ଜନ ବିରୋଧୀ କାର୍ଯ୍ୟର ହିସାବ ଦେଇ ପ୍ରଦୀପଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ପ୍ରତାପ ଦେବ, କହିଲେ ଏମିତି କଥା
କେନ୍ୟୁଜ୍(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀ ପଚାରିଥିବା ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି । କହିଛି, ଗଞ୍ଜାମରେ କୋଭିଡ ସ୍ଥିତ ସଙ୍ଗିନ ଥିବା ବେଳେ ଜନ ପ୍ରତିନିଧି ହୋଇ ମୁମ୍ବାଇ, ପୁନେ ଓ ଅନ୍ୟ ସ୍ଥାନରେ ମଉଜ କରୁଥିଲେ ପ୍ରଦୀପ । ନିଜର ଭାବୀ ଜ୍ୱାଇଁ ଓ ସମୁଦି ମାଧ୍ୟମରେ ୬୮ ଜଣ ଲୋକଙ୍କଠାରୁ ଚାକିରି ଦେବା ନାଁରେ ଠକେଇ କରିଛନ୍ତି । ତାଜ ହୋଟେଲରେ ୮୪ ଲକ୍ଷ ଟଙ୍କା ଉଡ଼େଇଛନ୍ତି । ଜମି ଜାଲିଆତିରେ ସେ ସଂପୃକ୍ତ ଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ପ୍ରତାପ ଦେବ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ। ଯାହା ତଦନ୍ତରେ ଆସିଲା, ସେହି ହିସାବରେ ପଦକ୍ଷେପ ନିଆଯାଇଛି । ଶ୍ବଶୁର ହୋଇ ଭାବି ଜ୍ୱାଇଁର ଦୋଷ ଘୋଡାଉଛନ୍ତି ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ ପଦକ୍ଷେପ ନେବେ ନାହିଁ । ଓଡିଶା ଜନ ସାଧାରଣ ମୂର୍ଖ ନୁଁହନ୍ତୁ ।ଏଥିରେ କୌଣସି ଷଡଯନ୍ତ୍ର ହୋଇଛି ବୋଲି ମତେ ଲାଗୁନି । କୋଭିଡ ସମୟରେ ଫ୍ଲାଇଟ ବନ୍ଦ ଥିଲା ।
ସମସ୍ତଙ୍କ ପାଇଁ ନିୟମ ଥିଲା ଗସ୍ତ ନ କରିବାକୁ। ଏହି ସମୟରେ ଲୋକଙ୍କ ପଇସାରେ ଚାଟାର୍ଡ ଫ୍ଲାଇଟରେ ବୁଲିବା କଣ ଜନ ବିରୋଧୀ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ । କାହା ଅନୁମତିରେ ୧୭ରୁ ୧୮ ଥର ଗସ୍ତ କରିଥିଲେ । ତାଙ୍କୁ କେହିବି ମୁଖ୍ୟମନ୍ତ୍ରୀଙ୍କଠାରୁ ଦୁରେଇ ରଖି ନାହାଁନ୍ତି। ନହଲେ ସେ ବିଧାୟକ ହୋଇଥାନ୍ତେ କେମିତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବ ।