Browsing Category

ନିର୍ବାଚନ ୨୦୧୯

ବର୍ତ୍ତମାନର ଜନ ପ୍ରତିନିଧିଙ୍କୁ ମିଳିଲାନି ଜନସମର୍ଥନ

ଚଳିତ ନିର୍ବାଚନରେ ରାଜ୍ୟବାସୀ ଦେଖିଲେ ରୋଚକ ଲଢ଼େଇ। ବିଶେଷ କରି ବିଜେଡି-ବିଜେପି ମଧ୍ୟରେ ବିଭିନ୍ନ ଆସନରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ବିଧାନସଭା ନିର୍ବାଚନରେ ବିଜେଡି ଉପରେ ରାଜ୍ୟବାସୀଙ୍କ ଭରସା ଅତୁଟ ରହିଥିବା ବେଳେ କଂଗ୍ରେସ ଓ ବିଜେପି ଅକ୍ତିଆରରେ ଥିବା ଅନେକ ଆସନରେ ବହୁ…

ଭୁବନେଶ୍ବରର ସବୁ ନିର୍ବାଚନ ମଣ୍ଡଳୀ ବିଜେଡି ଅକ୍ତିଆରରେ, ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ଅଶୋକ ପଣ୍ଡା

ଭୁବନେଶ୍ବର :  ଏକାମ୍ର ଭୁବନେଶ୍ବରର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ବରରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିବାରେ ରେକର୍ଡ କରିଛନ୍ତି। ଅଶୋକ ପଣ୍ଡା ୨୭,୮୧୬ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏଥର ଅଶୋକଙ୍କୁ ୭୨,୮୧୬ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ବିଜେପି…

ନବୀନଙ୍କ ନାରୀ ଶକ୍ତି, ଜିତିଲେ ଭୋଟରଙ୍କ ଦିଲ୍

କମାଲ କଲେ ବିଜେଡିର ମହିଳା ଶକ୍ତି। ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଥିଲେ ବିଜେଡି ସୁପ୍ରିମୋ। ସର୍ବାଧିକ ୭ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା ଦଳ। ଆସିକାରୁ ପ୍ରମିଳା ମଲ୍ଲିକ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁର ଶର୍ମିଷ୍ଠା ସେଠୀ,…

ଆମେଥିରୁ ରାହୁଲଙ୍କ ପରାଜୟ, ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ବାଜିମାତ୍

ଆମେଥି ଯାହାକୁ ଗାନ୍ଧି ପରିବାରର ଗଡ଼ କୁହାଯାଉଥିଲା ସେଠାରୁ ରାହୁଲ୍‌ଙ୍କ ହାରିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ରାହୁଲ୍‌ଙ୍କ ବିପକ୍ଷରେ ୨୦୧୪ରେ ଆମେଠିରୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପରାଜୟ ଲାଭ କରିଥିଲେ। ତଥାପି ସେ ସର୍ବଦା ଆମେଥି ବାସୀଙ୍କ ସହିତ ରହିଥିଲେ।…

ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ଜାଣନ୍ତୁ କେଉଁଠୁ କିଏ ପିନ୍ଧିଛନ୍ତି ବିଜୟ ମୁକୁଟ

ଆସିଯାଇଛି ସାଧାରଣ ନିର୍ବାଚନ-୨୦୧୯ର ଫଳାଫଳ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡି ଜିତି ଥିବାବେଳେ ବିଜେପି ୮ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ଜିତି…

ମମତାଙ୍କ ସବୁ ଅଙ୍କ ଭୁଲ୍‌, ୪୨ରୁ ବିଜେପି ଦଖଲକୁ ଯାଇଛି ୧୯ଟି ଆସନ

କୋଲକାତା: ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ମୋଦି ସୁନାମୀ । ଏତେ ଛକାପଞ୍ଝା ପରେ ବି ମମତା ନିଜ ଗଡରେ ଅଣ୍ଟା ଭିଡି ଠିଆ ହୋଇପାରିଲେ ନାହିଁ । ମମତାଙ୍କ ସବୁ ଅଙ୍କ ଶେଷରେ ଭୁଲ୍‌ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା…

ଛତିଶଗଡ଼ରେ ବିଜେପିର ବାଜିମାତ୍, ୧୧ଟି ଲୋକସଭା ଆସନରୁ ୯ଟି ରେ ବିଜୟୀ

ଛତିଶଗଡ଼: ଛତିଶଗଡ଼ରେ ବିଜେପି ୧୧ଟି ଲୋକସଭା ଆସନରୁ ୯ ଟି ଆସନରେ ନିର୍ବାଚନ ଜିତିଛି। ଅନ୍ୟପକ୍ଷେ କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୪ରେ ବିଜେପି ଛତିଶଗଡ଼ରେ ୧୧ଟିରୁ ୧୦ଟି ଆସନରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷେ କଂଗ୍ରେସ ଗତ ବିଧାନସଭା ନିର୍ବା‌ଚନରେ ଛତିଶଗଡ଼ର ୯୦…

ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ୪ରେ ବିଜେଡି, ହାରିଲେ ବିଜେଡ଼ିର ହେଭିୱେଟ୍‌ ମହେଶ୍ବର ଓ ସଂଜୟ

ପୁରୀ : ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ଶାସକ ବିଜେଡି ୪ଟିରେ ନିଜ ସ୍ଥିତି ଜାହିର ରଖିବାରେ ସଫଳ ହୋଇଛି। ପୁରୀ ସଦର ଓ ବ୍ରହ୍ମଗିରି ଆସନରେ ପରାଜୟ ମୁହଁ ଦେଖିଛି ଦଳ। ଏହି ଦୁଇଟି ଆସନ ବିଜେପି ଛଡ଼ାଇ ନେଇଛି। ପ୍ରଥମ ଥର ପାଇଁ ପୁରୀ ବିଧାନସଭା କ୍ଷେତ୍ରରେ ବିଜେଡିର ଟାଣୁଆ ନେତା…

ବିଜେଡି ସପକ୍ଷରେ ଜନାଦେଶ : ୧୧୨ଟି ବିଧାନସଭା ଓ ୧୨ଟି ଲୋକସଭା ଆସନରେ ବିଜୟୀ

କେନ୍ୟୁଜ୍ : ଓଡ଼ିଶାରେ ପୁଣି ଶଙ୍ଖନାଦ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନାଦେଶ ବିଜେଡି ସପକ୍ଷରେ ଯାଇଛି । ବିଜେଡି ରାଜ୍ୟର ୧୪୬ଟି ବିଧାନସଭା ଆସନରୁ ୧୧୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨୪, କଂଗ୍ରେସ ୮ ଓ ଅନ୍ୟାନ୍ୟ ୨ଟି ସିଟରେ ବିଜୟୀ…

ଏନଡିଏର ବିଶାଳ ବିଜୟ, ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିଲେ ମୋଦି

କେନ୍ୟୁଜ୍: ରାଜ୍ୟରେ ନବୀନ । କେନ୍ଦ୍ରରେ ମୋଦି । ମୋଦିଙ୍କ ଲ୍ୟାଣ୍ଡ ସ୍ଲାଇଡ୍‌ ଭିକ୍‌ଟ୍ରି । ଏନଡିଏର ବିଶାଳ ବିଜୟ । ସରକାର ଗଠନ ପାଇଁ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ ଯେଉଁ ପୂର୍ବାନୁମାନ ଦେଇଥିଲେ ତାହାଠାରୁ ମଧ୍ୟ ବଡ଼ ବିଜୟ ଲାଭ କରିଛି ବିଜେପି ।…

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା, ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍ ?

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା । ବାଲିକୁଦା ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କଠାରୁ ପରାଜୟ ହୋଇଛନ୍ତି ଦାମ ରାଉତ । ଅନ୍ୟପଟେ ପାରାଦୀପରେ ବିଜୟ ଶଙ୍ଖ ଫୁଙ୍କିଛନ୍ତି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ।ଦାମ ରାଉତ ୨୦୯୨୯ ଭୋଟ ପାଇଥିବା ବେଳେ ସମ୍ବିତ ପାଇଛନ୍ତି…

କାହାର ହାର, କାହାର ସରକାର ? ଦେଖନ୍ତୁ କିଏ ମାରିଲା ବାଜି ଆଉ କାହାର ହେଲା ପରାଜୟ

ନିର୍ବାଚନ ଫଳାଫଳ ପାଇଁ ମତଗଣନା ଜୋରସୋରରେ ଚାଲିଛି । କିନ୍ତୁ ରାଜ୍ୟରେ ପୁଣି ଶଙ୍ଖନାଦ ଶୁଭିଛ । ବିଜେଡି ସରକାର କରିବା ନିଶ୍ଚିତ ହୋଇଛି । ତେବେ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ହାରିଛନ୍ତି ନିରଞ୍ଜନ । ହିଞ୍ଜିଳି ଏବଂ ବିଜେପୁର : ନବୀନ ପଟ୍ଟନାୟକ ଖଣ୍ଡପଡା : ସୌମ୍ୟରଞ୍ଜନ…