ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ ଜଜ୍‌ ମେଣ୍ଟାଲ ହେ କ୍ୟା

ବକ୍ସ ଅଫିସରେ କଙ୍ଗନା ଓ ରାଜକୁମାରଙ୍କ ଜଲଓ୍ଵା । ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ ଜଜ୍‌ ମେଣ୍ଟାଲ ହେ କ୍ୟା । ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେସମୀକ୍ଷକ ସମସ୍ତଙ୍କ ମୁହଁରେ କଙ୍ଗନା ଓ ରାଜକୁମାରଙ୍କ ପ୍ରଶଂସା ।

ତନୁ େଓ୍ଵଡସ୍‌ ମନୁ ରିଟର୍ଣ୍ଣସ୍‌ , କୁଇନ , ମଣିକର୍ଣିକା । ଏବେ କଙ୍ଗନାଙ୍କ ଅଭିନୀତ ଜଜ୍‌ ମେଣ୍ଟାଲ ହେ କ୍ୟା । ଟ୍ରେଲର ରିଲିଜ ପରଠାରୁ ଫିଲ୍କ ଚର୍ଚ୍ଚାରେ ଥିଲା । ଏବେ ଫିଲ୍ମ ରିଲିଜ ପରେ ଦର୍ଶକଙ୍କ ଲମ୍ବା ଲାଇନ ଲାଗୁଛି ଫିଲ୍ମ ହଲ ବାହାରେ । ଦର୍ଶକଙ୍କୁ କ୍ରେଜି କରିଛି କଙ୍ଗନାଙ୍କ ଅଭିନୟ । କଙ୍ଗନାଙ୍କ ଅପୋଜିଟରେ ଅଛନ୍ତିି ସ୍ତ୍ରୀ ଫେମ୍‌ ରାଜକୁମାର ରାଓ । ଏହି ଦୁଇ ଯୋଡି ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଛନ୍ତି । କଙ୍ଗନା ଓ ରାଜକୁମାରଙ୍କ ଯୋଡି ପରଦାରେ କ୍ରିଏଟ କରିଛି ମ୍ୟାଜିକ । ଫିଲ୍ମର ଟ୍ୟାଗ୍‌ ଲାଇନ ରହିଛି ଟ୍ରଷ୍ଟ୍‍ ନୋ ଓ୍ଵାନ୍‌ । ପ୍ରଥମ ଦିନରେ ଫିଲ୍ମର କଲେକ୍ସନ ଥିଲା ୫କୋଟି । ଦ୍ୱିତୀୟ ଦିନରେ ୮କୋଟି ଓ ୩ୟ ଦିନରେ ୧୦କୋଟି ଆୟ କରିଛି ଜଜ୍‌ ମେଣ୍ଟାଲ ହେ କ୍ୟା । ଜଜ୍‌ ମେଣ୍ଟାଲ ହେ କ୍ୟାର କାହାଣୀ ଏକ ମର୍ଡର ମିଷ୍ଟ୍ରି । ଯେଉଁଥିରେ ଦୁଇଜଣ ଅଭିଯୁକ୍ତ ଅଛନ୍ତି । କିନ୍ତୁ ଦୁଇ ଜଣଯାକ ମାନସିକ ଅବସ୍ଥା ଠିକ୍‌ ନଥିବା ଫିଲ୍ମରେ ଦର୍ଶାଯାଇଛି । କଙ୍ଗନା ଟିକେ ଅତରଙ୍ଗି ଚରିତ୍ରର ହୋଇଥିବା ବେଳେ ରାଜକୁମାର ସାଧାରଣ ଜୀବନ ବଞ୍ଚୁଥିବା ଜଣେ ଯୁବକର ଚରିତ୍ର ନିର୍ବାହ କରିଛନ୍ତି । କଙ୍ଗନାଙ୍କ ନା ବବି ଓ ରାଜକୁମାରଙ୍କ ନା କେଶବ ରହିଛି ଫିଲ୍ମରେ । କଙ୍ଗନାଙ୍କୁ ରାଜକୁମାରଙ୍କ ସାଧାରଣ ଜୀବନ ବିତାଇବା ଅଜବ ଲାଗୁଛି । କିନ୍ତୁ ଧିରେ ଧିରେ କଙ୍ଗନା , ରାଜକୁମାରଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଏହା ଭିତରେ ଘଟିଯାଉଛି ମର୍ଡର । କଙ୍ଗନା ଓ ରାଜକୁମାର ମର୍ଡରକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ମର୍ଡର କେସଟି । ରୋମାନ୍ସ ,କମେଡି ଓ ସସପେନ୍ସର ଜବରଦସ୍ତ ତଡକା ରହିଛି ଫିଲ୍ମରେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋବେମାଲୁଦି ।

Leave A Reply

Your email address will not be published.