Sabuthi Sabubele Hata Muthare Khabar

ଆର୍ମସ ଆମେଣ୍ଡମେଣ୍ଟ ବିଲ୍‌କୁ ବିଜେଡିର ସମର୍ଥନ, ଅସ୍ତ୍ରଶସ୍ତ୍ର ସଂଶୋଧନ ବିଲରେ ଅଂଶଗ୍ରହଣ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆର୍ମସ ଆମେଣ୍ଡମେଣ୍ଟ ବିଲ୍‌କୁ ବିଜେଡିର ସମର୍ଥନ । ଅସ୍ତ୍ରଶସ୍ତ୍ର ସଂଶୋଧନ ବିଲରେ ଅଂଶଗ୍ରହଣ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ବିଜେଡି ପକ୍ଷରୁ ଏହି ବିଲକୁ ଡକ୍ଟର ସାମନ୍ତ ସମର୍ଥନ କରିବା ସହ କହିଲେ, ସାମ୍ପ୍ରତିକ ପରିସ୍ଥିତିରେ ଅପରାଧକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଆଇନରେ ସଂଶୋଧନର ନିହାତି ଆବଶ୍ୟକତା ରହିଛି । ଫଳରେ ଅନେକ କ୍ଷେତ୍ରରେ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ । ଏହାସହ ପୁରାତନ ଅସ୍ତ୍ରର ବ୍ୟବହାର, ବିଭିନ୍ନ ଅସ୍ତ୍ର ବ୍ୟବହାର କରୁଥିବା ମାଲିକଙ୍କ ଭୂମିକା, ଲାଇସେନ୍ସ ଅବଧି, ଅସ୍ତ୍ର ବିକ୍ରି ଓ ଅସ୍ତ୍ର ପରିବହନ ସମ୍ପର୍କରେ ଲୋକସଭାରେ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.