଥିଲେ। ଏହା ସହ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ସ୍ୱେଚ୍ଚାସେବୀ ମାନେ ରକ୍ତ ଦାନ କରିଥିଲେ। ଏଥିରେ ସଂଘର ବହୁ ସଂଖ୍ୟାରେ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.