ଅକ୍ଟୋବର ଶେଷ ସୁଦ୍ଧା ବାହାରି ପାରେ କୋଭିଡ଼୍‍-୧୯ ପାଇଁ ଟୀକା, ଫାଇଜର କମ୍ପାନୀ ସିଇଓ କଲେ ଦାବି

ନୂଆଦିଲ୍ଲୀ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା କୋଭିଡ଼ –୧୯ ପାଇଁ ଟିକା ବାହାର କରିବ ବୋଲି ପ୍ରକାଶ କରିଛି । କମ୍ପାନୀର ସିଇଓ ଆଲ୍‌ବର୍ଟ ବୋରୁଲା ‘ଦି ଟାଇମ୍ସ ଅଫ୍‌ ଇଜ୍ରାଏଲ୍‌’ କୁ ସାକ୍ଷାତକାର ଦେଇ ଏହା କହିଛନ୍ତି ।

ଆମର ଗବେଷଣା ଠିକ୍‌ ଢ଼ଙ୍ଗରେ ଚାଲିଛି, ଆମେ କେବଳ ମେଡ଼ିସିନ୍‌ର ସୁରକ୍ଷା ଓ କାର୍ଯ୍ୟ ଦକ୍ଷତାକୁ ଅପେକ୍ଷା କରିଛୁ । ସବୁ ଯଦି ଠିକ୍‌ ଠାକ୍‌ ରୁହେ ଓ ଭାଗ୍ୟ ଯଦି ସାଥ୍‌ ଦିଏ ତେବେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ଆମେ ଟୀକା ବାହାର କରିବୁ ବୋଲି ଫାଇଜର କମ୍ପାନୀ ସିଇଓ ପ୍ରକାଶ କରିଛନ୍ତି ।

 

vaccineଫାଇଜର କମ୍ପାନୀ ଜର୍ମାନ ବାୟୋଟେକ୍‌ ସହ କାମ କରୁଥିବା ବେଳେ ପୂର୍ବରୁ ମଧ୍ୟ ବହୁ ଟୀକା ୟୂରୋପ ଓ ଆମେରିକା ପାଇଁ ଦେଇଛି । ଏହା ଛଡ଼ା ଆଷ୍ଟ୍ର ଜିନ୍‌କା କମ୍ପାନୀ ଅକ୍ସଫୋର୍ଡ ସହ ପାଟନ୍‌ରସିପ୍‌ ମାଧ୍ୟମରେ ଗବେଷଣା ମଧ୍ୟ ଜାରି ରଖିଛି ।

ସେମାନେ ମଧ୍ୟ ଟୀକା ବାହାର କରିବାର ଶେଷ ସୋପାନରେ ପହଞ୍ଚିଛନ୍ତି । ତେଣୁ ଯେମିତି ହେଲେ ବର୍ଷ ଶେଷ ସୁଦ୍ଧା କରୋନା ଟୀକା ବଜାରରେ ଉପଲବ୍ଧ ହେବ ବୋଲି ସିଇଓ ବୋରୁଲା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.